ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ

horoscopeqw

ମେଷ: ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଛାତ୍ରଛାତ୍ରୀଙ୍କର ଧ୍ୟାନ ପାଠପଢ଼ାରେ ଲାଗି ରହିବ। ‌

ବୃଷ: ଅଫିସ କାମରେ ବାହାରକୁ ଯିବେ। ଡ଼ାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସ ଆସିବ। ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଅବସର ପାଇବେ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢ଼ାଳି କାମ କରିବେ। ନିଜ କାମରେ ଅଧିକ ପୁଞି ଲଗାଇପାରନ୍ତି। କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

କର୍କଟ: ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ବନ୍ଧୁ ସାହାଯ୍ୟରେ ଆପଣଙ୍କ ଯୋଜନା ସଫଳ ହେବ। ବ୍ୟବସାୟରେ ମନ ମୁତାବକ ସଫଳତା ପାଇବେ।

ସିଂହ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ଅଫିସରେ କାମର ବୋଝ ଅଧିକ ହୋଇପାରେ। ଅଚାନକ ଧନଲାଭ ହେବ। ପ୍ରିୟଜନ ମିଳନ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

କନ୍ୟା: ଚାକିରିଜୀବୀଙ୍କ ଲାଗି ପଦୋନ୍ନତି ଯୋଗ ଅଛି। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଜୀବନସାଥୀ ଠାରୁ କୌଣସି ଖୁସି ଖବର ପାଇବେ।

ତୁଳା:କୌଣସି ବ୍ୟକ୍ତିଙ୍କ ଠାରୁ ଆଶା ଠାରୁ ଅଧିକ ଲାଭ ପାଇବେ। ରାଜନୀତିରେ ମହତ୍ବାକାଂକ୍ଷା ପୂରା ହେବ। ନବବିବାହିତ ଦମ୍ପତ୍ତିଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ। ଓକିଲଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ଜୀବନରେ ହେବାକୁ ଯାଉଥିବା ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଆପଣଙ୍କୁ ରୋଜଗାରର ନୂଆ ଅବସର ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଘରକୁ କୌଣସି ବନ୍ଧୁ ଆସିବେ।

ଧନୁ: ପୂଜାପାଠରେ ଅଧିକ ସମୟ ବିତିବ। ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆପଣଙ୍କ କାମ ଦେଖି କତୃପକ୍ଷ ଖୁସି ହେବେ। ଜୀବନସାଥୀଙ୍କୁ ମନର କଥା କହିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମକର: ଆପଣ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଆପଣଙ୍କର ଜଣାଶୁଣା ନୂଆ ଲୋକଙ୍କ ସହିତ ହେବ। କୌଣସି ନୂଆ ଦାୟିତ୍ବ ଆପଣ ଶୀଘ୍ର ପାଇବେ।

କୁମ୍ଭ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଅର୍ଥ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଚାକିରିରେ କିଛି ଭଲ ସୁଯୋଗ ପାଇବେ। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲକୁ ଯିବେ।

ମୀନ: ବ୍ୟବସାୟରେ ପ୍ରଗତି ହେବ। ଆପଣ ଲୋକମାନଙ୍କର ସହଯୋଗ ପାଇବେ। ସାମାଜିକ ଜୀବନ ଭଲ ରହିବ। ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ନାମ ହେବ। ପ୍ରେମରେ ସଫଳତା ପାଇବେ। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe