ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଦୀର୍ଘ ଦନରୁ ଭାବିଥିବା କାମ ପୂରା ହୋଇଯିବ। କୌଣସି ମହତ୍ବପୂର୍ଣ୍ଣ କାର୍ଯ୍ୟରେ ଜୀବନସାଥୀର ସହଯୋଗ ପାଇବେ। ଯେଉଁ ମହିଳାମାନେ ଅନଲାଇନି ବ୍ୟବସାୟ କରିବାକୁ ଭାବୁଛନ୍ତି ସେମାନଙ୍କ ଲାଗି ଦିନଟି ଭଲ। ‌

ବୃଷ: ମହିଳା ବ୍ୟବସାୟୀଙ୍କ ପାଇଁ ଲାଭ ଯୋଗ ଅଛି। ସରକାରୀ ଚାକିରିଆଙ୍କୁ ନୂଆ ଦାୟତ୍ବ ମିଳିବ। ଆପଣଙ୍କ ଭୌତିକ ସୁଖ ସୁବିଧା ବଜାୟ ରହିବ। ମାଆ କିଛି ଭଲ ବ୍ୟଞନ ତିଆରି କରି ଖୁଆଇବେ।

ମିଥୁନ: ଅତୀତ ଭୁଲରୁ କିଛି ନୂଆ ଶିକ୍ଷା କରି ଆଗକୁ ବଢ଼ିବେ। ମହତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ। ମନ ଚାହୁଁଥିବା ବସ୍ତୁ ପାଇବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ‌ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

କର୍କଟ: କୌଣସି ପ୍ରୋଜେକ୍ଟରେ ଲାଭ ପାଇବେ। ସନ୍ତାନଙ୍କୁ କ୍ୟାରିୟରରେ ବଡ଼ ସଫଳତା ମିଳିବ। ନବ ବିବାହିତ ଦମ୍ପତ୍ତି କୌଣସି ଧାର୍ମିକ ସ୍ଥାନକୁ ବୁଲି ଯିବେ। ବନ୍ଧୁ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ। ‌

ସିଂହ: ସରକାରୀ ଚାକିରି କରୁଥିବା ଲୋକ ନିଜର କାମ ପାଇଁ ପ୍ରୋତ୍ସାହନ ପାଇବେ। କୌଣସି ଖବର ପାଇ ଖୁସିରେ ଆତ୍ମହରା ହୋଇଯିବେ। ଘରକୁ ବନ୍ଧୁ ଆସିବେ। ତାଙ୍କ ସହିତ ମିଶି ଆପଣଙ୍କୁ ଭଲ ଲାଗିବ।

କନ୍ୟା: କୌଣସି ବନ୍ଧୁ ସହିତ କଥାବାର୍ତ୍ତାରେ ଆପଣଙ୍କୁ କାମ ମିଳିପାରେ। ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣଙ୍କ ଯୋଜନା ସଫଳ ହୋଇପାରେ। ଆପଣଙ୍କ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ‌

ତୁଳା: ନିର୍ଦ୍ଧାରିତ ସମୟକୁ ଲକ୍ଷ୍ୟ ରଖି କରୁଥିବା କାମରେ ସଫଳତା ପାଇବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକ ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ପରିବାରରେ ସ୍ଥିତି ଠିକ୍ ରହିବ। ‌

ବିଛା: ସମୟ ସୀମାକୁ ଧ୍ୟାନ ରଖି କାମ କରନ୍ତୁ। ବେପାରରେ ଆଶାଜନକ ଫଳ ପାଇବେ। ଯାତ୍ରା ଓ ଫିଲ୍ମ କଳାକାରଙ୍କ ଲାଗି ଦିନଟି ଲାଭଦାୟକ ରହିବ। ପାରିବାରିକ ମାହୋଲ ଠିକ୍ ବଜାୟ ରହିବ।

ଧନୁ: ବିଦେଶ ଯାତ୍ରା ଯୋଗ ଅଛି। କୌଣସି ବଡ଼ କଂପାନିରେ ଚାକିରିର ସୁଯୋଗ ଆସିବ। ସମସ୍ତଙ୍କୁ ନିଜ କଥାରେ ପ୍ରଭାବିତ କରିନେବେ। ରାଜନୀତି କ୍ଷେତରେ ସଫଳତା ପାଇବେ। ପ୍ରେମ ଜୀବନ ମଧୁର ହେବ।

ମକର: ନିଜର ଲକ୍ଷ୍ୟ ହାସଲ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। କାମ କେତେ ବି କଠିନ ହେଉ ଆପଣଙ୍କୁ ଏକାଗ୍ରତା ବଜାୟ ରଖିବାକୁ ହେବ। ସନ୍ତାନ ପକ୍ଷରୁ ସୁଖ ପାଇବେ। ବେପାରରେ ଲାଭ ହେବ।

କୁମ୍ଭ: ଅଧିକ ସମୟ ଏକାନ୍ତରେ କଟାଇବାକୁ ପସନ୍ଦ କରିବେ। ନୂଆ ବିଚାର ଉପରେ କାମ କରିବେ। ଅଫିସରେ ଉଚ୍ଚାଧିକାରୀଙ୍କ ସହଯୋଗ ପାଇବେ। ଆପଣ ପ୍ରସ୍ତୁତି କରିଥିବା ଯୋଜନା ବ୍ୟବସାୟ ପାଇଁ ଭଲ ସାବ୍ୟସ୍ତ ହେବ।

ମୀନ: ଚାକିରିରେ ଉନ୍ନତି ଯୋଗ ଅଛି। ଆପଣଙ୍କର ବଦଳି ଆପଣଙ୍କ ମନ ପସନ୍ଦ ଜାଗାକୁ ହେବ। ଆପଣଙ୍କ ଯୋଜନାରେ ଲୋକ ଖୁବ୍ ପ୍ରଭାବିତ ହେବେ। ବାଲ୍ୟ ବନ୍ଧୁ ସହ ସାକ୍ଷାତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe