ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଯାହା ବି ବେପାର ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ପରିବାରରେ ମଧୁରତା ସହ ବିଶ୍ବାସ ବି ବଢ଼ିବ। ପିଲାଙ୍କ ସ୍ବାସ୍ଥ୍ୟ ଭଲ ରହିବ। ‌

ବୃଷ: ପୂରା ଧ୍ୟାନ କାମକୁ ସଂପୂର୍ଣ୍ଣ କରିବାରେ ଲାଗି ରହିବ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ। ଜୀବନସାଥୀ ଆପଣଙ୍କ ସଚ୍ଚୋଟତାରେ ପ୍ରଭାବିତ ହେବେ। ‌

ମିଥୁନ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ଅଧିକ ରହିବ। ଆପଣଙ୍କର ନୂଆ ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ। ଉଚ୍ଚଶିକ୍ଷା ଲାଗି ଦିନଟି ବହୁତ ଭଲ।  

କର୍କଟ: ବ୍ୟବସାୟରେ କୌଣସି ଉଚ୍ଚାଧିକାରୀଙ୍କ ସହାୟତା ନେଇ ପାରନ୍ତି। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନରେ ଭଲ ପରିଣାମ ଦେଖିବେ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ। ‌

ସିଂହ: ଆପଣ ନିଜର କାମ ଧୀରେଧୀରେ କରି ସଂପୂର୍ଣ୍ଣ କରିବେ। କୌଣସି ଅଚିହ୍ନା ବ୍ୟକ୍ତିଙ୍କ ବ୍ୟବହାର ନେଇ ମନ ଟିକେ ଖରାପ ହେବ। ବ୍ୟବସାୟରେ କାମରେ ଦୂରସ୍ଥାନକୁ ଯିବେ। ପ୍ରେମ ସଂପର୍କ ନିବିଡ଼ ହେବ।

କନ୍ୟା: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କ୍ୟାରିୟର ସଂପର୍କିତ ନୂଆ ଅବସର ପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ।

ତୁଳା: ମସ୍ତିଷ୍କରେ ଘୂରି ବୁଲୁଥିବା ବିଚାରରେ ଉନ୍ନତି ହେବ। କୌଣସି ଶୁଭ ଖବର ପାଇବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଜାୟ ରହିବ।

ବିଛା: ଆପଣଙ୍କ କାମ କରିବା ଢ଼ଙ୍ଗରେ ଲୋକେ ପ୍ରଭାବିତ ହେବେ। କୌଣସି ମାମଲାରେ ଭାବୁକ ହୋଇପାରନ୍ତି। ବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

ଧନୁ: ଆପଣଙ୍କର ଶକ୍ତି ଭଲ କାମରେ ଲଗାଇବେ। ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ଖୁସି ହେବେ। ପରିବାରରେ ଖୁସିର ଆଗମନ ହେବ।

ମକର: ଆପଣଙ୍କୁ ନିଜ କୁଟୁମ୍ବର ପୂରା ସହଯୋଗ ମିଳିବ। ବେପାରରେ ଲାଭ ହେବାର ଯୋଗ ଅଛି। ଅଫିସରେ କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହେବ। ଦୁଇ ଚକିଆ ଯାନ କିଣିବା ଯୋଗ ଅଛି।

କୁମ୍ଭ: ବନ୍ଧୁ ଘରକୁ ଆସିବା ଯିବା ଲାଗି ରହିବ। ବେକାରଙ୍କୁ ରୋଜଗାରର ମଉକା ମିଳିବ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଜୀବନସାଥୀ ସହ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ମୀନ: ଅନୁଭବୀ ବ୍ୟକ୍ତିଙ୍କ ଠାରୁ ମିଳିଥିବା ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ହେବ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ପ୍ରେମ ଓ ବୈବାହିକ ଜୀବନରେ ଅସୀମ ସୁଖ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe