ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: କାରବାର ବଢ଼ାଇବା ଲାଗି ମନରେ ନୂଆ ନୂଆ ବିଚାର ଆସିବ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଲେଖକଙ୍କ ବିଚାରର ସମ୍ମାନ ହେବ।

ବୃଷ: ଭାଗ୍ୟର ସହଯୋଗ ପାଇବେ। କ୍ୟାରିୟରରେ ବଡ଼ ସଫଳତା ହାସଲ କରିବେ। ବ୍ୟବସାୟୀଙ୍କୁ ଲାଭ ହେବ। କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାକୁ ଭାବୁଥିଲେ ଆଜି ସଂପୂର୍ଣ୍ଣ ହେବ।

ମିଥୁନ: ମନରେ କୌଣସି କଥାକୁ ନେଇ ଉତ୍ସାହ ରହିବ। କାର୍ଯ୍ୟକ୍ଷେତ୍ରରେ ଅଚାନକ ଭାର ବଢ଼ିବ। ଅଶାନ୍ତ ନହୋଇ ଧୈର୍ଯ୍ୟଧରି ରହନ୍ତୁ। ଦିନସାରା କାର୍ଯ୍ୟ ବ୍ୟସ୍ତତା ଯୋଗୁଁ କ୍ଳାନ୍ତ ଅନୁଭବ କରିପାରନ୍ତି।

କର୍କଟ: ବେପାରରେ ଭାଗୀଦାରୀ ମାଧ୍ୟମରେ ଲାଭ ହୋଇପାରେ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଜିନିଷକୁ ଭଲଭାବେ ବୁଝିବାକୁ ଚେଷ୍ଟା କରିବେ। ଜୀବନସାଥୀର ପୂରା ସହଯୋଗ ପାଇବେ।

ସିଂହ: ଆତ୍ମବିଶ୍ବାସ ଉଚ୍ଚା ରହିବ। ଆପଣଙ୍କ କାମରେ ଅଧିକାରୀବର୍ଗ ଖୁସି ହେବେ। ପର୍ଯ୍ୟଟନ କ୍ଷେତ୍ରଅରେ ଲୋକଙ୍କୁ ଧନଲାଭ ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ସୁଖ ଶାନ୍ତି କାଏମ୍ ରହିବ।

କନ୍ୟା: କୌଣସି ଦାୟିତ୍ବ ଅଣଦେଖା କରନ୍ତୁ ନାହିଁ। ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ। ଅଫିସରେ କୌଣସି ଲୋକ ଆପଣଙ୍କ ପ୍ରତି ଆକର୍ଷିତ ରହିବେ। ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।

ତୁଳା: ସବୁ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ପାଖ ଲୋକ ଧୋକା ଦେବାକୁ ଚେଷ୍ଟା କରିବେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। କାହାରିକୁ ଧାର ଦେବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନେବା ଭଲ ହେବ।

ବିଛା: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରି ପାରେ। ଜୀବନରେ କିଛି ଭଲ ପରିବର୍ତ୍ତନ ପାଇଁ ଚେଷ୍ଟା କରିବେ। ଧାର ଦେଇଥିବା ଅର୍ଥ ଅଚାନକ ଫେରସ୍ତ ପାଇବେ।

ଧନୁ: କ୍ୟାରିୟରକୁ ବଢ଼ାଇବା ଲାଗି ନୂଆ ଅବସର ପାଇବେ। ଭାଇ ଭଉଣୀର ପୂରା ସହଯୋଗ ପାଇବେ। ଜୀବନସାଥୀ ସହିତ ସମ୍ବନ୍ଧରେ ସକାରାତ୍ମକତା ଆସିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ।

ମକର: ଆପଣଙ୍କର ଧ୍ୟାନ କାର୍ଯ୍ୟକୁ ପୂରା କରିବାରେ ଲାଗି ରହିବ। ବଡ଼ କାମ ସନ୍ତାନର ସାହାଯ୍ୟରେ ପୂରା ହୋଇଯିବ। ଅଫିସରେ କୌଣସି କାମକୁ ନେଇ ବିଚାର ବିମର୍ଶ କରିବାକୁ ପଡ଼ିପାରେ।

କୁମ୍ଭ: ଆପଣଙ୍କ କଳ୍ପନା ଶକ୍ତି ଲକ୍ଷ୍ୟ ପ୍ରାପ୍ତି କରିବାରେ ସହାୟତା କରିପାରେ। ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିନେବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

ମୀନ: କାରବାର ବଢ଼ାଇବା ଲାଗି କୌଣସି ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ପାଇବେ। କୌଣସି ସମାରୋହରେ ଏଭଳି ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ ଯାହା ଆପଣଙ୍କ ଲାଗି ବିଶେଷ ସାବ୍ୟସ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe