ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: କାର୍ଯ୍ୟକ୍ଷେତ୍ରରେ ଏଭଳି ସୁଯୋଗ ପାଇବେ ଯାହାଦ୍ବାରା ଆମଦାନି ବୃଦ୍ଧି ହେବ। ସନ୍ଧ୍ୟାରେ ଜୀବନସାଥୀ ସହ ଆପଣଙ୍କ ଜୀବନ ଆନନ୍ଦମୟ ହେବ। ବେକାରଙ୍କୁ ରୋଜଗାାରର ସୁଯୋଗ ମିଳିବ।

ବୃଷ: ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ ଯୋଗ୍ୟତାରେ ଆପଣଙ୍କ ପରିବାରର ନାମ ଉଜ୍ଜ୍ବଳ କରିବେ। ବ୍ୟବସାୟରେ ନୂଆ ସୁଯୋଗ ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

ମିଥୁନ: ଆପଣଙ୍କର ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। କୌଣସି ଜରୁରୀ କାମରେ ଦୂରସ୍ଥାନକୁ ଯିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରିଜୀବୀଙ୍କର ଦୂରସ୍ଥାନକୁ ବଦଳି ହୋଇପାରେ। ‌

କର୍କଟ: ଜୀବନକୁ ଭଲ ଢ଼ଙ୍ଗ‌ରେ ଜିଇଁବା ପାଇଁ ପ୍ରୟାସ କରିବେ। ଅପ୍ରତ୍ୟାଶିତ ଧନପ୍ରାପ୍ତି ହେବ। ବ୍ୟବସାୟ ବିଷୟରେ ବନ୍ଧୁ ସହିତ କଥାବର୍ତ୍ତା ହେବେ। ଗୃହିଣୀଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ। ‌ ‌

ସିଂହ: ପୂର୍ବରୁ ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ଆପଣ ନିଜର ବିଚାର ଓ ଯୋଜନାକୁ କ୍ରିୟାନ୍ବିତ କରିବା ପାଇଁ ଲଗାତାର ପ୍ରୟାସ କରିବେ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ରୁଚି ବଢ଼ିବ। ‌‌

କନ୍ୟା: ମନ ଅଶାନ୍ତି ମୁକ୍ତ ରହିବ। ମହତ୍ବପୂର୍ଣ୍ଣ କଥା ଲୋକମାନଙ୍କ ସହିତ ଆଲୋଚନା କରିବାର ଅବସର ପାଇବେ। ଷ୍ଟିଲ୍ ବ୍ୟବସାୟୀଙ୍କ ହାତକୁ ବଡ଼ କାମ ଆସିବ। ଅଫିସ କାମରେ ଦୂରସ୍ଥାନକୁ ଯିବେ।

ତୁଳା: ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। କାର୍ଯ୍ୟ ବ୍ୟସ୍ତତାରେ ରହିବା ଯୋଗୁଁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରିବେ ନାହିଁ।

ବିଛା: ଆପଣ ନିଜ କଥାରେ ଲୋକଙ୍କ ମନକୁ ମନାଇ ନେଇପାରିବେ। ଅନଲାଇନି ବେପାରୀଙ୍କର ଭାଗ୍ୟ ଉଜ୍ଜ୍ବଳ। ଦୀର୍ଘ ଦିନରୁ ଲାଗି ରହିଥିବା ଘରୋଇ ଅସୁବିଧା ଦୂର ହେବ। ‌

ଧନୁ: ଆପଣଙ୍କୁ ନିଜ ପ୍ରତିଭାରେ ଯଥେଷ୍ଟ ଲାଭ ମିଳିବ। ଜମି ସମସ୍ୟା ସମାଧାନ ହୋଇଯିବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ। ଆପଣ କାହାରିକୁ ସାହାଯ୍ୟ କରିବେ।

ମକର: ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭ ହେବ। ବେପାରରେ ଭଲ ପ୍ରଗତି ହେବ। ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଦିନଟି ଭଲ। ପ୍ରେମ ଜୀବନ ମଧୁର ହେବ।

କୁମ୍ଭ: ଚାକିରିରେ ନୂଆ ଦାୟିତ୍ବ ପାଇବେ। ଅଚାନକ କୌଣସି ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସିବେ। ଭୁଲ୍ ଠିକର ପାର୍ଥକ୍ୟ ବୁଝି ଉଚିତ ନିର୍ଣ୍ଣୟ ନିଅନ୍ତୁ। ଜମିରେ ନିବେଶ ପାଇଁ ଭଲ ଦିନଟିଏ।

ମୀନ: କୌଣସି କାମକୁ ନୂଆକରି ମୂଳରୁ ଆରମ୍ଭ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପରିବାରରେ ଅଶାନ୍ତି କମ୍ ହେବ। ଭଲ ସାମାଜିକ କର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe