ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଅଫିସରେ କୌଣସି କାମ ପାଇଁ ଦୂରସ୍ଥାନକୁ ଯାଇପାରନ୍ତି। ଆପଣଙ୍କର ଏଭଳି ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ ଯାହାଦ୍ବାରା ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ।

ବୃଷ: କିଛି ସମୟ ମନୋରଂଜନ ଗତିବିଧିରେ ଅତିବାହିତ କରିବେ। ଅଫିସରେ ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଆପଣଙ୍କ ଶକ୍ତିରେ ବହୁତ କିଛି ହାସଲ କରିନେବେ।

ମିଥୁନ: ନିଜର ଭାବନା ସହିତ ଅନ୍ୟମାନଙ୍କର ଭାବନାକୁ ଧ୍ୟାନ ରଖିବେ। କୌଣସି ମାମଲା ଶାନ୍ତିରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଅର୍ଡ଼ର ସପ୍ଲାଇଙ୍କ ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତିରେ ସୁଧାର ହେବ।

କର୍କଟ: କୌଣସି ମହତ୍ବପୂର୍ଣ୍ଣ ବିଷୟରେ ନିଷ୍ପତ୍ତି ନେଇପାରନ୍ତି। କୌଣସି ବଡ଼ ଓ ଅଲଗା କାମ କରିବାକୁ ଭାବି ପାରନ୍ତି। ଧର୍ମ ଓ ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ହୋଇପାରେ। ନବ ବିବାହିତ ଦମ୍ପତ୍ତିଙ୍କ ଲାଗି ଦିନଟି ଭଲ।

ସିଂହ: ବିରୋଧୀ ପକ୍ଷ ଆପଣଙ୍କ ସମ୍ମୁଖରେ ନତ ମସ୍ତକ ହେବେ। କୌଣସି ପ୍ରକାର ଅନୁଚିତ କାର୍ଯ୍ୟ ଆପଣଙ୍କ ଅଶାନ୍ତି କାରଣ ହୋଇପାରେ। ଆପଣଙ୍କ ଆଖପାଖର ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ।

କନ୍ୟା: ବ୍ୟବହାରିକ କାର୍ଯ୍ୟ ପ୍ରଣାଳୀରେ କିଛି ପରିବର୍ତ୍ତନ ହୋଇପାରେ। ଲୋକଙ୍କ ସମ୍ମୁଖରେ ଆପଣଙ୍କୁ ମତ ରଖିବାରେ ପୂରା ମଉକା ମିଳିବ। ଆପଣଙ୍କ ଯୋଜନାରେ ଲୋକ ଖୁବ୍ ପ୍ରଭାବିତ ହେବେ।

ତୁଳା: ଆପଣ କିଛି ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଯାହା ଦ୍ବାରା ଆପଣଙ୍କ ଅର୍ଥନୀତି ଓ ଘରର ବ୍ୟବସ୍ଥା ଠିକ୍ ରଖିବାରେ ସହାୟକ ହେବ। ଧର୍ମ ଓ ସମାଜ କାର୍ଯ୍ୟରେ ଆପଣଙ୍କର ରୁଚି ହେବ।

ବିଛା: ନୂଆ ପ୍ରକାର ଗତିବିଧିରେ ବ୍ୟସ୍ତତାର ରହିବେ। ଆପଣ ଧୈର୍ଯ୍ୟଧରି ରହନ୍ତୁ। ଅଚାନକ ଧନଲାଭ ହେବା ଯୋଗୁଁ ଆପଣଙ୍କ ଚେହେରାରେ ଖୁସି ବନି  ରହିବ। ଆପଣଙ୍କୁ ଉନ୍ନତିର ନୂଆ ରାସ୍ତା ମିଳିବ।

ଧନୁ: କୌଣସି ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ସଂଶୟର ସ୍ଥିତି ସମାପ୍ତ ହେବ। ଆପଣଙ୍କର ପୂରା ଧ୍ୟାନ ବ୍ୟବସାୟ ଓ କିଣିବା କ୍ଷେତ୍ରରେ ଲଗାନ୍ତୁ। ଯାନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମକର: ଆପଣ କୌଣସି ଅନୁଭବୀ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ପାଇବେ। ପୁରୁଣା ବନ୍ଧୁ ସହ ମିଳନ ଆପଣଙ୍କୁ ଖୁସି ଦେବ। ସନ୍ଧ୍ୟାରେ କାହାରି ଜନ୍ମଦିନ ସମାରୋହକୁ ଯାଇପାରନ୍ତି।

କୁମ୍ଭ: କାରବାର ଓ ପରିବାର ମଧ୍ୟରେ ଭାରସାମ୍ୟ ବଜାୟ ରହିବ। ଧର୍ମାନୁଷ୍ଠାନକୁ ଯିବାର ଯୋଜନା କରିବେ। କୌଣସି କାମ କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ।

ମୀନ: ଆପଣ କୌଣସି ବିପରୀତ ପରିସ୍ଥିତିରେ ଧୈର୍ଯ୍ୟଧରି ରହିବେ। ବିରୋଧୀ ଆପଣଙ୍କ ସଂପର୍କରେ ମିଥ୍ୟାକଥା ପ୍ରଚାର କରିପାରନ୍ତି। ଆପଣଙ୍କର ସ୍ଥିତି ଜଲଦି ସୁଧୁରିବାରେ ନଜର ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe