ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ପିଲା ଆପଣଙ୍କୁ କୌଣସି ଶୁଭ ଖବର ଦେବେ। ଘର ପାଇଁ କୌଣସି ନୂଆ ଜିନିଷ କିଣ‌ିବେ। ଭବିଷ୍ୟତ ଉଜ୍ଜ୍ବଳ ପାଇଁ ନୂଆ ପଦକ୍ଷେପ ନେବେ। କୌଣସି ସୃଜନାତ୍ମକ କାର୍ଯ୍ୟରେ ଆପଣଙ୍କର ସୁନାମ ହେବ।

ବୃଷ: ସାମାଜିକ ଗତିବିଧିରେ ଆପଣଙ୍କର ପ୍ରତିଭା ଖୋଲିକରି ସାମନାକୁ ଆସିବ। ଚାକିରିଜୀବୀ ଅଧିକ କାର୍ଯ୍ୟଭାର ବହନ କରିବା ଯୋଗୁଁ ଅଫିସରେ ଅଧିକ ସମୟ ରହିବାକୁ ପଡ଼ିବ। ଘରକୁ କୁଣିଆ ଆସିବେ।

ମିଥୁନ: ଅଫିସ କାମରେ ଅନ୍ୟର ମତ ନିଅନ୍ତୁ ନାହିଁ। ଆପଣ ନିଜର ବାଣୀ ଉପରେ ସଂଯମ ରଖିବା ଦରକାର। ପିଲାଙ୍କ ସଂପର୍କରେ ଆପଣଙ୍କୁ ଗର୍ବ ଅନୁଭବ ହେବ। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ହେବ।

କର୍କଟ: ଅଚାନକ କିଛି ଖର୍ଚ୍ଚ ଆପଣଙ୍କ ସମ୍ମୁଖକୁ ଆସିବ। ଅର୍ଥ ମାମଲାକୁ ନେଇ ଅନୁଭବୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ନିଅନ୍ତୁ। ଜୀବନସାଥୀ ସହିତ କୌଣସି ହୋଟେଲକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇପାରନ୍ତି।  

ସିଂହ: ସକାରାତ୍ମକ ବିଚାରଧାର ଲୋକଙ୍କ ସହ ରହିବାର ଅବସର ପାଇବେ। ମୂଲ୍ୟବାନ ବସ୍ତୁକୁ ସମ୍ଭାଳି କରି ରଖନ୍ତୁ। ଅଧିକତର ବ୍ୟବସାୟିକ କାମ ନିର୍ଦ୍ଧାରିତ ସମୟରେ ସମାପ୍ତ ହୋଇଯିବ।

କନ୍ୟା: କୌଣସି ଶୁଭ ଖବର ପାଇବେ। ଜମି ସମ୍ବନ୍ଧୀୟ ଅଟକିଥିବା ମାମଲା ପୂରା ହୋଇଯିବ। ଅନ୍ୟମାନଙ୍କ କଥାକୁ ବିଶ୍ବାସ ନକରି ନିଜର ନିର୍ଣ୍ଣୟକୁ ସର୍ବୋପରି ରଖନ୍ତୁ। ସଫଳତା ପାଇଁ ଅଧିକ ପରିଶ୍ରମ କରନ୍ତୁ।  

ତୁଳା: ଆପଣଙ୍କୁ କୌଣସି ଉପଲବ୍ଧି ମିଳିବା ଯୋଗ ରହିଛି। ପ୍ରତ୍ୟେକ କାମର ଯୋଜନା ପ୍ରସ୍ତୁତି କରି ସଂପୂର୍ଣ୍ଣ କରନ୍ତୁ। ଛାତ୍ରଛାତ୍ରୀ ପଢ଼ିବା କ୍ୟାରିୟରକୁ ନେଇ ପରିଶ୍ରମର ଅନୁକୂଳ ପରିଣାମ ପାଇବେ।

ବିଛା: କାର୍ଯ୍ୟକ୍ଷେତ୍ରରେ ଭଲ ଢ଼ଙ୍ଗରେ କାମ କରିବାକୁ ଚେଷ୍ଟା କରିବେ। ଦୀର୍ଘ ଦିନରୁ ଅଟକିଥିବା ସରକାରୀ କାମ ପୂରା ହୋଇଯିବ। ଛାତ୍ରଛାତ୍ରୀଙ୍କୁ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ମଉକା ମିଳିବ।

ଧନୁ: କୌଣସି ବଡ଼ କାମ କରିବା ପୂର୍ବରୁ ଉଭୟ ସକାରାତ୍ମକ ଓ ନକାରାତ୍ମକ ପାର୍ଶ୍ବ ଉପରେ ବିଚାର କରନ୍ତୁ। ଛାତ୍ରଛାତ୍ରୀ ନିଜର ପାଠପଢ଼ା ଓ କ୍ୟାରିୟର ସମ୍ବନ୍ଧୀୟ ଗତିବିଧିକୁ ନେଇ ଗମ୍ଭୀର ରହିବେ।

ମକର: ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଶୀଘ୍ର କୌଣସି ନୂଆ ଦାୟିତ୍ବ ମିଳିବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ। ଆସୁଥିବା ସମୟରେ ଆପଣଙ୍କର ମହତ୍ବାକାଂକ୍ଷା ବୃଦ୍ଧି ହୋଇପାରେ।

କୁମ୍ଭ: ପରିବାରରେ ଖୁସିର ବାତାବରଣ ରହିବ। ଆପଣଙ୍କ ପାଇଁ କୌଣସି ଫଇସଲା କରିବା କଠିନ ହେବ। ଆପଣଙ୍କ ମନ ଆଧ୍ୟାତ୍ମିକ ଆଡ଼ିକୁ ରହିବ। ଭୁଲ୍ ବାଟରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରହନ୍ତୁ।

ମୀନ: ସାଥୀରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ। ବ୍ୟକ୍ତିତ୍ବ ବିକଶିତ ପାଇଁ ଭଲ ଦିନଟିଏ। ପରିବାରରେ ନୂଆ ଦାୟିତ୍ବ ତୁଲାଇବେ। ଅଫିସରେ ବହୁ ଦିନରୁ ବାକି ଥିବା କାମ ପୂରା କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe