ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଅଧୁରା ଥିବା କାମ ପୂରା କରିପାରିବେ। ଚାକିରିରେ ଉନ୍ନତି ଯୋଗ ଅଛି। ବନ୍ଧୁର ଜନ୍ମଦିନ ସମାରୋହକୁ ଯାଇପାରନ୍ତି। ପାରିବାରିକ ଜୀବନ ସୁଖକର ହେବ। ଘର ପାଇଁ ବିଜୁଳି ଉପକରଣ କିଣି ପାରନ୍ତି। ‌

ବୃଷ: ଯେଉଁ ମହିଳାମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଦିନଟି ଭଲ ରହିବ। ଅଫିସରେ ଆପଣଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପସନ୍ଦ ହେବ। ଯାନ କିଣିବା ପାଇଁ ପରିବାରର ପୂରା ସହଯୋଗ ପାଇବେ।‌

ମିଥୁନ: ବାପା ମାଆଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ। ବ୍ୟବସାୟଙ୍କୁ ବଡ଼ ଅର୍ଡ଼ର ମିଳିବ। ବୈବାହିକ ଜୀବନରେ ଖୁସି ଆସିବ। ଛାତ୍ରଙ୍କୁ କିଛି ଶିଖାଇବା ପାଇଁ ଦିନଟି ଭଲ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ।  ‌

କର୍କଟ: ବ୍ୟବସାୟ ଦୃଷ୍ଟିରୁ ସଫଳତା ପାଇବେ। ନିବେଶ ବିଷୟରେ ବଡ଼ଙ୍କର ମତ ନେବା ଠିକ୍ ରହିବ। ଛୋଟ ଛୋଟ ସଫଳତାରେ ଶୀଘ୍ର ଉନ୍ନତି ହେବ। ରାଜନୀତି କାର୍ଯ୍ୟରେ ମନ ଲାଗିବ।‌

ସିଂହ: ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ସୁସ୍ଥ ରହିବେ। ପ୍ରେମୀ ଯୁଗଳ ନିଜର ଜୀବନ ଶୈଳୀରେ କିଛି ପରିବର୍ତ୍ତନ କରିପାରନ୍ତି। ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

କନ୍ୟା: କୌଣସି କାମ ତରବରିଆରେ କଲେ ଅସୁବିଧାରେ ସମ୍ମୁଖୀନ ହେବେ। ଦାମ୍ପତ୍ୟ ଜୀବନରେ ମିଷ୍ଟତା ବଢ଼ିବ। ଆପଣ ଆଜି ଯାହା ଶିଖିବେ ତାହା ଆପଣଙ୍କ ଲାଗି ଲାଭଦାୟକ ହେବ।

ତୁଳା: ଆପଣଙ୍କର ଅଶାନ୍ତି ନିବାରଣ ହେବ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଧନଲାଭ ହେବ। ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ବିଛା: ଆପଣଙ୍କୁ ଭଲ ଚାକିରି ମିଳିବ। ଧନ ଚିନ୍ତା ଦୂର ହୋଇଯିବ। ପୁରୁଣା ବନ୍ଧୁ ସହିତ ଫୋନରେ କଥା ହେବେ। ପରିବାରରେ ସୌହାର୍ଦ ବଜାୟ ରହିବ।  ପ୍ରେମୀ ଯୁଗଳଙ୍କର ସମ୍ବନ୍ଧ ମଧୁରତା ପୂର୍ଣ୍ଣ ରହିବ।

ଧନୁ: ଘର କାମ ପୂରା କରିବାରେ ପରିବାରର ସହଯୋଗ ପାଇବେ। ବଡ଼ଙ୍କର ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ରହିବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।

ମକର: ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ। ବେପାରରେ ଲାଭ ହେବ। ଏକାନ୍ନବର୍ତ୍ତୀ ପରିବାରର ଲୋକଙ୍କ ମଧ୍ୟରେ ପ୍ରୀତି ବଢ଼ିବ। ଯାନ କିଣିବା ଲାଗି ମନ ବନାଇବେ।

କୁମ୍ଭ: ପୂଜାପାଠରେ ସମୟ ବିତିବ। ଡ଼େକୋରସନ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ। ରାଜନୀତି କ୍ଷେତରେ ଥିବା ଲୋକଙ୍କ ପାଇଁ ଦିନଟି ସାଧାରଣ ରହିବ। ଆପଣଙ୍କ ପିଲା ଠାରୁ ଭଲ ଖବର ପାଇବେ।

ମୀନ: ଓକିଲଙ୍କ ଲାଗି ଦିନଟି ଭଲ ରହିବ। କୌଣସି ମକଦ୍ଦମାରେ ଜୟ ଲାଭ କରିବେ। ଘର ଲୋକ ଆପଣଙ୍କର କୌଣସି କାମରେ ଖୁସି ହେବେ। ଦାମ୍ପତ୍ୟ ଜୀବନ ମଧୁରତା ପୂର୍ଣ୍ଣ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe