ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଭାଗ୍ୟର ସଂପୂର୍ଣ୍ଣରୂପେ ସହଯୋଗ ପାଇବେ। ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ନୂଆ କୌଶଳରେ କାମ କରି ସଫଳତା ପାଇବେ। ସହପାଠୀ ମନର କଥା ଆପଣଙ୍କୁ କହିବେ।

ବୃଷ: ଆପଣଙ୍କ ଇଚ୍ଛା ପୂର୍ତ୍ତି ହେବ। ଅଫିସରେ ଆପଣଙ୍କୁ ଦାୟିତ୍ବପୂର୍ଣ୍ଣ କାମ ମିଳିବ। କାରବାରରେ ଭାଇର ସହଯୋଗ ପାଇବେ। ପରିବାରରେ ସୁଖଦ ପରିବେଶ ରହିବ।

ମିଥୁନ: ଭାବିଥିବା କାମ ନିଜ ବଳରେ ସଂପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ଛାତ୍ରଛାତ୍ରୀ କିଛି ନୂଆ ଶିକ୍ଷାଲାଭ କରିବେ।

କର୍କଟ: ପରିଜନଙ୍କ ସହିତ ଭଲ ସାମଞସ୍ୟ ରହିବ। ନୂଆ ବ୍ୟବସାୟରେ ଆରମ୍ଭ କରିବା ଲାଗି ଦିନଟି ଶୁଭ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସିଂହ: ବିଶେଷ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇବେ। କୌଣସି ନୂଆ ବ୍ୟବସାୟ କରିବାକୁ ମନ ବନାଇବେ। ଘର ପାଇଁ ନୂଆ ସାମଗ୍ରୀ କିଣିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।

କନ୍ୟା: ପ୍ରତିଭା ବିକଶିତ ପାଇଁ ମଉକା ପାଇବେ। କାରବାରରେ ସବୁ ବାଧା ନିବାରଣ ହେବ। ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ତୁଳା: ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। କାର୍ଯ୍ୟରେ ପୂର୍ଣ୍ଣରୂପେ ସଫଳତା ପାଇବେ। ନୂଆ ବ୍ୟବସାୟ କରିବାକୁ ଭାବିବେ। କୌଣସି ପାରିବାରିକ ସମାରୋହକୁ ଯିବେ।

ବିଛା: ଧ୍ୟାନ ଧର୍ମକାର୍ଯ୍ୟ ଆଡ଼କୁ ରହିବ। କୌଣସି ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ଧନପ୍ରାପ୍ତି ପାଇଁ ଭଲ ଯୋଗ ଅଛି। ପାରିବାରିକ ସୌହାର୍ଦ୍ଦ ବଢ଼ିବ।

ଧନୁ: ଅନ୍ୟମାନଙ୍କର ସହଯୋଗ ପାଇବେ। ଅଫିସରେ ଆପଣଙ୍କୁ କୌଣସି ନୂଆ ପ୍ରୋଜେକ୍ଟର ଦାୟିତ୍ବ ମିଳିବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

ମକର: କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ସମାଜରେ ପ୍ରଭାବ ବଢ଼ିବ। ବଡ଼ ଉଦ୍ୟୋଗରେ ଚାକିରିର ଡ଼ାକରା ଆସିବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

କୁମ୍ଭ: ସବୁ ଅଶାନ୍ତି ଦୂର ହେବ। ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ। ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହେବ। ପାରିବାରିକ ଦାୟିତ୍ବ ବଢ଼ିବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ମୀନ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଧନଲାଭର ନୂଆ ମାର୍ଗ ଖୋଲିବ। ସମାଜରେ ମାନ ସମ୍ମାନ ବଢ଼ିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe