ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: କରିଆସୁଥିବା ପ୍ରୟାସରେ ସନ୍ତୋଷଜନକ ଫଳ ପାଇବେ। ଆପଣଙ୍କର ଭୂମିକା ନେତୃତ୍ବକାରୀ ହୋଇପାରେ। ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ। ପରିବାର ଲୋକଙ୍କ ସହିତ ବଢ଼ିଆ କ୍ଷଣ ବିତାଇବେ।

ବୃଷ: ଆପଣଙ୍କର ଆକର୍ଷକ ସ୍ବଭାବ ଅନ୍ୟମାନଙ୍କର ଧ୍ୟାନ ଆକର୍ଷିତ କରିବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା। ବଡ଼ ଓକିଲଙ୍କ ପରାମର୍ଶ ଆପଣଙ୍କ ଲାଗି ଭଲ ସାବ୍ୟସ୍ତ ହେବ। ସରକାରୀ କାମ ପୂରା ହେବ।

ମିଥୁନ: ଆପଣଙ୍କ ଭିତରେ ନୂଆ ଶକ୍ତି ଅନୁଭବ କରିବେ। ଭଲ ଜାଗାରେ ନିବେଶ କରି ପାରନ୍ତି। ଜରୁରୀ କାମ ଅନ୍ୟମାନଙ୍କ ଭରସାରେ ଛାଡ଼ନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ‌

କର୍କଟ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ନିଜ ଆଖପାଖର ଆଚରଣ ଉପରେ ଦୃଷ୍ଟି ରଖନ୍ତୁ। କଳାକାରଙ୍କ ଲାଗି ଦିନଟି ଭଲ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ‌ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସିଂହ: ସକାରାତ୍ମକ ଦୃଷ୍ଟିକୋଣରେ ଜରୁରୀ କାମ ପୂରା ହେବ। ଡ଼ାକ୍ତରଙ୍କର ସମାଜରେ ନାମ ଉଚ୍ଚା ରହିବ। କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ଏକାନ୍ତରେ ଅଧ୍ୟୟନ କରନ୍ତୁ ପଢ଼ିବାରେ ମନ ଲାଗିବ। ‌

କନ୍ୟା: ପୂର୍ବରୁ କରିଥିବା ନିବେଶର ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। କ୍ୟାରିୟର ସମ୍ବନ୍ଧରେ ନୂଆ ଅବସର ପାଇବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।

ତୁଳା: ଲୋକମାନଙ୍କର ଭରସା ଆପଣଙ୍କ ଉପରେ ବଢ଼ିବ। ଅର୍ଡ଼ର ସପ୍ଲାଇଙ୍କୁ ଯଥେଷ୍ଟ ଲାଭ ହେବ। ପାରିବାରିକ ବାତାବରଣ ସକାରାତ୍ମକ ରହିବ। ଦାମ୍ପତ୍ୟ ଜୀବନ ଖୁସିରେ ପୂର୍ଣ୍ଣ ରହିବ।

ବିଛା: ଆପଣଙ୍କର ରଚନାକୁ ଲୋକେ ପ୍ରଶଂସା କରିବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ। କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ। ଛାତ୍ର ପ୍ରତିଯୋଗୀ ପରୀକ୍ଷାରେ ଭଲ ପରିଣାମ ପାଇବେ।

ଧନୁ: ଜୀବନରେ ଲାଗି ରହଥିବା ବାଧା ଦୂର ହେବ। ଧର୍ମକାର୍ଯ୍ୟରେ ମନ ଲଗାଇବେ। ଆୟର ନୂଆ ଉତ୍ସ ପାଇବେ। ମହିଳାମାନେ ରୋଷେଇଘରେ କାମ କରୁଥିବା ସମୟରେ ସାବଧାନ ରହନ୍ତୁ।

ମକର: ବ୍ୟବସାୟୀଙ୍କୁ ଆର୍ଥିକ ଲାଭ ଯୋଗ ଅଛି। ଅଫିସରେ କରିଥିବା କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ପରିବାରରେ ଆପୋସୀ ତାଳମେଳ ରହିବ। ଘନିଷ୍ଠ ବନ୍ଧୁ ସହ ସାକ୍ଷାତ ହେବ।

କୁମ୍ଭ: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ଯେଉଁ କାମ ହାତକୁ ନେବେ ସେଥିରେ ଯଥେଷ୍ଟ ସଫଳତା ପାଇବେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।‌

ମୀନ: କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ସାମାଜିକ ସ୍ତରରେ ଲୋକ ପ୍ରିୟତା ବଢ଼ିବ। ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ବୈବାହିକ ଜୀବନରେ ସୌହାର୍ଦ୍ଦ ବଢ଼ିବ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe