ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ପିଲାଙ୍କ କ୍ୟାରିୟର ପାଇଁ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ‌

ବୃଷ: ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ପ୍ରସଦ୍ଧି ବଢ଼ିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଧନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ପ୍ରେମ ଜୀବନ ଭଲ ରହିବ।

ମିଥୁନ: ବାଦ ବିବାଦ ଠାରୁ ନିଜକୁ ଦୂରରେ ରଖନ୍ତୁ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଚାକିରିଜୀବୀଙ୍କର ଦୂରସ୍ଥାନକୁ ବଦଳି ହୋଇପାରେ। ବୈବାହିକ ଜୀବନରେ ପ୍ରସନ୍ନତା ରହିବ। ‌

କର୍କଟ: ଆପଣଙ୍କ ସମସ୍ୟାର ସମାଧାନ ବାହାରିବ। ମିଡ଼ିଆ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବେପାରରେ ଧନଲାଭର ଅବସର ପାଇବେ। ସମସ୍ତଙ୍କ ସହିତ ପ୍ରେମଭାବ ବଜାୟ ରଖନ୍ତୁ।  

ସିଂହ: ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ। ଜୀବନସାଥୀ ସହିତ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଲେଖକଙ୍କୁ ଖ୍ୟାତି ମିଳିବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ।

କନ୍ୟା: ଏକାଗ୍ରଚିତ୍ତରେ କରୁଥିବା କାମର ସଫଳ ହେବେ। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ହେବ। ପ୍ରିୟଜନର ପ୍ରେମ ସହଯୋଗ ଉଭୟ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ତୁଳା: ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ଅଫିସରେ କାମ କରିବା ଶୈଳୀ ବଦଳାଇବେ। ବ୍ୟବସାୟରେ ଭାଗୀଦାର ଭାବିଚିନ୍ତି କରନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ବିଛା: ଆପଣଙ୍କ କାମରେ ଜୀବନସାଥୀ ପ୍ରସନ୍ନ ରହିବେ। ଠିକାଦାରଙ୍କୁ ଧନଲାଭ ହେବ। ନୂଆ କାମ କରିବା ଲାଗି ଆଗ୍ରହ ବଢ଼ିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ।  

ଧନୁ: ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଲାଗି ଦିନଟି ଶୁଭ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ଘରକୁ କୌଣସି ବନ୍ଧୁର ଆଗମନ ହେବ।

ମକର: ନୂଆ ଜିନିଷ ଉପରେ ବିଚାର କରିବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥା ଭଲଭା‌ବରେ ରଖି ପାରିବେ। ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ା ପ୍ରତି ରୁଚି ବଢ଼ିବ।

କୁମ୍ଭ: ଅଧୁରା ଥିବା ସରକାରୀ କାମ ପୂରା ହୋଇଯିବ। ଅର୍ଥ ମାମଲାରେ ସ୍ଥତି ମଜଭୁତ ହେବ। ରାଜନୀତିକ ଓ ସାମାଜିକ କାର୍ଯ୍ୟରେ ସମୟ ଦେବେ। ଦାମ୍ପତ୍ୟ ଜୀବନରେ ନୂତନତ୍ବ ଆସିବ।

ମୀନ: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ପରିବାରରେ କୌଣସି ବଡ଼ ଦାୟିତ୍ବ ତୁଲାଇବେ। ଅଫିସରେ ଅଧୁରାଥିବା କାମ ପୂରା କରିପାରିବେ। ଜୀବନସାଥୀ ଠାରୁ ସକାରାତ୍ମକ ସଂକେତ ମିଳିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe