ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: କାର୍ଯ୍ୟକ୍ଷେତ୍ରରେ କତୃପକ୍ଷଙ୍କ ଠାରୁ ଆପଣଙ୍କୁ ପ୍ରୋତ୍ସାହନ ମିଳିବ। ନୂଆ ଚାକିରିର ଡ଼ାକରା ଆସିପାରେ। ନିଜର ସମସ୍ୟାକୁ ସାଙ୍ଗ ବା ବନ୍ଧୁଙ୍କୁ କହିବେ। ପାରିବାରିକ ଜୀବନ ସୁଖଦ ରହିବ। ‌

ବୃଷ: ଘରର ପରିବେଶ ଅତି ପ୍ରସନ୍ନ ରହିବ। ପରିବାର ଲୋକଙ୍କର ଆପଣଙ୍କ ପ୍ରତି ବିଶ୍ବାସ ବଢ଼ିବ। ସରକାରୀ ଚାକିରିଆ ସକାରାତ୍ମକ ପରିବେଶରେ କାମ କରିବେ। ଯାନ ସାବଧାନତାର ସହ ଚଳାନ୍ତୁ।

ମିଥୁନ: ପରିବାର ସହିତ ଭଲରେ ସମୟ ଅତିବାହିତ କରିବେ। ଆର୍ଥିକ ଦୃଷ୍ଟିରୁ କୌଣସି ଭଲ ଖବର ପାଇବେ। ଲେଖନ ଓ ପ୍ରକାଶନ କ୍ଷେତ୍ରରେ ଲୋକଙ୍କୁ ଭଲ ଅବସର ମିଳିବ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ‌

କର୍କଟ: ଚାକିରି କରୁଥିବା ଲୋକଙ୍କୁ ଭଲ ଖବର ମିଳିବ। ନିଜର ବଡ଼ଙ୍କ ଠାରୁ ଆପଣଙ୍କୁ ଆଶୀର୍ବାଦ ମିଳିବ। ଅଭିନୟ କ୍ଷେତ୍ରରେ ରୁଚି ରଖୁଥିବା ଲୋକଙ୍କୁ ନୂଆ ଅବସର ମିଳିବାର ଯୋଗ ଅଛି।

ସିଂହ: ଦିନଟି ସକାରାତ୍ମକ ରହିବ। ମନରେ ନୂଆ ନୂଆ ବିଚାର ଆସିବ। ଆପଣଙ୍କୁ ବ୍ୟବସାୟରେ ଲାଭ ହେବାର ସମ୍ଭାବନା। ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଚାକିରିର ପ୍ରସ୍ତାବ ଆସିପାରେ।

କନ୍ୟା: ଆୟ ବଢ଼ିବ। ନୂଅ ବ୍ୟବସାୟ ଆରମ୍ଭ କରିପାରନ୍ତି। ଶିକ୍ଷାକ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ମାନ ସମ୍ମାନ ପ୍ରାପ୍ତି ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ଉନ୍ନତି ହୋଇପାରେ।

ତୁଳା: ଆପଣ ସମସ୍ତଙ୍କ ସହିତ ଦିନଟି ଭଲରେ ଅତିବାହିତ କରିବେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବଡ଼ଙ୍କର ପରାମର୍ଶ ନିଅନ୍ତୁ। ସରକାରୀ ଚାକିରିଆ କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସମ୍ମୁଖୀନ ହେବେ।

ବିଛା: ବ୍ୟବସାୟୀଙ୍କୁ ଲାଭ ମିଳିବ। ଆର୍ଥିକ ଦୃଷ୍ଟିରୁ ନୂଆ ଅବସରର ଯୋଗ ଅଛି। ଚାକିରି କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଆପଣଙ୍କ ବ୍ୟବହାରରେ ପରିବାରର ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ନିର୍ମିତ ହେବ।

ଧନୁ: ଜୀବନସାଥୀ ଠାରୁ ଖୁସି ଖବର ପାଇବେ। ବାଦ ବିବାଦ ଠାରୁ ଦୂରରେ ରହନ୍ତୁ। ଆପଣଙ୍କୁ ଆମଦାନିର ନୂଆ ଉତ୍ସ ମିଳିବ। ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ମକର: କୌଣସି ଖୁସି ଖବର ପାଇବେ। ଆପଣ ବଡ଼ଙ୍କ ଠାରୁ ସଂପୂର୍ଣ୍ଣରୂପେ ସହଯୋଗ ପାଇବେ। ଜୀବନସାଥୀ ପାଇଁ କିଛି ବିଶେଷ କରିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

କୁମ୍ଭ: ବ୍ୟବସାୟ ଦୃଷ୍ଟିରୁ ଦିନଟି ଭଲ। କୌଣସି କ୍ଷେତ୍ରରେ ନିବେଶର ଆପଣଙ୍କୁ ଲାଭ ହେବ। ନିଜର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ପରିବାରରେ ଖୁସିର ବାତାବରଣ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ମୀନ: ଭଲ ଲାଭର ଯୋଗ ଅଛି। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିବାର ପ୍ରବଳ ଯୋଗ ଅଛି। ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ। ସନ୍ତାନ ସୁଖର ପ୍ରାପ୍ତି ଯୋଗ ରହିଛି। ପ୍ରେମ ଜୀବନ ଭଲ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe