ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: କୌଣସି ବଡ଼ ଓ ଅଲଗା କାମ କରିବା ପାଇଁ ଭାବି ପାରନ୍ତି। ଆପଣ କୌଣସି ଅନୁଭବୀ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେବେ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ। ଛାତ୍ରଙ୍କ ପାଇଁ ଦିନଟି ଲାଭପ୍ରଦ।

ବୃଷ: ପୁରୁଣା କଥା ଠାରୁ ଦୂରରେ ରହନ୍ତୁ। ଘରର କୌଣସି ବଡ଼ଙ୍କ ଠାରୁ କିଛି ନୂଆ କଥା ଶିଖିବେ। ସାମାଜିକ ସ୍ତରରେ ସକ୍ରିୟ ରହିବେ। ଛାତ୍ରଛାତ୍ରୀ କୌଣସି ନୂଆ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଭାବିବେ।

ମିଥୁନ: କତୃପକ୍ଷ ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ଦେବେ। ଆପଣଙ୍କର କଳା ସାହିତ୍ୟ ପ୍ରତି ରୁଚି ରହିବ। ଖେଳ ଜଗତ ସହିତ ଯୋଡ଼ି ରହିଥିବା ଲୋକ ଅଧିକ ସମୟ ଅଭ୍ୟାସ କରିବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

କର୍କଟ: କାରବାରରେ ନିବେଶ କରିବା ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ। କୌଣସି ନୂଆ ଦାୟିତ୍ବ ଆପଣଙ୍କୁ ମିଳିବ। କଳାକ୍ଷେତ୍ରରେ ଥିବା ଲୋକଙ୍କର ଭଲ ଲାଭ ହେବ। ପ୍ରିୟଜନଙ୍କୁ ଉପହାର ଦେବେ।

ସିଂହ: ବାପା ମାଆଙ୍କ ସହ କୌଣସି ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ବଢ଼ିଆ ପରିଣାମ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ମନୋରଂଜନ ପାଇଁ ପ୍ରସ୍ତୁତ କରିଥିବା ଯୋଜନା ବାତିଲ ହୋଇପାରେ।

କନ୍ୟା: ମନୋବଳ ସ୍ତର ଉଚ୍ଚା‌ ରହିବ। ଅଫିସରେ ସୃଜନଶୀଳ ଭଲ ରହିବ। ଆପଣଙ୍କ କାର୍ଯ୍ୟ ଭଲ ଗତିରେ ଆଗକୁ ବଢ଼ିବ। ଭାଇ ସହିତ କୌଣସି କଥାକୁ ନେଇ ଚର୍ଚ୍ଚା ହୋଇପାରେ। ପ୍ରେମ ସଂପର୍କ ନିବିଡ଼ ହେବ।

ତୁଳା: କୌଣସି ଅପରିଚିତଙ୍କ ଠାରୁ କିଛି ନୂଆ ଶିଖିବାକୁ ପାଇବେ। ଯାହା ଭବିଷ୍ୟତରେ କାମର ଆସିବ। ମାଟି ତିଆରି ବାସନ ବ୍ୟବସାୟୀଙ୍କ ଲାଗି ଦିନଟି ବିଶେଷ ଲାଭପ୍ରଦ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

ବିଛା: କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଟଙ୍କାପଇସା ନେଣେଦେଣେରେ ସାବଧାନ ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀ କୌଣସି ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ।

ଧନୁ: ମାଆଙ୍କୁ ଶୀତ ବସ୍ତ୍ର ଉପହାର ଦେବେ। ଆପଣଙ୍କର ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ସଂପର୍କିୟଙ୍କ ସହାୟତାରେ ଆପଣଙ୍କ କାର୍ଯ୍ୟ ସଂପୂର୍ଣ୍ଣ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

ମକର: ଆପଣଙ୍କ ମନ ରଚନାତ୍ମକ କାର୍ଯ୍ୟରେ ଲାଗି ରହିବ। ଆପଣଙ୍କ କାମରେ ଭଉଣୀର ସହଯୋଗ ପାଇବେ। ବେପାରରେ ଧନଲାଭ ଯୋଗ ଅଛି। ନବ ବିବାହିତ କୌଣସି ଭଲ ଜାଗାକୁ ବୁଲି ଯିବେ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ। ବଡ଼ ମାମଲାର ସହମତି ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ। କୌଣସି ମହତ୍ବପୂର୍ଣ୍ଣ କାମରେ ପରିବର୍ତ୍ତନ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ମୀନ: ଦିନଟି ଲାଭଦାୟକ ରହିବ। ଅଫିସରେ କାମ ଶୀଘ୍ର ସଂପୂର୍ଣ୍ଣ କରିଦେବେ। ଜୀବନସାଥୀ ସହିତ କୌଣସି ସ୍ଥାନକୁ ବୁଲି ଯିବେ। ଓକିଲଙ୍କ ଲାଗି ଦିନଟି ଭଲ। ରାଜନୀତିରେ ସଫଳତା ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe