ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଆପଣଙ୍କ ଲାଗି ସକାରାତ୍ମକ ପରିବର୍ତ୍ତନ ଆଣିବାର ଦିନଟିଏ। କୌଣସି ସମାରୋହକୁ ଯିବାର ସୁଯୋଗ ପାଇବେ। ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। ‌

ବୃଷ: ଆପଣଙ୍କୁ ସଫଳତା ଦେବା ପାଇଁ ଦିନଟିଏ। ଆପଣ ସକାରାତ୍ମକ ମାନସତା ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ କୌଣସି ବଡ଼ ଦାୟିତ୍ବ ପାଇବେ। ବ୍ୟବସାୟ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ‌

ମିଥୁନ: କୌଣସି ଅନୁଭବୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। କୌଣସି ପାରିବାରିକ ଆୟୋଜନରେ ଧନ ଖର୍ଚ୍ଚ ହେବ। ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ‌

କର୍କଟ: ଚାକିରିରେ କତୃପକ୍ଷଙ୍କ ସହଯୋଗ ପାଇବେ। ଯାହା ଦ୍ବାରା ଯଥେଷ୍ଟ ଲାଭ ହେବାର ସମ୍ଭାବନା। ପରିବାରରେ ଆନନ୍ଦର ବାତାବରଣ ରହିବ। ନାରାଜ ଥିବା ବନ୍ଧୁଙ୍କୁ ମନାଇବା ପାଇଁ ଦିନଟି ଭଲ। ‌

ସିଂହ: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ବେପାର କରୁଥିବା ଲୋକଙ୍କୁ ଲାଭ ମିଳିବା ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ଆପଣ ଅଧିକ ଉତ୍ତେଜିତ ହୁଅନ୍ତୁନାହିଁ।

କନ୍ୟା: ନୂଆ ଚାକିରି ପାଇଁ କୌଣସି ସୁଯୋଗ ଆସିପାରେ। ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇବେ। ଆପଣଙ୍କ ସ୍ବଭାବରେ ଧର୍ମ ପ୍ରତି ଆସ୍ଥା ଜାଗ୍ରତ ହେବ। ପାରିବାରିକ ଜୀବନ ସୁଖମୟ ହେବ।

ତୁଳା: କାର୍ଯ୍ୟକ୍ଷେତ୍ରରେ କାମର ବୋଝ ଅଧିକ ରହିବ। ଆପଣଙ୍କ କ୍ୟାରିୟରରେ ପ୍ରଗତିର ଯୋଗ ଅଛି। କୌଣସି ସଂପତ୍ତିକୁ ନେଇ ଅଧିକ ଯାତୟାତ କରିପାରନ୍ତି। ବାପା ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ।

ବିଛା: କୌଣସି କାମରେ ବିଦେଶ ଯିବାର ସୁଯୋଗ ପାଇବେ। ବ୍ୟବସାୟକୁ ଆହୁରି ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଆପଣ କାହାରି ସହିତ କଥା ହେବାବେଳେ ଭାଷା ଉପରେ ଧ୍ୟାନ ଦିଅନ୍ତୁ।

ଧନୁ: ଭଲ ରଣନୀତି ପ୍ରସ୍ତୁତ କରି କାମ କରିବେ। ପାରିବାରିକ ଖର୍ଚ୍ଚ ବଢ଼ିବ। ନିଜର ଯୋଜନା ଅନ୍ୟମାନଙ୍କୁ କହନ୍ତୁନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ଶିକ୍ଷାର୍ଥୀ ଏକାଗ୍ର ମନରେ ଅଧ୍ୟୟନ କରନ୍ତୁ।

ମକର: ଆପଣଙ୍କୁ କୌଣସ ବଡ଼ ଲାଭ ପ୍ରାପ୍ତି ହୋଇପାରେ। କୋର୍ଟର ପରିଣାମ ଆପଣଙ୍କ ପକ୍ଷରେ ଆସିବ। ପାରିବରିକ ଜୀବନରେ ଖୁସି ବଜାୟ ରହିବ। କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ପଛଘୁଞ୍ଚା ଦେବେନାହିଁ।

କୁମ୍ଭ: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଆର୍ଥିକରୂପେ ମଜଭୁତ ଆସିବ। ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ବନ୍ଧୁ ସହିତ ସିନେମା ଦେଖିବେ। କ୍ୟାରିୟରରେ ନୂଆ ଅବସର ପାଇବେ।

ମୀନ: କାର୍ଯ୍ୟକ୍ଷେତ୍ରରେ ନୂଆ ମଉକା ମିଳିବ। ଆପଣଙ୍କ ସମ୍ମୁଖକୁ ଭାବନାତ୍ମକ ଆହ୍ବାନ ଆସିବ। ଜୀବନସାଥୀ ଠାରୁ ପ୍ରେମ ଓ ସମ୍ମାନ ପାଇବେ। ନିଜର ଆଗକୁ ପାଠପଢ଼ା ପାଇଁ ଧନ ସଂଚୟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe