ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଆପଣଙ୍କ ସମ୍ମୁଖକୁ କୌଣସି ଆହ୍ବାନ ଆସିବ। କ୍ୟାରିୟର ସମ୍ବନ୍ଧୀୟ ଚୟନ ପାଇଁ ଭଲ ଦିନଟିଏ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ନବବିବାହିତ ଦମ୍ପତ୍ତି ବାହାରକୁ ବୁଲି ଯିବେ। ଫାଇନିଆର୍ଟସ ଛାତ୍ରଙ୍କ ଲାଗି ଦିନଟି ଭଲ।

ବୃଷ: ଚାକିରିଆଙ୍କୁ ପଦୋନ୍ନତିର ଅବସର ମିଳିବ। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଗୃହିଣୀମାନେ ଘର କାମରେ ବ୍ୟସ୍ତ ରହିବେ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉପକୃତ ହେବେ।  

ମିଥୁନ: ମହିଳାମାନଙ୍କ ପାଇଁ ଦିନଟି ଆରାମଦାୟକ ରହିବ। ବହୁରାଷ୍ଟ୍ରିୟ କଂପାନିରୁ ଚାକିରି ପାଇଁ କୋଲ୍ ଆସିପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

କର୍କଟ: ଆପଣଙ୍କ ଚଞ୍ଚଳ ସ୍ବଭାବ ପାଇଁ ଲୋକେ ପ୍ରଭାବିତ ହେବେ। ଦୀର୍ଘ ଦିନରୁ ଲାଗି ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। କତୃପକ୍ଷ ଆପଣଙ୍କ ଦେଖି ପ୍ରଶଂସା କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ସିଂହ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ଗୃହିଣୀମାନେ ପିଠାପଣା ତିଆରି କରି ଜୀବନସାଥୀଙ୍କୁ ଖୁଆଇବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କନ୍ୟା: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ଧର୍ମକାର୍ଯ୍ୟରେ ମନ ଲଗାନ୍ତୁ ଶାନ୍ତି ପାଇବେ। ବେପାରୀବର୍ଗଙ୍କୁ ଅଚାନକ ଧନଲାଭ ହୋଇପାରେ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା।

ତୁଳା:ଆପଣଙ୍କର ସବୁ କାମ ସହଜରେ ହୋଇଯିବ। ବ୍ୟବସାୟ କାମରେ ବନ୍ଧୁ ସହିତ ବାହାରକୁ ଯି‌ବେ। ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ। ବିଜ୍ଞାନ କ୍ଷେତ୍ରରେ ଥିବା ଛାତ୍ରଛାତ୍ରୀଙ୍କୁ ଚାକିରିର ସୁଯୋଗ ମିଳିପାରେ। ‌

ବିଛା: ପରିବାରର ସବୁ ଲୋକ ମିଳିମିଶି ମନୋରଂଜନ କାର୍ଯ୍ୟରେ ଆନନ୍ଦ ଉପଭୋଗ କରିବେ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ବିନା କାରଣରେ ପରିବାର ଲୋକଙ୍କ ଉପରେ ରାଗନ୍ତୁ ନାହିଁ। ‌

ଧନୁ: ବ୍ୟବସାୟରେ ଅଚାନକ ଧନଲାଭ ହେବ। ଗରିବ ଲୋକଙ୍କୁ ସାହାଯ୍ୟ କରିବେ। କାମ କରିବା ପୂର୍ବରୁ ବାପା ମାଆଙ୍କର ଆଶୀର୍ବାଦ ନିଅନ୍ତୁ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ପ୍ରାପ୍ତ ହେବ।

ମକର: ଭାଗ୍ୟ ଆପଣଙ୍କୁ ପୂରା ସାଥ ଦେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କୁ ଉପହାର ଦେବେ। ପରିବାର ଲୋକଙ୍କ ସହିତ କୌଣସି ଜରୁରୀ ମାମଲାରେ କଥା ହେବେ।‌

କୁମ୍ଭ: ଦୀର୍ଘ ଦିନରୁ କରିଆସୁଥିବା ପ୍ରୟାସରେ ସନ୍ତୋଷଜନକ ଫଳ ପାଇବେ। ପାରିବାରିକ ଜୀବନ ଆନନ୍ଦମୟ ରହିବ। ଜୀବନସାଥୀ ଉପରେ ଭରସା ବଜାୟ ରଖନ୍ତୁ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।

ମୀନ: ଇଂଜିନିୟର୍ସଙ୍କୁ ଦିନଟି ଲାଭ ଦେବ। ବ୍ୟବସାୟରେ ବାପାଙ୍କର ସାହାଯ୍ୟ ପାଇବେ। ଘରେ ପିଲାମାନଙ୍କ ସହିତ ସମୟ ବିତାଇବେ। ଯାନ କିଣିବା ଲାଗି ମନ ବଳିବ। ଘରକୁ କୁଣିଆ ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe