ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଧର୍ମକାର୍ଯ୍ୟରେ ମନ ଲାଗିବ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବେପାରରେ ମନ ମୁତାବକ ଲାଭ ପାଇବେ। ପ୍ରେମୀ ଯୁଗଳ ମନର କଥା ଜଣେ ଅନ୍ୟଜଣଙ୍କୁ କହିବେ।

ବୃଷ: ଆପଣଙ୍କ ଜୀବନ ଜୀବିକା ପାଇଁ ଭଲ ଦିନଟିଏ। ପାରିବାରିକ ସମସ୍ୟା ସମାପ୍ତ ହୋଇଯିବ। ରାଜନୀତିରେ ମାନ ସମ୍ମାନ ବୃଦ୍ଧି ହେବ। ବନ୍ଧୁ ସହ ଫୋନରେ ଭଲ କଥା ହେବେ।

ମିଥୁନ: କାମ ପାଇଁ କରି ଆସୁଥିବା ଚେଷ୍ଟାରେ ସଫଳ ହେବେ। ସୋସିଆଲ ମିଡ଼ିଆରେ କାହାରି ସହିତ କଥା ହେବେ। ଉପାର୍ଜନ ପାଇଁ ମନରେ ନୂଆ ନୂଆ ବିଚାର ଆସିବ।

କର୍କଟ: ଆପଣଙ୍କର ଆକର୍ଷକ ଓ ଚୁମ୍ବକୀୟ ବ୍ୟକ୍ତିତ୍ବ କିଛି ଲୋକଙ୍କ ଧ୍ୟାନ ଆପଣଙ୍କ ଆଡ଼କୁ ଟାଣିବ। ପରିଶ୍ରମ ବଳରେ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିନେବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ସିଂହ: ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା ଲାଗୁ କରନ୍ତୁ ଠିକ ରହିବ। ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ। ବେପାରରେ ଉନ୍ନତି ହେବ। ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ଆସିବ।

କନ୍ୟା: ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ଖୁସି ହେବେ। ରାଜନୀତି କ୍ଷେତ୍ରରେ ସଫଳତା ପାଇବେ। ବୈବାହିକ ଜୀବନରେ ଖୁସି ବୃଦ୍ଧି ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବହୁତ ଭଲ ରହିବ।

ତୁଳା: ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସଫଳତା ମିଳିବ।

ବିଛା: ଦୀର୍ଘ ଦିନର ଅଟକି ଥିବା ସରକାରୀ କାମ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟରେ ଉନ୍ନତି ହେବ। ବନ୍ଧୁଙ୍କୁ ମନର ବ୍ୟଥା କହି ମନକୁ ଶାନ୍ତି ମିଳିବ। ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ବହୁତ ଭଲ ହେବ।

ଧନୁ: ଆପଣଙ୍କର ସକାରାତ୍ମକ ମାନସତା ଆପଣଙ୍କୁ ଲାଭ ଦେବ। ଚାକିରି ପାଇଁ ନୂଆ ଅବସର ପାଇବେ। ଛୋଟଛୋଟ କଥାରେ ଖୁସିର ତଲାସ କରିବେ। ଜୀବନସାଥୀ ସହ ମିଶିବାର ମଉକା ପାଇବେ।

ମକର: ଦିନଟି ଆପଣଙ୍କ ଲାଗି ଭଲ ରହିବ। ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ମିଳିବ। ପାରିବାରିକ ସମସ୍ୟା ସମାଧାନ ହେବ। ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।

କୁମ୍ଭ: ଧୈର୍ଯ୍ୟଧରି ରହନ୍ତୁ ଆଉ ସମୟ ସହିତ ଚାଲନ୍ତୁ। ପ୍ରତିଟି କାମରେ ଭଲ ପରିଣାମ ପାଇବେ। ଅଚାନକ ଧନଲାଭ ହେବ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଜାଗାରେ ଚାକିରି ମିଳିବ।

ମୀନ: ଆପଣଙ୍କୁ ମନ ଚାହୁଁଥିବା କାମରେ ସଫଳତା ମିଳିପାରେ। ଅଫିସରେ ଅଧିକାରୀବର୍ଗ ଆପଣଙ୍କୁ ଅଧିକ ଦାୟିତ୍ବ ତୁଲାଇବାକୁ କହିପାରନ୍ତି। ଶିକ୍ଷାର୍ଥୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe