ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscope

ମେଷ: ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଅଫିସରେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା ହେବ। କାର୍ଯ୍ୟକ୍ଷେତ୍ରରେ କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ସମ୍ମାନ ବଢ଼ିବ।

ବୃଷ: ଚାକିରିଜୀବୀଙ୍କର ବେତନ ବୃଦ୍ଧି ହେବ। ଛୋଟ ପିଲା ଚିତ୍ର ଆଙ୍କିବାରେ ବ୍ୟସ୍ତ ରହିବେ। ସଂପତ୍ତି ମାମଲାରେ ବରିଷ୍ଠ ଲୋକଙ୍କ ସହିତ କଥା ହୁଅନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମିଥୁନ: ଛୋଟିଆ କଥାରେ ବିରକ୍ତି ହୁଅନ୍ତୁ ନାହିଁ। ବିରୋଧୀ ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହିଁବେ। କୌଣସି ଅର୍ନ୍ତରାଷ୍ଟିୟ କଂପାନିରେ ଚାକିରିର ସୁଯୋଗ ଆସିବ।

କର୍କଟ: ଆପଣଙ୍କ ଭିତରେ ଏକ ନୂଆ ଶକ୍ତି ସଂଚାର ହେବ। କୌଣସି ଧାର୍ମିକ ଆୟୋଜନରେ ସାମିଲ ହୋଇପାରନ୍ତି। ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ଲେଖାପଢ଼ାରେ ସାଥୀର ସାହାଯ୍ୟ ପାଇବେ।

ସିଂହ: ଜୀବନସାଥୀ ସହିତ ଖୁସିର କ୍ଷଣ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ପ୍ରତିଭା ଦେଖାଇବେ। ଆପଣଙ୍କୁ କୌଣସି ଭଲ ଚାକିରି ମିଳିବ। ବନ୍ଧୁ ସହିତ ହୋଟେଲକୁ ଭୋଜନ ପାଇଁ ଯିବେ।

କନ୍ୟା: ବ୍ୟବସାୟରେ ଭଲ ଧନ ଅର୍ଜନ କରିବାରେ ସଫଳ ହେବେ। ଅର୍ଥ ଦିଆ ନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣ କାହାରି ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ।

ତୁଳା: ପାରିବାରିକ ସମସ୍ୟା ଦୂର ହେବ। ପାର୍ଟ ଟାଇମି କାମ କରିବାର ଯୋଜନା ପୂରା ହେବ। ଛାତ୍ର କଂପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବେ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ବିଛା: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। କୌଣସି ବନ୍ଧୁ ସହିତ ମିଶିବାର ମଉକା ପାଇବେ। ଆପଣଙ୍କ ପିଲାଙ୍କୁ ‌ପୁରୁସ୍କାର ମିଳିବା ଯୋଗୁଁ ଖୁସି ହେବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ।

ଧନୁ: ବ୍ୟବସାୟୀଙ୍କ ଲାଗି ଦନଟି ଭଲ ରହିବ। କତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ଆପଣଙ୍କର କୌଣସି ଇଚ୍ଛା ପୂରା ହୋଇପାରେ। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ।

ମକର: ପରିବାରର ଛୋଟ ପିଲା ଆପଣଙ୍କୁ କିଛି ଖୁଆଇବା ପାଇଁ ଗୁହାରି କରିବେ। ଆପଣ କୌଣସି କଥାକୁ ନେଇ ବିଚାର ବିମର୍ଶ କରିବେ। ଓକିଲଙ୍କ ଲାଗି ଦିନଟି ଭଲ ରହିବ। ଧନଲାଭ ଯୋଗ ଅଛି।

କୁମ୍ଭ: ଛୋଟ ଛୋଟ କଥାରେ ବରିକ୍ତି ହୁଅନ୍ତୁ ନାହିଁ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ବ୍ୟବସାୟରେ ବଡ଼ ଡ଼ିଲ୍ ହେବା ଯୋଗୁଁ ଧନଲାଭ ହେବ। ଘରକୁ କୁଣିଆ ଆସିବେ। ‌

ମୀନ: ବୈବାହିକ ଜୀବନରେ ପ୍ରସନ୍ନତା ରହିବ। ଅଧୁରା କାମ ପୂରା କରିବାରେ ସଫଳ ହେବେ। ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ତରତର ହୁଅନ୍ତୁ ନାହିଁ। ଦେଇ ଆସୁଥିବା ମାସିକ କିସ୍ତି ପୂରା ହୋଇଯିବ। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe