ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ବେପାରରେ ଭଲ ପ୍ରଗତି ହେବ। ରାଜନୀତିରେ ଥିବା ଲୋକ କୌଣସି ସମାରୋହକୁ ଯିବାର ଅବସର ପାଇବେ।

ବୃଷ: ଭୁଲ ଠିକର ପାର୍ଥକ୍ୟ ବୁଝି ଉଚିତ ନିର୍ଣ୍ଣୟ ନିଅନ୍ତୁ। ଜମିରେ ନିବେଶ ପାଇଁ ଭଲ ଦିନଟିଏ। ପରିବାରରେ କୌଣସି ସମାରୋହରେ ପଇସା ଖର୍ଚ୍ଚ ହେବ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ।  

ମିଥୁନ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ସମସ୍ତଙ୍କୁ ସାଥୀରେ ନେଇ ଚାଲନ୍ତୁ ସଫଳତା ପାଇବେ। ସରକାରୀ କ୍ଷେତ୍ରରେ ଲାଭ ଯୋଗ ଅଛି। ବୈବାହିକ ଜୀବନରେ ପ୍ରସନ୍ନତା ରହିବ।

କର୍କଟ: ଭାଗୀଦାରିରେ କୌଣସି କାମ ଆରମ୍ଭ କରି ପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖ ଅନୁଭୂତି ହେବ। ଭ୍ରମଣ ପାଇଁ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ସିଂହ: ଆପଣଙ୍କର ସଚ୍ଚୋଟପଣିଆ ପ୍ରତ୍ୟେକ ଜାଗାରେ ଆଲୋଚନା ହେବ। ଜମି ସଂପର୍କିତ ବ୍ୟବସାୟରେ ବଡ଼ ଡ଼ିଲ୍ ହୋଇପାରେ। ପରିବାର ସହିତ ସଦଭାବନାପୂର୍ବକ ସମୟ ଅତିବାହିତ କରିବେ।

କନ୍ୟା: ରାଜନୀତି ଓ ଜନକଲ୍ୟାଣ କାର୍ଯ୍ୟ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଅଫିସରେ ଆପଣଙ୍କ କାମକୁ କତୃପକ୍ଷ ପ୍ରଶଂସା କରିବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ଆପଣଙ୍କର ବିଶ୍ବାସ ବଳରେ ବହୁତ କିଛି କରିପାରିବେ। ସାମାଜିକ କାର୍ଯ୍ୟ ଲାଗି ଆପଣଙ୍କୁ ସମ୍ମାନ ମିଳିବ। ପାରିବାରିକ ପରିବେଶ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ରହିବ। ପ୍ରେମ ଜୀବନ ମଧୁର ହେବ।

ବିଛା: କାର୍ଯ୍ୟକ୍ଷେତ୍ରରେ ବିଶେଷ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରସିଦ୍ଧି ମିଳିବ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।

ଧନୁ: ଆପଣଙ୍କର ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବେ। ବ୍ୟବସାୟରେ କୌଣସି ଉଚ୍ଚଅଧିକାରୀଙ୍କ ସହାୟତା ନେଇପାରନ୍ତି। ଜୀବନସାଥୀ ସହିତ ସମ୍ବନ୍ଧରେ ନୂତନତ୍ବ ଆସିବ।

ମକର: ଆପଣଙ୍କ ଜୀବନ ଓ ଜୀବିକା ପାଇଁ ଦିନଟି ଭଲ।  କାର୍ଯ୍ୟକ୍ଷେତ୍ରରେ ସଫଳତାର ଶିଖରରେ ପହଞ୍ଚିବେ। ପରୀକ୍ଷାର ଫଳ ଆପଣଙ୍କ ଆଶାନୁରୂପ ଆସିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ।

କୁମ୍ଭ: ଚାକିରି ବ୍ୟବସାୟର କାମ ନୂଆ କୌଶଳରେ ସମାପ୍ତ କରିପାରନ୍ତି। ଲୋକମାନଙ୍କ ପ୍ରତି ଆପଣଙ୍କ ବ୍ୟବହାର ଆପଣଙ୍କୁ ଲୋକପ୍ରିୟ କରିଦେବ। ଶିକ୍ଷାରେ ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ମିଳିବ।

ମୀନ: ପରିଶ୍ରମ ଉଚିତ ଫଳ ପାଇବେ। ଆପଣଙ୍କ ଭିତରେ ତ୍ୟାଗ ଓ ସହଯୋଗର ଭାବନା ରହିବ। ପେସାଦାର ବ୍ୟବସାୟୀ କୌଣସି ଅନ୍ୟ କଂପାନି ସହିତ ଭାଗୀଦାରି କରିପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe