ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: କିଛି ନୂଆ ଲୋକଙ୍କ ସହ ଯୋଡ଼ିବାର ମଉକା ପାଇବେ। ଅଫିସ କାମ ସଂପୂର୍ଣ୍ଣ କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀ ନୂଆ କୋର୍ସରେ ପ୍ରବେଶ ପାଇଁ ବ୍ୟସ୍ତ ରହିବେ।

ବୃଷ: ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ଦମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ। ଆପଣ କାହାରି ସହିତ କଥା ହେବାବେଳେ ନିଜର ବାଣୀ ଉପରେ ସଂଯମ ରଖନ୍ତୁ।

ମିଥୁନ: ଆପଣଙ୍କ ଜୀବନ ଜୀବିକା ଲାଗି ଭଲ ଦିନଟିଏ। ଅନଲାଇନି ବ୍ୟବସାୟୀଙ୍କୁ ନୂଆ ସ୍ତରରେ ସଫଳତା ମିଳିବ। ଜୀବନସାଥୀଙ୍କୁ କ୍ୟାରିୟରରେ ବଡ଼ ଉପଲବ୍ଧି ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

କର୍କଟ: ଭାଗୀଦାରି କାରବାରରେ ଲାଭ ପାଇବେ। ଚାକିରିଜୀବୀଙ୍କୁ ଅତିଶୀଘ୍ର ପଦୋନ୍ନତି ମିଳିବା ଯୋଗ ରହିଛି। ଆପଣ ନିଜ ପଦର ଗାରିମା ବଜାୟ ରଖନ୍ତୁ। ପୁରୁଣା ବନ୍ଧୁ ସହ ମିଶିବାର ସୁଯୋଗ ପାଇବେ।

ସିଂହ: କୌଣସି ଅନୁଭବୀ ବ୍ୟକ୍ତିଙ୍କ ସହ ଫୋନରେ କଥା ହେବାର ମଉକା ଆସିବ। ଏହି ମଉକା କଦାପି ହରାନ୍ତୁ ନାହିଁ। ଆପଣ ନିଜ କାମର ଦାୟିତ୍ବ ନିଜେ ବହନ କରନ୍ତୁ। ଘର ଲୋକଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ।

କନ୍ୟା: ଆପଣଙ୍କ ଭିତରେ ନେତୃତ୍ବ କରିବାର କ୍ଷମତା ଆସିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ଜୀବନସାଥୀ ଆପଣଙ୍କ କାମରେ ପ୍ରସନ୍ନ ହେବେ। ଘରେ ପୂଜାପାଠର ଆୟୋଜନ କରିବେ।

ତୁଳା: ଦିନଟି ଆପଣଙ୍କ ଲାଗି ବି‌ଶେଷ ରହିବ। ବ୍ୟବସାୟ ବିଷୟରେ ଜୀବନସାଥୀର ପରାମର୍ଶ ନେବେ। ଆପଣଙ୍କର କିଛି କାମ ପାଇଁ ପରିବାର ଲୋକ ପ୍ରଶଂସା କରିବେ। ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।

ବିଛା: ଆପଣଙ୍କର ଲକ୍ଷ୍ୟ ପ୍ର‌ାପ୍ତି ପାଇଁ ଦୃଢ଼ ସଂକଳ୍ପ ବଜାୟ ରହିବ। ଜୀବନସାଥୀ ଆପଣଙ୍କ ଉପରେ ପ୍ରଭାବିତ ହେବେ। ଛାତ୍ରଛାତ୍ରୀ ପାଠପଢ଼ାକୁ ନେଇ ସଂପୂର୍ଣ୍ଣରୂପେ ସତର୍କ ରହିବେ। ପାରିବାରିକ ସୁଖ ବୃଦ୍ଧି ହେବ।

ଧନୁ: ଆପଣଙ୍କର ସବୁ କାମ ସଫଳ ହେବ। ବାପା ମାଆ ଆପଣଙ୍କ ପ୍ରତି ବହୁତ ଖୁସି ରହିବେ। ଆପଣ ନିଜ ଶକ୍ତିରେ ନିର୍ବଳର ଶକ୍ତି ଭରି ଦେବେ। ସିଭିଲ୍ ଇଂଜିନିୟର ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ମକର: ଘର ଓ ଅଫିସରେ ତାଳମେଳ ବଜାୟ ରଖିବାରେ ସକ୍ଷମ ହେବେ। ପରିବାରରେ ଖୁସିର ପରିବେଶ ରହିବ। ଛାତ୍ରଛାତ୍ରୀ ଆଗକୁ ବଢ଼ିବା ପାଇଁ କୌଣସି ନୂଆ ପାଠ୍ୟକ୍ରମରେ ପ୍ରବେଶ କରିବା ଲାଗି ଭାବିବେ।

କୁମ୍ଭ: ଘରେ ଅଧିକ ବୟସର ଲୋକଙ୍କ ସହ ସ୍ବଭାବରେ ନରମ ବନାଇ ରଖନ୍ତୁ। ଘରେ ଧାର୍ମିକ ଅନୁଷ୍ଠାନ କରିବା ଲାଗି ମନ ବନାଇବେ। କିଚଇ ଲୋକ ଆପଣଙ୍କ ଠାରୁ ଫାଇଦା ନେବାକୁ ଚାହିଁବେ।‌

ମୀନ: ଆପଣଙ୍କ କାର୍ଯ୍ୟରେ ସଫଳତା ଲାଗି ଧର୍ମକାର୍ଯ୍ୟରେ ସହଯୋଗ ଦିଅନ୍ତୁ। ଦାମ୍ପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ଆଗକୁ ବଢ଼ିବା ଲାଗି ଅଧିକ ପରିଶ୍ରମ କରିବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe