ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଅଫିସ କାମକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିଦେବେ। ପ୍ରେମୀ ଯୁଗଳ ନିଜର ସମ୍ବନ୍ଧ କଥା ଘର ଲୋକଙ୍କୁ କହିବେ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ।

ବୃଷ: ବେପାରରେ ଲାଭ ହେବ। ଘନିଷ୍ଠ ବନ୍ଧୁର ଆଶୀର୍ବାଦ ପାଇବେ। କୌଣସି ଅସହାୟଙ୍କୁ ସାହାଯ୍ୟ କରିବା ଯୋଗୁଁ ଆପଣଙ୍କୁ ଖୁସି ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।

ମିଥୁନ: ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ପ୍ରାଧାନ୍ୟ କାଏମ୍ ରହିବ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ।

କର୍କଟ: ଧର୍ମକାର୍ଯ୍ୟରେ ଆପଣଙ୍କର ଆସ୍ଥା ବଢ଼ିବ। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନରେ ମିଷ୍ଠତା ବଢ଼ିବ। ସୋସିଆଲ ମିଡ଼ିଆରେ ଆପଣଙ୍କର ରୁଚି ବଢ଼ିବ।

ସିଂହ: ଶୁଖିଲା ଖାଦ୍ୟ ବ୍ୟବସାୟୀଙ୍କର କାମ ଭଲ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହେବ। ପ୍ରେମୀ ଯୁଗଳ ଫୋନରେ ଦୀର୍ଘ ସମୟ ଧରି କଥା ହେବେ।

କନ୍ୟା: ଜମି ବ୍ୟବସାୟୀଙ୍କୁ ବଡ଼ ଡ଼ିଲରୁ ଭଲ ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସମାରୋହରେ କୌଣସି ବଡ଼ ଦାୟିତ୍ବ ମିଳିବ। ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସମୟ ସାଥ ଦେବ।

ତୁଳା: ପରିବାରରେ କୌଣସି ଧର୍ମାନୁଷ୍ଠାନ ହେବାର ଯୋଗ ଅଛି। ଶିକ୍ଷକଙ୍କର ବଦଳିରେ ଲାଗି ରହିଥିବା ବାଧା ଦୂର ହେବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ବହୁତ ଭଲ ମାର୍ଗ ଦର୍ଶନ ମିଳିବ।

ବିଛା: ଅଳଙ୍କାର ବ୍ୟବସାୟୀଙ୍କୁ ଭଲ ଲାଭ ହେବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ବିଲଡ଼ର୍ସଙ୍କୁ କୌଣସି ବଡ଼ ଠିକା କାମର ମଉକା ମିଳିବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧ ଆହୁରି ମଜଭୁତ ହେବ। ସରକାରୀ ବିଭାଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ଯୋଗ ରହିଛି।

ମକର: ଦାମ୍ପତ୍ୟ ଜୀବନରେ କୌଣସି ବଡ଼ ଖୁସି ଖବର ପାଇବେ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କୌଣସି ବନ୍ଧୁ ଯୋଗୁଁ ଚାକିରି ମିଳିବା ସହଜ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

କୁମ୍ଭ: ବକେୟା ଅର୍ଥ ପାଇବେ। ଓକିଲ କୌଣସି ମକଦ୍ଦମାକୁ ନେଇ ବ୍ୟସ୍ତ ରହିବେ। ବେପାରରେ ଲାଭ ହେବ। ଯେଉଁମାନେ ବାହାରେ ରହୁଛନ୍ତି ସେମାନେ ଜୀବନସାଥୀ ସହ ମିଶିବାର ମଉକା ପାଇବେ।

ମୀନ: ବେପାରରେ କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ହେବ। ପ୍ଲାଷ୍ଟିକ କାରବାର କରୁଥିବା ଲୋକଙ୍କର ଜିନିଷ ଭଲ ବିକ୍ରୀ ହେବ। ଝିଅର ବଡ଼ ସଫଳତାରେ ଘରେ ଖୁସିର ବାତାବରଣ ବନିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe