ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରର ବାତାବରଣ ଭଲ ରହିବ। ଜୀବନସାଥୀ ଆପଣଙ୍କ ପସନ୍ଦର ପୋଷାକ ଦେବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।      

ବୃଷ: ବେପାରରେ ଯଥେଷ୍ଟ ଲାଭ ହେବ। ଭାଇ ଭଉଣୀଙ୍କ ଠାରୁ କୌଣସି କାମରେ ସାହାଯ୍ୟ ନେଇ ପାରନ୍ତି। ଧନଲାଭର ଅବସର ପ୍ରାପ୍ତ ହେବ। ଜୀବନସାଥୀ ସାଥୀ ସହ ସମୟ ଅତିବାହିତ କରିବେ।

ମିଥୁନ: ଘରର ମାହୋଲ ସୁଖ ଶାନ୍ତି ଭରା ରହିବ। ପରିସ୍ଥିତି ସହିତ ଭଲଭାବେ ତାଳମେଳ ବନାଇ ନେବେ। ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକମାନଙ୍କୁ ପସନ୍ଦ ହେବ। ଯାନ ସାବଧାନତାର ସହ ଚଳାନ୍ତୁ। ‌

କର୍କଟ: ଆପଣଙ୍କୁ ପରିଶ୍ରମ ଅନୁସାର ହି ଧନଲାଭ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। କାରବାରରେ ଲାଗି ରହିଥିବା ବାଧା ବାପାଙ୍କ ସହଯୋଗରେ ସମାପ୍ତ ହୋଇଯିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ।

ସିଂହ: ନୂଆ କାମ କରିବା ଲାଗି ଦିନଟି ଶୁଭ। ଅଚାନକ ଧନଲାଭ ହେବ। ପିଲାମାନେ କିଛି ନୂଆ କରିବାକୁ ଭାବିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ବିତିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବହୁତ ଭଲ ରହିବ।

କନ୍ୟା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଯାହା ଭାବି ନାହାନ୍ତି ସେହି କାମ ବି ପୂରା ହୋଇ ଯାଇପାରେ। ଆପଣଙ୍କ ମନର ଚିନ୍ତା ସମାପ୍ତ ହେବ। ରୁଷ୍ଟ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ।

ତୁଳା: ପରିବାରରେ ତାଳମେଳ ବନାଇ ରଖନ୍ତୁ ସବୁ ଭଲ ହେବ। କୌଣସି କାମରେ ବନ୍ଧୁର ସାହାଯ୍ୟ ପାଇବେ।ବେପାରରେ ଲାଭ ହେବ। ଛାତ୍ରଛାତ୍ରୀ ପାଠପଢ଼ାରେ ଅଧିକ ସମୟ ଦେବା ଦରକାର।

ବିଛା: ବେପାରରେ ପ୍ରତିଦିନ ଅପେକ୍ଷା ଅଧିକ ଲାଭ ହେବ। ଚାକିରିଜୀବୀଙ୍କ ଲାଗି ଦିନଟି ଆରାମ ଦାୟକ ରହିବ।ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପିଲା ମାଆ ସହିତ ଉଦ୍ୟାନକୁ ବୁଲି ଯିବେ।

ଧନୁ: କୌଣସି ବନ୍ଧୁ ମାଧ୍ୟମରେ ବେପାରରେ ଲାଭ ହେବ। ଚାକିରି ବଦଳାଇବାକୁ ଚାହୁଁଥିଲେ କିଛି ଦିନ ଅପେକ୍ଷା କରି ଯାଆନ୍ତୁ। ଗୃହିଣୀମାନେ ଘର କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ।

ମକର: ଚାକିରି ବୃତ୍ତି କ୍ଷେତ୍ରରେ ଟିକେ ସାବଧାନ ରହନ୍ତୁ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ। ଆପଣ ନିଜର ଦିନଚର୍ଯ୍ୟା ପରିବର୍ତ୍ତନ କରିବେ। ଜୀବନ ପ୍ରତି ଆପଣଙ୍କର ଦୃଷ୍ଟିକୋଣ ସକାରାତ୍ମକ ରହିବ।

କୁମ୍ଭ: ରାଜନୀତି ପ୍ରସଙ୍ଗରେ ଆପଣଙ୍କୁ ସଫଳତା ମିଳିବ। ଅନ୍ୟମାନଙ୍କୁ ସାହାଯ୍ୟ କରିବାର ମଉକା ହାତଛଡ଼ା କରନ୍ତୁ ନାହିଁ। କୌଣସି କାମ ତରବରିଆରେ କଲେ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି।

ମୀନ: ବେପାରରେ ଭାଗ୍ୟର ସହଯୋଗ ପାଇବେ। ଅନ୍ୟମାନଙ୍କ ମଧ୍ୟରେ ଆପଣଙ୍କର ପ୍ରଭାବ ବଢ଼ିବ। ସୋଫ୍ଟୱାର ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ଆପଣଙ୍କ କାମ ଦେଖି କତୃପକ୍ଷ ଖୁସି ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe