ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: କୌଣସି କାମରେ ପଡ଼ୋଶୀର ସହଯୋଗ ପାଇବେ। ସଫଳତାରେ ଆସୁଥିବା ବାଧା ଦୂର ହେବ। ପରିବାରରେ ଆପୋସୀ ସୌହାର୍ଦ୍ଦ ବଜାୟ ରହିବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କର ଭାବନାକୁ ବୁଝନ୍ତୁ।

ବୃଷ: ନ୍ୟାୟାଳୟରେ ଥିବା ବିଚାରାଧୀନ ମକଦ୍ଦମା ଆପଣଙ୍କ ପକ୍ଷରେ ଆସିବ। ବେପାରରେ ଆପଣଙ୍କୁ ଖୁବ୍ ଉନ୍ନତି ମିଳିବ। ନୂଆ ଜମି କିଣିବାକୁ ଚାହୁଁଥିଲେ ତାହା ସଂପର୍କରେ ଠିକ୍ ଭାବେ ଜାଣନ୍ତୁ।

ମିଥୁନ: ପୂର୍ବରୁ କରିଆସୁଥିବା ପ୍ରୟାସର ଫଳ ପାଇବେ। କୌଣସି ବନ୍ଧୁ ସାହାଯ୍ୟରେ ଚାକିରି ପାଇବେ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ।

କର୍କଟ: ଆପଣଙ୍କ ମନ ଆଧ୍ୟାତ୍ମିକରେ ଅଧିକ ଲାଗି ରହିବ। କୌଣସି ବନ୍ଧୁ ସହିତ ଅଚାନକ ଦେଖାହେବ। କୌଣସି ନୂଆ କାମ କରିବା ପାଇଁ ମନରେ ବିଚାର ଆସିବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ। ‌

ସିଂହ: କାମଧନ୍ଦାରେ ସାବଧାନତା ଅବଲମ୍ବନ କରନ୍ତୁ। ବିରୋଧୀ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବ। ତେଣୁ ସତର୍କ ରହନ୍ତୁ। ଆପଣ ଯେଉଁ ଲକ୍ଷ୍ୟ ନିର୍ଦ୍ଧାରିତ କରିଛନ୍ତି ତା’ର ନିକଟବର୍ତ୍ତୀ ହୋଇପାରିବେ।‌

କନ୍ୟା: ରାଜନୀତିରେ ଥିବା ବ୍ୟକ୍ତିଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଭାଇ ଭଉଣୀଙ୍କ ସହିତ ଭଲ ଜାଗାକୁ ବୁଲି ଯିବାର ଯୋଜନା କରିବେ। ଉଚ୍ଚଶିକ୍ଷା ପାଇଁ ଭଲ କଲେଜରେ ନାମ ଲେଖାଇବେ।

ତୁଳା: ଡ଼ାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିବା ପାଇଁ ମନସ୍ଥ କରିବେ। ବାଣୀ ଉପରେ ସଂଯମ ରଖନ୍ତୁ। ଆପଣଙ୍କ ବ୍ୟବସାୟରେ ବୃଦ୍ଧି ହେବ। ଛାତ୍ରଛାତ୍ରୀ କୌଣସି ଏକାନ୍ତ ଜାଗାକୁ ଯାଇ ପଢ଼ନ୍ତୁ।

ବିଛା: ଜୀବନସାଥୀ ସହିତ ଲାଗି ରହିଥିବା ମନାନ୍ତର ସମାପ୍ତ ହୋଇଯିବ। ଅଚାନକ ଧନପ୍ରାପ୍ତି ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ। ଲେଖକଙ୍କ ରଚନାର ପ୍ରଶଂସା ହେବ। ଅନାବଶ୍ୟକ କଥା ଠାରୁ ଦୂରରେ ରହନ୍ତୁ।

ଧନୁ: ପୁରୁଣା କାମ ସଂପୂର୍ଣ୍ଣ କରିବା ଲାଗି ସମୟ ବହୁତ ଭଲ। ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଥିବା ଲୋକଙ୍କୁ କିଛି ନୂଆ ପ୍ରୋଜେକ୍ଟ ମିଳିବ। ବଡ଼ଙ୍କ ଠାରୁ ପାଇଥିବା ପରାମର୍ଶ କାମରେ ଆସିବ।

ମକର: ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଅଫିସ କାମରେ ଅନ୍ୟ ସହରକୁ ଯିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ନୂଆ ବେପାର ଆରମ୍ଭ କରିବା ଲାଗି ବଡ଼ ଭାଇର ସହଯୋଗ ପାଇବେ।

କୁମ୍ଭ: ଆପଣଙ୍କର ସଫଳତା ଓ ଉଚ୍ଚପଦ ପ୍ରାପ୍ତ କରିବା ପାଇଁ ଇଚ୍ଛା ଜାଗ୍ରତ ହେବ। ଯାହା ଦ୍ବାରା ଅଧିକ ପରିଶ୍ରମ କରିବେ। ଅଭିନୟ କ୍ଷେତ୍ରରେ ଥିବା ଲୋକଙ୍କୁ କୌଣସି ବଡ଼ ସୁଯୋଗ ମିଳିବ।

ମୀନ: ଭବିଷ୍ୟତର ଯୋଜନା ବନାଇବା ପାଇଁ ଦିନଟି ଭଲ। ଅର୍ଡ଼ର ସପ୍ଲାଇଙ୍କୁ ଯଥେଷ୍ଟ ଧନଲାଭ ହେବ। ନବ ବିବାହିତ ଦମ୍ପତ୍ତି କୌଣସି କଥାକୁ ନେଇ  ସହଜରେ ଏକମତ ହୋଇପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe