ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଅଚାନକ ଧନଲାଭ ହେବାର ସମ୍ଭାବନା। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହରେ ନିଜ କଥା ରଖିବାର ମଉକା ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନୋଯୋଗ ଦିଅନ୍ତୁ। ‌

ବୃଷ: ପୂଜାପାଠରେ ସମୟ ବିତିବ। ସୁସମ୍ବାଦ ପାଇବେ। ଚାକିରି ବଦଳାଇବା ପାଇଁ ଦିନଟି ଅନୁକୂଳ। ଜମି ବ୍ୟବସାୟୀଙ୍କ କାମ ସୁରୁଖୁରରେ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର କିଛି ଆଶା ପୂରଣ ହେବ। ‌

ମିଥୁନ: ପୂର୍ବ କଥାକୁ ନେଇ ସଂଶୟରେ ରହିବେ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ବେପାରରେ ପରିଶ୍ରମ ତୁଳନାରେ ଲାଭ କମ୍ ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ। ‌

କର୍କଟ: ବନ୍ଧୁ ଆଗମନରେ ଘରେ ଖୁସିର ବାତାବରଣ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଅଫିସରେ ଆପଣଙ୍କର ପ୍ରଶଂସା ହେବ।

ସିଂହ: ବେପାରରେ ନିବେଶ ଲାଗି ଦିନଟି ଲାଭଦାୟକ ରହିବ। ଛାତ୍ରଛାତ୍ରୀ ସିନିୟର ଠାରୁ କୌଣସି ପ୍ରାକ୍ଟିକାଲ୍ ସଂପୂର୍ଣ୍ଣ କରିବା ପାଇଁ ସାହାଯ୍ୟ ନେବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ଶିକ୍ଷକଙ୍କ ଲାଗି ଦିନଟି ବଢ଼ିଆ ରହିବ।

କନ୍ୟା: ନବ ବିବାହିତ ଦମ୍ପତ୍ତି କୌଣସି କଥାକୁ ନେଇ ସହଜରେ ଏକମତ ହୋଇପାରିବେ ନାହିଁ। ଅଫିସରେ ସହକର୍ମୀଙ୍କ ସହିତ  ମିଳିମିଶି ରହନ୍ତୁ। ଜମି ବ୍ୟବସାୟୀଙ୍କର କୌଣସି ବଡ଼ ଡ଼ିଲ୍ ଫାଇନାଲ ହେବ।

ତୁଳା: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ବ୍ୟବସାୟ କ୍ଷେତ୍ରରେ କୌଣସି ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ପାଇବେ। ଶିକ୍ଷକଙ୍କର ବଦଳିରେ ଲାଗି ରହିଥିବା ବାଧା ଦୂର ହେବ। ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ବିଛା: ପ୍ରିୟଜନଙ୍କ ପ୍ରତି ଲାଗି ରହିଥିବା ଭ୍ରମ ଧାରଣା ସମାପ୍ତ ହେବ। ବ୍ୟବସାୟ କାମରେ ଅନୁକୂଳତା ବଜାୟ ରହିବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତତ କରୁଥିବା ଛାତ୍ରଛାତ୍ରୀଙ୍କୁ ଆହୁରି ଅଧିକ ପରିଶ୍ରମ କରିବାକୁ ହେବ।

ଧନୁ: ଧୈର୍ଯ୍ୟଧରି ରହିଲେ ଆପଣଙ୍କର ଅଟକିଥିବା କାମ ପୂରା ହେବ। ପାରିବାରିକ ବାତାବରଣ ଭଲ ରହିବ। ବ୍ୟବସାୟ ଭଲଭାବେ ଆଗକୁ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ କରୁଥିବା ସବୁ ପ୍ରୟାସର ସଫଳ ହେବେ।

ମକର: ଆର୍ଥିକ ସ୍ଥିତିରେ ମଜଭୁତ ଆସିବ। ଜୀବନସାଥୀ ସହିତ ରାତ୍ରିଭୋଜନର ଯୋଜନା କରିବେ। ମିଡ଼ିଆ‌ କ୍ଷେତ୍ରରେ ଥିବା ଲୋକ କୌଣସି ଭଲ ଖବର ପାଇବେ। ଛାତ୍ରଛାତ୍ରୀଙ୍କର ପଢ଼ିବାରେ ରୁଚି ରହିବ।

କୁମ୍ଭ: ବେପାରରେ ପ୍ରତିଦିନ ଅପେକ୍ଷା ବେଶୀ ଲାଭ ହେବ। ଅଫିସ କାମରେ ଅନ୍ୟ ସହରକୁ ଯାଇପାରନ୍ତି। ଘରୋଇ ଜିନିଷ କିଣିବାରେ ଖର୍ଚ୍ଚ ଅଧିକ କରିବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

ମୀନ: କାର୍ଯ୍ୟକ୍ଷେତ୍ରରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ପାଇବେ। ଅଫିସରେ ବାକିଥିବା କାମ ସଂପୂର୍ଣ୍ଣ କରିଦେବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ଛାତ୍ରଛାତ୍ରୀ ସମୟ ନିର୍ଦ୍ଧାରଣ କରି ପଢ଼ନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe