ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ। ଧନଲାଭର ନୂଆ ମଉକା ପାଇବେ। ବ୍ୟବସାୟୀଙ୍କୁ ଭାଗ୍ୟର ସାଥ ମିଳିବ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ।

ବୃଷ: ମନରେ ନୂଆ ନୂଆ ବିଚାର ସମାବେଶ ହେବ। ଆପଣଙ୍କର ବୁଦ୍ଧିମତ୍ତା ବିରୋଧୀମାନଙ୍କୁ ଦୂରରେ ରଖିବ। ରାଜନୈତିକ କାର୍ଯ୍ୟକ୍ରମରେ ରୁଚି ନେବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।

ମିଥୁନ: କାମରେ ଏକାଗ୍ରତା ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ। ବ୍ୟବହାର ଅନ୍ୟମାନଙ୍କ ପ୍ରତି ଭଲ ରଖନ୍ତୁ। ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ କରିନେବେ। ପ୍ରେମ ଜୀବନ ଭଲ ରହିବ।

କର୍କଟ: ଆତ୍ମବିଶ୍ବାସ ବହୁତ ଭଲ ରହିବ। ବ୍ୟବସାୟ କାମରେ ଜିଲ୍ଲା ବାହାରକୁ ଯିବେ। ସୋସିଆଲ ମିଡ଼ିଆରେ ନୂଆ ବନ୍ଧୁ ବନାଇବେ। ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ।

ସିଂହ: ପୂର୍ବ କଥାକୁ ନେଇ ଚିନ୍ତିତ ରହିପାରନ୍ତି। ପରିବାରର ସବୁ ଲୋକ କାମରେ ଜଣେ ଅନ୍ୟଜଣଙ୍କୁ ସାହାଯ୍ୟ କରିବେ। ଆମଦାନି ଲାଗି ନୂଆ ସୁଯୋଗ ପାଇବେ। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ।

କନ୍ୟା: ଆପଣଙ୍କ ପ୍ରଦର୍ଶନରେ କତୃପକ୍ଷଙ୍କୁ ପ୍ରଭାବିତ କରିନେବେ। କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହେବ। ସରକାରୀ କାମ ସଂପୂର୍ଣ୍ଣ ହେବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।‌

ତୁଳା: ଶାନ୍ତ ମନରେ କାମ କରନ୍ତୁ ପ୍ରଚୁର ଲାଭ ପାଇବେ। ପ୍ଲାଷ୍ଟିକ ବ୍ୟବସାୟୀଙ୍କୁ ବଡ଼ ଅର୍ଡ଼ର ମିଳିବ। ଜୀବନସାଥୀଙ୍କ ସକାରାତ୍ମକ ସଂକେତ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ‌

ବିଛା: ପୁରୁଣା ଚିନ୍ତା ସମାପ୍ତ ହେବ। ମହତ୍ବପୂର୍ଣ୍ଣ ବିଷୟ ଉପରେ ବନ୍ଧୁ ସହ କଥାବାର୍ତ୍ତା ହେବେ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ‌

ଧନୁ: ସକାରାତ୍ମକ ଲୋକଙ୍କ ପରାମର୍ଶରେ ଲାଭ ହେବ। ନୂଆ କାମ କରିବା ଲାଗି ଭାବି ପାରନ୍ତି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଛାତ୍ରଙ୍କୁ କ୍ୟାରିୟର ସମ୍ବନ୍ଧରେ ବଡ଼ ସଫଳତା ମିଳିବ। ‌

ମକର: ସାରା ଦିନ ମନରେ ପ୍ରସନ୍ନତା ରହିବ। ବେପାରୀଙ୍କୁ ନୂଆ ସଫଳତା ମିଳିପାରେ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ସଭାରେ ଆପଣଙ୍କ କଥାକୁ ଲୋକେ ଧ୍ୟାନ ଦେଇ ଶୁଣିବେ। କୌଣସି କ୍ଷେତ୍ରରେ ନିବେଶ କରିବେ। ଆପଣଙ୍କର ମନ ପସନ୍ଦ ଜିନିଷ କିଣିବେ।

ମୀନ: ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ବିଶେଷ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ଚାକିରିରେ ପଦୋନ୍ନତି ହୋଇପାରେ। ଦମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ପରିପୂର୍ଣ୍ଣ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe