ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: କାର୍ଯ୍ୟ‌କ୍ଷେତ୍ରରେ କୌଣସି ବଡ଼ ଚାଲେଞ ଆସିବ। ଲୋକେ ଆପଣଙ୍କ କାମ କରିବା ଶୈଳୀରେ ପ୍ରଭାବିତ ହେବେ। ଧନଲାଭର ସୁଯୋଗ ଅଛି। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ। ‌

ବୃଷ: ସାମାଜିକ ସମସ୍ୟା ଲୋକଙ୍କ ଆଗରେ ରଖିବେ। ଆମଦାନି ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ। କାର୍ ସାବଧାନତାର ସହ ଚଳାନ୍ତୁ। ଲୋଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ। ‌

ମିଥୁନ: ସାମାଜିକ କାର୍ଯ୍ୟରେ ସକ୍ରିୟତା ବଢ଼ିପାରେ। ବେପାରରେ ଲାଭ ପାଇବେ। ପରିବାର ଲୋକଙ୍କ ଠାରୁ କୌଣସି ଭଲ ଖବର ପାଇବେ। କ୍ୟାରିୟରରେ ଆଗକୁ ବଢ଼ିବେ।

କର୍କଟ: କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ଖାଦ୍ୟ ପାଦୀୟ ପ୍ରତି ସଜାଗ ରୁହନ୍ତୁ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ‌

ସିଂହ: ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେବା ପାଇଁ ଦିନଟି ଭଲ। ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବା ପାଇଁ ଯୋଜନା କରିବେ।

କନ୍ୟା: ପରିବାର ସହ ସିନେମା ଦେଖିବାର ଯୋଜନା କରିବେ। ସମୟର ସଦୁପଯୋଗ କରନ୍ତୁ ଲାଭ ହେବ। ବେକାରଙ୍କୁ ରୋଜଗାରର ମଉକା ମିଳିବ। ଆଇନି ଛାତ୍ରଙ୍କ ଲାଗି ଦିନଟି ଭଲ।

ତୁଳା: ନିଜର ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଲାଗି ନୂଆ ଯୋଜନା କରିବେ। ଚାକିରିଜୀବୀଙ୍କୁ ଭଲ ଖବର ମଳିବ। ଧନଲାଭ ଯୋଗ ଅଛି। ଜୀବନସାଥୀଙ୍କୁ କିଛି ଭଲ କଥା କହିବେ।

ବିଛା: କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ସମ୍ମୁଖକୁ ଆସିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ପ୍ରେମ ଜୀବନ ଭଲ ରହିବ।

ଧନୁ: ଆପଣଙ୍କ ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ଘରୋଇ କାମରେ ଗୃହିଣୀମାନଙ୍କର ଦାୟିତ୍ବ ବଢ଼ିବ।

ମକର: କମ୍ ପରିଶ୍ରମ‌ରେ ଯଥେଷ୍ଟ ଲାଭ ପାଇବେ। ଆପଣଙ୍କର ଅଶାନ୍ତି ଜୀବନସାଥୀଙ୍କ ସହଯୋଗରେ ସମାଧାନ ହୋଇଯିବ। ଭ୍ରମଣ ସୁଖଦ ରହିବ। ରାଜନୀତିରେ ମହତ୍ବାକାଂକ୍ଷା ପୂରା ହେବ।

କୁମ୍ଭ: ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଜମି ବ୍ୟବସାୟୀଙ୍କୁ ଲାଭ ହେବ। ରାଜନୀତିରେ ସଫଳତା ପାଇବେ। ନବ ବିବାହିତଙ୍କ ଲାଗି ଦିନଟି ବହୁତ ଭଲ ରହିବ।‌

ମୀନ: ଧର୍ମକାର୍ଯ୍ୟରେ ମନ ଲାଗିବା ଯୋଗୁଁ ଶାନ୍ତି ପାଇବେ। ପଡ଼ୋଶୀ ମନୋମାଳିନ୍ୟ ପା‌ସୋରି ଆପଣଙ୍କ ସହ ବନ୍ଧୁତାର ହାତ ବଢ଼ାଇବେ। ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe