ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଅଫିସରେ କୌଣସି କାମରେ ବ୍ୟସ୍ତ ରହିବେ। ଜୀବନସାଥୀ ସହ ସମ୍ବନ୍ଧକୁ ନେଇ ଅଧିକ ଭାବୁକ ହେବେ। ଆପଣଙ୍କର ସବୁ ସମସ୍ୟାର ସମାଧାନ ବାହାରିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ବୃଷ: କୌଣସି ସୁସମ୍ବାଦ ପାଇବା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ। କ୍ୟାରିୟରକୁ ନେଇ ପରିଶ୍ରମର ସୁଫଳ ପାଇବେ। ସମାଜର ଲୋକ ଆପଣଙ୍କ ସହ ମିଶିବା ପାଇଁ ଆସିବେ।

ମିଥୁନ: ନିତିଦିନିଆ କାମରେ ସଫଳତା ପାଇବେ। ଅଫିସରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। ଲୋକମାନଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବ। ସନ୍ତାନ ତରଫରୁ ଆପଣଙ୍କୁ ଖୁସି ଖବର ମିଳିବ।

କର୍କଟ: ଅଧିକ ସମୟ ଭ୍ରମଣରେ ଅତିବାହିତ କରିବେ। ବେପାରବର୍ଗଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା। ଅଫିସରେ ଭାବିଥିବା କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିନେବେ।

ସିଂହ: ଛୋଟଛୋଟ କଥାରେ ଧ୍ୟାନ ଦେଲେ, କାମଧନ୍ଦାରେ ସଫଳତା ପାଇବେ। ଅଭିଭାବକଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ମହିଳାମାନେ ଜିନିଷ କିଣିବା ପାଇଁ ମନ ବଳାଇବେ।

କନ୍ୟା: ଆପଣଙ୍କର କୌଣସି ଜୁରୁରୀ କାମ ସଂପୂର୍ଣ୍ଣ ହେବ। ମହିଳାମାନେ ନିଜର ପିଲାମାନଙ୍କ ସହ ଜିନିଷ କିଣିବାକୁ ସହରକୁ ଯିବେ। ନୂଆ ବେପାର ଆରମ୍ଭ କରିବାର ଯୋଗ ଅଛି।‌

ତୁଳା: ଅଧିକାରୀମାନଙ୍କ ସହ ବିଶେଷ ବିଷୟରେ କଥାବର୍ତ୍ତା କରିବେ। ଇଲେକ୍କ୍ଟ୍ରୋନିକ୍ସ ଇଂଜିନିୟର ନିଜର ଅନୁଭବ ସଠିକ ଦିଶାରେ କରିବେ। ଆପଣ କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ।

ବିଛା: ଆପଣଙ୍କୁ ଧନଲାଭର ସୁଯୋଗ ମିଳିବ। ଅଯଥା କଥାଠୁଁ ଦୂରରେ ରୁହନ୍ତୁ। କୌଣସି ମାମଲାରେ ନିଜର ଆତ୍ମବିଶ୍ବାସକୁ ଦୃଢ଼ ରଖିପାରିବେ ନାହିଁ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ଧନୁ: କୌଣସି କାନୁନ ମାମଲାରେ ବିଶେଷ ଲୋକଙ୍କ ସାହାଯ୍ୟ ପାଇବେ। ପରିବାରରେ ସମସ୍ତଙ୍କୁ ସାହାଯ୍ୟ କରିବାରେ ସଫଳ ହେବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ଭଲରେ ସମୟ ବିତିବ।

ମକର: ବୈବାହିକ ଜୀବନ ଖୁସିରେ ଭରା ରହିବ। ଅଫିସରେ ପରିବେଶ ଭଲ ରହିବ। ବରିଷ୍ଠଙ୍କ ସହ କୌଣସି ବିଷୟରେ କଥାବର୍ତ୍ତା ବେଳେ ନିଜର ଭାବଭଙ୍ଗୀ ଉପରେ ଧ୍ୟାନ ରଖନ୍ତୁ। ବ୍ୟବସାୟରେ ଉନ୍ନତି ହେବ।

କୁମ୍ଭ: ଆପଣଙ୍କ କାମରେ ଭାଇ ଭଉଣୀ ସହଯୋଗ କରିବେ। ଆପଣଙ୍କୁ ଉନ୍ନତି ପାଇଁ ନୂଆ ମାର୍ଗ ମିଳିବ। କଳାଛାତ୍ରଙ୍କ ଲାଗି ଦିନଟି ଭଲ। ପରିବାରରେ ସୁଖଦ ବାତାବରଣ ରହିବ।

ମୀନ: ଆପଣ ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ମାତା ପିତାଙ୍କ ଠାରୁ ଭଲ ପରାମର୍ଶ ପାଇବେ। ଦୀର୍ଘ ଦିନର ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ସମ୍ବନ୍ଧରେ ମଧୁରତା ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe