ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଦିନଟି ଭଲରେ ଅତିବାହିତ ହେବ ଆଉ ମନ ଶାନ୍ତ ରହିବ। ଲୋକମାନଙ୍କ ଗହଣରେ ଆପଣଙ୍କର ଭାବମୂର୍ତ୍ତି ଭଲ ବନିବ। ବିରୋଧୀ ବି ଆପଣଙ୍କ ସମ୍ମୁଖରେ ବନ୍ଧୁତାର ହାତ ବଢ଼ାଇବେ। ‌

ବୃଷ: ଆପଣଙ୍କ କଳାତ୍ମକ ଦକ୍ଷତାର ବିକାଶ ହେବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ସନ୍ତାନ ସୁଖ ସହ ଜଡ଼ିତ ଭଲ ଖବର ପାଇପାରନ୍ତି। ପାରିବାରିକ ଜୀବନ ସୁଖମୟ ରହିବ। ‌

ମିଥୁନ: ଅଫିସରେ ଅଧିକ ପରିଶ୍ରମ କରିବାକୁ ହେବ। ବିନା ପରୀକ୍ଷା ନିରୀକ୍ଷାରେ କୌଣସି କ୍ଷେତ୍ରରେ ନିବେଶ କରନ୍ତୁ ନାହିଁ। ସମାଜରେ ଆପଣଙ୍କର ଜଣାଶୁଣା ବଢ଼ିବ। ଛାତ୍ରଙ୍କୁ ଯଥେଷ୍ଟ ସଫଳତା ମିଳିବ।

କର୍କଟ: ଭବିଷ୍ୟତ ଯୋଜନା ପାଇଁ ନୂଆ କୌଶଳରେ କାମ କରିବେ। ବ୍ୟବସାୟରେ ବଡ଼ ଗୋଷ୍ଠୀ ସହିତ ଯୋଡ଼ିବାର ମଉକା ପାଇବେ। ରାଜନୀତିକ ଲୋକଙ୍କର ସମାଜିକ ପ୍ରତିଷ୍ଠା ବଢ଼ିବ।  

ସିଂହ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ଯାହା ନିଷ୍ପତ୍ତି ନେବେ ଫଳପ୍ରଦ ସାବ୍ୟସ୍ତ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସାକ୍ଷାତକାରରେ ସଫଳତା ମିଳିବାର ଯୋଗ ରହିଛି।

କନ୍ୟା: ଦିନଟି ଆଶାଠୁ ଅଧିକ ଭଲ ରହିବ। ସତ ପଥରେ ଚାଲିବା ଯୋଗୁଁ ପ୍ରସିଦ୍ଧି ବଢ଼ିବ। ଭଲ ଚାକିରି ମିଳିପାରେ, ଖୁବ୍ ଉନ୍ନତି କରିବେ। ଜୀବନସାଥୀ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

ତୁଳା: ଆପଣଙ୍କୁ ନୂଆ ଚୁକ୍ତିବଦ୍ଧ କାମ ମିଳିବ। ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜମି କିଣିବା ଲାଗି ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ।

ବିଛା: କ୍ୟାରିୟରରେ ଉନ୍ନତିର ରାସ୍ତା ଖୋଲିବ। ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ। ଇଲେକ୍ଟ୍ରିକ୍ ଯାନ କିଣିବାକୁ ଚାହୁଁଥିଲେ ଆଜି କିଣି ନିଅନ୍ତୁ। କୌଣସି ବଡ଼ ଡ଼ିଲ୍ ଫାଇନାଲ ହୋଇପାରେ।

ଧନୁ: ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ଅବିବାହିତଙ୍କ ଲାଗି ବିବାହର ଭଲ ପ୍ରସ୍ତାବ ଆସିବ। ଆପଣଙ୍କ ସହିତ ସବୁ ଲୋକ ପ୍ରେମପୂର୍ବକ ବ୍ୟବହାର କରିବେ।

ମକର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଚାକିରିରେ ପଦୋନ୍ନତିର ଯୋଗ ଅଛି। ଆପଣଙ୍କୁ କୌଣସି ପୁରସ୍କାର ବା ପ୍ରତିଦାନ ମିଳିପାରେ। ପିଲାଙ୍କ ସହିତ ଉଦ୍ୟାନକୁ ବୁଲି ଯାଇପାରନ୍ତି।

କୁମ୍ଭ: ଅଚାନକ ଆପଣଙ୍କୁ କିଛି ଏଭଳି ମିଳିବ ଯାହା ତଲାସରେ ଥିଲେ। କ୍ଷୁଦ୍ର ଉଦ୍ୟୋଗୀ ଲୋକଙ୍କ କାମରେ ଦ୍ରୁତ ଆସିବ। ଶତ୍ରୁଙ୍କୁ ଜୟ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ବାହାର ଖାଦ୍ୟ ବର୍ଜନ କରନ୍ତୁ।

ମୀନ: ନିଜକୁ ଆର୍ଥିକ ରୂପେ ସୁଦୃଢ଼ କରିବାରେ ସଫଳ ହେବେ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଧାର ଦିଅନ୍ତୁ ନାହିଁ ଟଙ୍କାପଇସା ଅଟକି ରହିପାରେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe