ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଅନ୍ୟମାନଙ୍କ ସହିତ କଥା ହେବାବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ। ଦୀର୍ଘ ଦିନରୁ ଭାବିଥିବା କାମ କାହାରି ସାହାଯ୍ୟରେ ସଂପୂର୍ଣ୍ଣ ହୋଇଯିବ। ‌

ବୃଷ: ଯେଉଁକାମ କରିବାକୁ ଚାହିଁବେ ସହଜରେ ସଂପୂର୍ଣ୍ଣ ହୋଇଯିବ। ସନ୍ଧ୍ୟାରେ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରକୁ ଯିବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ଦରମା ବୃଦ୍ଧି ହେବ।  ‌

ମିଥୁନ: ଆଗକୁ ବଢ଼ିବା ଲାଗି ଭଲ ଦିନଟିଏ। ବିଲଡ଼ର୍ସଙ୍କୁ ଧନଲାଭ ହେବ, ଠିକା ମିଳିବ। ଛାତ୍ରଛାତ୍ରୀ ପ୍ରୋଜେକ୍ଟ ସଂପୂର୍ଣ୍ଣ କରିବା ପାଇଁ ପୂରା ମନ ଲଗାଇବେ।  ପିଲାଙ୍କର ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ। ‌

କର୍କଟ: ବ୍ୟବସାୟରେ ଭଲ ଲାଭ ପାଇବେ। ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଲୋକେ ଆପଣଙ୍କ କାମର ପ୍ରଶଂସା କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ସିଂହ: ଜମିରେ ନିବେଶ ଲାଗି ଭଲ ଦିନଟିଏ। ପ୍ରତିଯୋଗୀ ପରୀକ୍ଷାର ପରିଣାମ ଆପଣଙ୍କ ପକ୍ଷରେ ଆସିବ। କୌଣସି କଥାରେ ଜଲଦି ରାଗନ୍ତୁ ନାହିଁ। ଅଚାନକ ଆୟର ନୂଆ ଉତ୍ସ ପାଇବେ।

କନ୍ୟା: ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ। ଜୀବନସାଥୀର ଜୀବନରେ ପରିବର୍ତ୍ତନ ଆସିବା ଯୋଗୁଁ ଖୁସିର ପରିବେଶ ସୃଷ୍ଟି ହେବ। ପୁରୁଣା ଜମି ବିକ୍ରୀରେ ଭଲ ଲାଭ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ତୁଳା: ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କତୃପକ୍ଷ ଖୁସି ହୋଇଯିବେ। ନୂଆ କାମ ଆରମ୍ଭ କରନ୍ତୁ ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ନିବେଶ କରନ୍ତୁ।

ବିଛା: ଅଫିସରେ କାର୍ଯ୍ୟକୁ ନେଇ କାହାରି ଉପରେ ଭରସା କରନ୍ତୁ ନାହିଁ। ନିଜର କାମ ନିଜେ କରନ୍ତୁ। ବନ୍ଧୁ ସହିତ ମନଖୋଲା କଥା ହେଲେ ଆପଣଙ୍କର ସମସ୍ୟାର ସମାଧାନ ବାହାରିବ।

ଧନୁ: ଜମି ବ୍ୟବସାୟୀଙ୍କ ଜମି ଭଲ ଦାମରେ ବିକ୍ରୀ ହେବ। ବାଲ୍ୟବନ୍ଧୁ ସହିତ ମିଶିବା ପାଇଁ ମନ କହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି।

ମକର: ବକେୟା ଅର୍ଥ ଅଚାନକ ଫେରସ୍ତ ପାଇବେ। କାର୍ଯ୍ୟରେ ପରିବାର ଲୋକଙ୍କର ସହଯୋଗ ପାଇବେ। ଆପଣଙ୍କର କଳା କୌଶଳ ସମସ୍ତଙ୍କୁ ପସନ୍ଦ ଆସିବ। ଜୀବନସାଥୀଙ୍କର ପ୍ରେମ ଓ ସୁଖ ପାଇବେ।

କୁମ୍ଭ: ବେପାର ବଢ଼ାଇବା ଯୋଗୁଁ ଧନଲାଭ ହେବ। କୌଣସ କାମ କରିବା ଲାଗି ତରତର ହୁଅନ୍ତୁ ନାହିଁ। ଘନିଷ୍ଠ ବନ୍ଧୁଙ୍କ ସହ ମିଶିବା ପାଇଁ ତାଙ୍କ ଘରକୁ ଯିବେ। ବିରୋଧୀ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ।  

ମୀନ: ଆପଣଙ୍କ ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ଭାବେ ମୁକାବିଲା କରିବେ। ନବ ବିବାହିତ ଦମ୍ପତ୍ତିଙ୍କର ସମ୍ବନ୍ଧ ଆହୁରି ମଜଭୁତ ହେବ। ଅଫିସରେ କୌଣସି ବଡ଼ କାମର ଦାୟିତ୍ବ ଆପଣଙ୍କୁ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe