ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-ଚାକିରିଜୀବୀଙ୍କ ଲାଗି ଅଫିସ କାମରେ ଯାତ୍ରା ଯୋଗ ଅଛି। ଛାତ୍ରଛାତ୍ରୀଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ପ୍ରେମୀ ଯୁଗଳ ନିଜର ସମ୍ବନ୍ଧକୁ ଆହୁରି ମଜଭୁତ କରିବା ଲାଗି ସାଥିରେ ସମୟ କଟାଇବେ।

ବୃଷ:-କଠିନ ପରିଶ୍ରମର ଭଲ ଫଳ ଆପଣଙ୍କୁ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ପରିବାର ଓ ବ୍ୟବସାୟରେ ନିଜର ଦାୟିତ୍ବକୁ ଭଲଭାବେ ତୁଲାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ‌

ମିଥୁନ:-ଜମି ସଂପର୍କିତ ବ୍ୟବସାୟରେ ବଡ଼ ଡ଼ିଲ୍ ହୋଇପାରେ। ଅସାବଧାନତା ଓ ଉଦାରତା ବ୍ୟବସାୟରେ ହାନିକାରକ ହୋଇପାରେ। ଅନ୍ତରଙ୍ଗ ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ।‌

କର୍କଟ:-ଚାକିରି କ୍ଷେତ୍ରରେ ଯାହା କରିବେ ସେଥିରେ ସଫଳତା ପାଇବେ। ପ୍ରିୟଜନଙ୍କ ଠାରୁ ଆପଣଙ୍କର ମନ ପସନ୍ଦ ଉପହାର ପାଇବେ। ଦୀର୍ଘ ଦିନରୁ ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

ସିଂହ:-ଆପଣ ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ପୂରା କରିବା ପାଇଁ ସଂପୂର୍ଣ୍ଣରୂପେ ପ୍ରୟାସ କରିବେ। ଚାକିରି ପାଇଁ ସାକ୍ଷାତକାର ଦେଇଥିବା ବ୍ୟକ୍ତିଙ୍କୁ ଭଲ ଉଦ୍ୟୋଗରୁ ଫୋନ ଆସିବ। ‌

କନ୍ୟା:-କୌଣସି ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କ ଠାରୁ କୌଣସି ମାମଲାରେ କେହି ପରାମର୍ଶ ନେଇ ପାରନ୍ତି। ବ୍ୟବସାୟୀଙ୍କୁ କାମରେ ନୂଆ ଅନୁଭବ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।

ତୁଳା:-ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କୃଷିଜୀବୀଙ୍କ ଲାଗି ଦିନଟି ଭଲ ରହିବ। ଆପଣଙ୍କର କୌଣସି କାମରେ ବାପାଙ୍କର ସହଯୋଗ ପାଇବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ଆପଣ ନିଜକୁ ଶକ୍ତିବାନ ଅନୁଭବ କରିବେ।

ବିଛା:-ବନ୍ଧୁମାନଙ୍କ ସହିତ ବାହାରକୁ ବୁଲିଯିବା ପାଇଁ ବାତିଲ କରିଦେବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବା ପାଇଁ ବିଚାର କରିବେ। ପରିବାରର ବିଶେଷ ମାମଲାରେ ଅଣଦେଖା କରନ୍ତୁ ନାହିଁ।

ଧନୁ:-ଲୋକମାନଙ୍କ ପ୍ରତି ଆପଣଙ୍କର ବ୍ୟବହାର ଆପଣଙ୍କୁ ଲୋକପ୍ରିୟ କରିଦେବ। ସମାଜ ସେବା ପାଇଁ ଆଗ୍ରହ ବଢ଼ିବ। ଧନଲାଭ ଯୋଗ ଅଛି। କୌଣସି କାମ ପାଇଁ ଆପଣଙ୍କର ଚେଷ୍ଟା ସଫଳ ହେବ।

ମକର:-କୌଣସି ବନ୍ଧୁ ସହ ଭବିଷ୍ୟତ ଯୋଜନା ଉପରେ ବିଚାର ବିମର୍ଶ କରିବେ। କାହାରିକୁ ସାହାଯ୍ୟ କରିବାର ମଉକା ପାଇବେ। ବେପାରରେ ଅଚାନକ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ।

କୁମ୍ଭ:-ବାପା ମାଆଙ୍କ ସହିତ କୌଣସିସ୍ଥାନକୁ ଯିବାର ଯୋଜନା କରିବେ। ସରକାରୀ କାମରେ ଅସାବଧାନତା ଅବଲମ୍ବନ କରନ୍ତୁ ନାହିଁ। ବନ୍ଧୁମାନଙ୍କ ସହିତ ସିନେମା ଦେଖିବାର ଯୋଜନା କରିବେ।

ମୀନ:-ଜମିରେ ନିବେଶ ପାଇଁ ଭଲ ଦିନଟିଏ। ଚାକିରି ଖୋଜୁଥିବା ମହିଳାମାନେ ଭଲ ଖବର ପାଇବେ। ଘରେ କୌଣସି ଧାର୍ମିକ କାର୍ଯ୍ୟସୂଚୀ ହୋଇପାରେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe