ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ସରକାରୀ କ୍ଷେତ୍ରରେ ଥିବା ଲୋକଙ୍କର ପଦୋନ୍ନତି ସହ ଭଲ ଜାଗାକୁ ବଦଳି ହେବ। ବିବାହ କଥାବର୍ତ୍ତାରେ ଲାଗି ରହିଥିବା ଅସୁବିଧା ଦୂର ହେବ। ଜମି କିଣିବା ପାଇଁ ମନ ବନାଇ ପାରନ୍ତି। ‌

ବୃଷ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଚାକିରିରେ ପରିବର୍ତ୍ତନ ଯୋଗ ଅଛି। ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ। ଆପଣଙ୍କୁ ରଚନାତ୍ମକ କାର୍ଯ୍ୟରେ ଯୋଡ଼ିବାର ମଉକା ମିଳିବ। ‌

ମିଥୁନ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପରିବାରରେ କୌଣସି ବଡ଼ଙ୍କ ଠାରୁ ଭଲ ପରାମର୍ଶ ପାଇବେ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ଲୋକଙ୍କୁ କୌଣସି ମହତ୍ବପୂର୍ଣ୍ଣ ଅବସର ମିଳିବ। ‌

କର୍କଟ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ବେପାରରେ ବୃଦ୍ଧି ହେବାର ସମ୍ଭାବନା ଅଧିକ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ହାସଲ କରିବେ। ପାରିବାରିକ ଜୀବନ ସମୃଦ୍ଧ ରହିବ। ‌

ସିଂହ: ଚାକିରିଜୀବୀଙ୍କୁ ନୂଆ ଅବସର ମିଳିବ। ବେପାରରେ ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଉଚ୍ଚ ପଦକୁ ମନୋନୀତ ହୋଇପାରନ୍ତି। ଜମି ସଂପର୍କିତ ମାମଲାର ମିଥୁନ ସମାଧାନ ହୋଇଯିବ। ‌

କନ୍ୟା: ଆପଣଙ୍କ ଆୟର ସାଧନ ବୃଦ୍ଧି ହେବ। ଭାବିଥିବା ଯୋଜନାରେ ସଫଳତା ପାଇବେ। ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଅଚାନକ ପ୍ରିୟ ବନ୍ଧୁ ସହିତ ଦେଖା ହେବ।

ତୁଳା: ଜମି ବା ଭବନ କିଣିବା ଯୋଗ ଅଛି। ପୁଞି ବଜାରରେ ଯଥେଷ୍ଟ ଲାଭ ମିଳିବାର ସମ୍ଭାବନା। ପଦୋନ୍ନତି ବା ଚାକିରିର ସ୍ଥାନ ବଦଳାଇବା ଯୋଗ ଅଛି। ବୈବାହିକ ଜୀବନ ସୁଖମୟ ରହିବ।

ବିଛା: କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିବେଶରେ କାମ କରିବେ। ପରିବାର ସହିତ ସମୟ ଅତିବାହିତ କରିବେ। ଦଳରେ ଭଲ ନେତୃତ୍ବ ରୂପେ କାମ କରିବେ। ପ୍ରତିଟି ଛୋଟ କଥାରେ ଭାବନ୍ତୁ ନାହିଁ।

ଧନୁ: ବ୍ୟବସାୟ କାମରେ ବାପାଙ୍କ ସାହାଯ୍ୟ ନେବେ। ଆପଣଙ୍କୁ ଚାକିରି ବଦଳାଇବା ପାଇଁ ପ୍ରସ୍ତାବ ମିଳିପାରେ। ଜୀବନସାଥୀ ସହିତ ସମୟ ଅତିବାହିତ କରିବେ। କଳାକାରଙ୍କୁ ବଡ଼ ସୁଯୋଗ ମିଳିବ।

ମକର: ନିଜ ଭାବନାର ସକାରାତ୍ମକ ବଜାୟ ରଖନ୍ତୁ। ଇଚ୍ଛିତ ଫଳ ପ୍ରାପ୍ତି ହେବ। ବେପାରୀଙ୍କୁ ଭଲ ସୁଯୋଗ ମିଳିବ। ପରିବାରରେ ଧାର୍ମିକ କାର୍ଯ୍ୟ ଆୟୋଜନ ହୋଇପାରେ। ପ୍ରେମ ଜୀବନ ଭଲ ରହିବ।

କୁମ୍ଭ: ଆପଣଙ୍କର ପ୍ରଶଂସା ହେବ। ବାପା ମାଆଙ୍କ ସହିତ ତୀର୍ଥ ଯାତ୍ରାରେ ଯିବେ। ସ୍ବାସ୍ଥ୍ୟକୁ ନେଇ ସାବଧାନ ରହନ୍ତୁ। ସାମାଜିକ ସ୍ତରରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବାର ଯୋଗ ଅଛି।

ମୀନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ବ୍ୟକ୍ତିତ୍ବ ଲୋକମାନଙ୍କୁ ପ୍ରଭାବିତ କରିବ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ‌। ବେପାରରେ ଲାଭ ହେବ। ପରିଜନଙ୍କ ଠାରୁ ଭଲ ଖବର ପାଇବେ।
                                                                     ଙ୍କୁ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe