ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଅର୍ଡ଼ର ସପ୍ଲାଇଙ୍କ ପାଇଁ ଦିନଟି ଭଲ ରହିବ। ଡ଼ାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିପାରନ୍ତି। ଜୀବନସାଥୀ ଠାରୁ ଭଲ ଜିନିଷ ପାଇବେ। କୌଣସି ପୁରୁଣା ବନ୍ଧୁ ସହିତ ଦେଖା ହୋଇପାରେ।

ବୃଷ: ଭାବିଥିବା ସବୁ କାମ ପୂରା ହୋଇଯିବ। ମାନସିକ ରୂପେ ପ୍ରସନ୍ନତା ବଜାୟ ରହିବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। କାମର କୌଣସି ଯୋଜନା ସମୟ ପୂର୍ବରୁ ପୂରା ହୋଇଯିବ।

ମିଥୁନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଆପଣ ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଦାୟିତ୍ବର ଅଧିକ ବୋଝ ପାଇଁ ଆପଣଙ୍କ ମନୋଭାବ ଖରାପ ହେବ। ରାଜନୀତିରେ ସଫଳତା ପାଇବେ।

କର୍କଟ: ଆର୍ଥିକ ଉଢ଼ାଣ ଗଢ଼ାଣର ସ୍ଥିତି ଦେଖିବେ। ଜରୁରୀ କାମରେ ବନ୍ଧୁର ସହଯୋଗ ପାଇବେ। ନିଜ ସାମର୍ଥ୍ୟରେ କାମକୁ ସରଳତାରେ ପୂରା କରିନେବେ। ଜୀବନସାଥୀ ସହ ଲାଗି ରହିଥିବା ମନାନ୍ତର ଦୂର ହୋଇଯିବ।

ସିଂହ: କ୍ୟାରିୟରରେ ପରିବର୍ତ୍ତନ ଆଣିବା ଲାଗି ନୂଆ ଅବସର ପାଇବେ। ରାଜନୀତି କ୍ଷେତ୍ରରେ ସଫଳତା ମିଳିପାରେ। କାହାରି ସହିତ ମିଶି କରିଆସୁଥିବା କାମରେ ସଫଳ ହେବେ। ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

କନ୍ୟା: ଆର୍ଥିକ ସ୍ଥିତି ମଜଭୁତ ରହିବ। ଯେଉଁ କାମ ମନପ୍ରାଣ ଢ଼ାଳି କରିବେ ସେହି କାମ ଭଲଭାବରେ ହେବ। ଯାନ ସାବଧାନତାର ସହ ଚଳାନ୍ତୁ। ଅଫିସ କାମ ବିନା ବାଧାରେ ସଂପୂର୍ଣ୍ଣ ହେବ। ପ୍ରେମ ଜୀବନ ଭଲ ରହିବ।

ତୁଳା: କାରବାରରେ ଲାଭ ପାଇବେ। ବନ୍ଧୁ ସହିତ ବିଗିଡ଼ିଥିବା ସମ୍ବନ୍ଧ ସୁଧୁରିବ। ମନରେ ଦବି ରହିଥିବା କଥା ଖୋଲିକରି କହନ୍ତୁ। ଏହା ଦ୍ବାରା ମନ ଶାନ୍ତ ହେବ ଏବଂ ଅଶାନ୍ତି ଦୂର ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ଜୀବନରେ ଲାଗି ରହିଥିବା ସବୁ କଷ୍ଟ ନିବାରଣ ହେବ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯିବେ। ଘରକୁ କେହି ବନ୍ଧୁ ଆସିପାରନ୍ତି। ଆପଣଙ୍କୁ ରୋଜଗାରର ଅବସର ମିଳିବ।

ଧନୁ: ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଉନ୍ନତି ମିଳିବ। ଆପଣଙ୍କର ଆତ୍ମବିଶ୍ବାାସ କମ୍ ହେବାକୁ ଦିଅନ୍ତୁ ନାହିଁ। କଳା ବା ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ।

ମକର: କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଜୀବନସାଥୀ ସହିତ ସମୟ ଅତିବାହିତ କରିବେ। କୌଣସି ବଡ଼ ଏବଂ ଅଲଗା କାମ କରିବାରେ ନିବୃତ୍ତ ରହନ୍ତୁ। ଜମି କିଣିବା ଲାଗି ଦିନଟି ଭଲ।

କୁମ୍ଭ: କୌଣସି ବନ୍ଧୁ ମାଧ୍ୟମରେ ଆପଣଙ୍କର କାମ ସଂପୂର୍ଣ୍ଣ ହୋଇଯିବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ନିଜର ଯୋଗ୍ୟତା ପାଇଁ ସମ୍ମାନିତ ହେବେ। ଅନ୍ୟର ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ।

ମୀନ: ପରିବାର ଲୋକଙ୍କ ମଧ୍ୟରେ ସୌହାର୍ଦ୍ଦ ବଢ଼ିବ। କାହାରି ସହିତ କଥା ହେବାବେଳେ ନିଜର ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ନୂଆ କାମ ଶିଖିବାର ଅବସର ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe