ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଭ୍ରମଣରେ ସମୟ ବିତାଇବେ। ବାପା ମାଆଙ୍କ ସହିତ ମନ୍ଦିର ଯିବା ପାଇଁ ଯୋଜନା କରିବେ। ଅନ୍ୟମାନଙ୍କ ତୁଳନାରେ ଉଚ୍ଚ ଲକ୍ଷ୍ୟ ସ୍ଥିର କରିବେ। ଆପଣଙ୍କ କାମରେ ଅଧିକାରୀ ଖୁସି ହୋଇପାରନ୍ତି।

ବୃଷ: ଅଫିସରେ ଆପଣଙ୍କ କାମରେ କତୃପକ୍ଷ ଖୁସି ହେବେ। କୋର୍ଟ କଚେରି ମାମଲାରେ ଆପଣଙ୍କୁ ସଫଳତା ମିଳିପାରେ। ଅନ୍ୟମାନଙ୍କ ମତରେ କାମ କରନ୍ତୁ ସଫଳ ହେବେ। ଜୀବନସାଥୀ ସହିତ ମତଭେଦ ହୋଇପାରେ। ‌

ମିଥୁନ: ପାରିବାରିକ ଜୀବନରେ ଉତ୍ସାହର ବାତାବରଣ ରହିବ। ଜୀବନସାଥୀଙ୍କୁ ମନର କଥା କହିବେ। କବିମାନଙ୍କ ଲାଗି ଦିନଟି ଅତ୍ୟନ୍ତ ମହତ୍ବପୂର୍ଣ୍ଣ ରହିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।  ‌

କର୍କଟ: ଅସହାୟଙ୍କ ଲାଗି ସଂବେଦନଶୀଳ ରହିବେ। ଯାହା ବି କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ। ନିଜ ମନର ଆଧାର ଉପରେ ନିଷ୍ପତ୍ତି ନେବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଅତ୍ୟନ୍ତ ମହତ୍ବପୂର୍ଣ୍ଣ ରହିବ।

ସିଂହ: କୌଣସି ସମାରୋହକୁ ଯିବାର ଅବସର ପାଇବେ। ସାବଧାନୀରେ ସବୁ କାମ ସଂପୂର୍ଣ୍ଣ କରିବା ଆବଶ୍ୟକ। ପ୍ରେମିକ ପ୍ରେମିକା ସାଥୀଙ୍କ ପ୍ରତି ଅନ୍ୟ ଦିନ ଅପେକ୍ଷା ଅଧିକ ଆସକ୍ତ ରହିବେ।

କନ୍ୟା: ଆପଣଙ୍କ ମନରେ କିଛି ନୂଆ କରିବାର ବିଚାର ଆସିପାରେ। ଜରୁରୀ କାମରେ ଜୀବନସାଥୀର ସହଯୋଗ ଫଳପ୍ରଦ ସାବ୍ୟସ୍ତ ହେବ। ଆହ୍ବାନକୁ ଦୃଢ଼ଭାବେ ମୁକାବିଲା କରନ୍ତୁ ସଫଳ ହେବେ।

ତୁଳା: ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଲକ୍ଷ୍ୟ ପ୍ରାପ୍ତ ପାଇଁ ଅଧିକ ପରିଶ୍ରମ କରିବେ। ଲେଖକଙ୍କ ଲାଗି ଦିନଟି ମହାନ ହେବ। ଲେଖା ବା ପୂସ୍ତକ ଛପା ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଖୁସି ଭରା ରହିବ।

ବିଛା: ଯାହା କାମ କରିବେ ପୂରା ଦାୟିତ୍ବସଂପନ୍ନ ରୂପେ କରିବେ। ଜମି କିଣିବା ଲାଗି ଯୋଜନା କରିପାରନ୍ତି। ଲୋକମାନଙ୍କୁ ଆବଶ୍ୟକତା ଅନୁସାରେ ପରାମର୍ଶ ଦିଅନ୍ତୁ। ବିରୋଧୀ ଠାରୁ ଦୂରତ୍ବ ବଜାୟ ରହନ୍ତୁ।

ଧନୁ: ଅଧୁରା କାମ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ପାଇବେ। ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମକର: ବେପାରରେ ଲାଭ ହେବ। ଅଫିସରେ ଭଲ କାମ ପାଇଁ ବଧାଇ ପାଇବେ। ବ୍ୟବହାରିକ ଜୀବନ ପ୍ରତି ସଜାଗ ରହିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜ ସମ୍ବନ୍ଧର କଥା ବାପା ମାଆଙ୍କୁ କହିବେ।

କୁମ୍ଭ: କୌଣସି କଥାକୁ ନେଇ ମନରେ ଡ଼ର ବଢ଼ିପାରେ। ବୈବାହିକ ଜୀବନ ପୂର୍ବ ଅପେକ୍ଷା ବହୁତ ଆନନ୍ଦଦାୟକ ହେବ। ମହିଳାମାନେ ସୌନ୍ଦର୍ଯ୍ୟ ପ୍ରସାଧନ ଉପରେ ଖର୍ଚ୍ଚ କରିବେ। ଅଧୁରା କାମ ପୂରା ହୋଇଯିବ।

ମୀନ: ଜୀବନସାଥୀ ଠାରୁ ସକାରାତ୍ମକ ସଂକେତ ପାଇବେ। ଆପଣ ନିଜକୁ ଅଧିକ ବଳଶାଳୀ ଅନୁଭବ କରିବେ। ଆପଣଙ୍କ ପାଖକୁ ଏକରୁ ଅଧିକ ଦାୟିତ୍ବ ଆସିପାରେ। ପାଖ ଲୋକଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe