ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଆପଣଙ୍କୁ କୌଣସି ଶୁଭ ସଂକେତ ମିଳିପାରେ। କ୍ୟାରିୟର ବଢ଼ିଆ ବନାଇବାରେ ସଫଳ ରହିବେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀ କୌଣସି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରନ୍ତି।

ବୃଷ: ବିଲଡ଼ର୍ସଙ୍କୁ ଭଲ ଠିକାରେ ଲାଭ ହେବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ କିଛି ଶିଖିବେ। ବ୍ୟବସାୟ କାମ ନିଜ ବିବେକରେ କରନ୍ତୁ। ଘରୋଇ କାମରେ ଗୃହିଣୀମାନଙ୍କର ଦାୟିତ୍ବ ବଢ଼ିବ।

ମିଥୁନ: ସକାରାତ୍ମକ ଭାବନା ସହ ବେପାରରେ ନିବେଶ ଲାଗି ପୂରା ଦିନ ଆପଣଙ୍କ ପକ୍ଷରେ ରହିବ। ଆପଣ କିଛି ଶିଖିବାର ମଉକା ପାଇବେ। ଜୀବନସାଥୀ ସହ କଥାବାର୍ତ୍ତାରେ ନମ୍ରତା ରଖନ୍ତୁ।

କର୍କଟ: ଦିନଟି ଆପଣଙ୍କ ପରିବାର ଲାଗି ଖୁସି ଆଣିଦେ‌ବ। ବଜାରରେ ଅନାବଶ୍ୟକ ଜିନିଷ କିଣନ୍ତୁ ନାହିଁ। ବେପାରରେ ଗତି ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ସିଂହ: ଲେଖକ କୌଣସି ପୁସ୍ତକ ସଂପୂର୍ଣ୍ଣ କରିବେ। ବସ୍ତ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। କାର୍ଯ୍ୟକ୍ଷେତ୍ରରେ ବଡ଼ଙ୍କର ପରାମର୍ଶରେ ସାହାଯ୍ୟ ମିଳିବ। ବାପା ନିଜର ମହତ୍ବପୂର୍ଣ୍ଣ କାମ ଆପଣଙ୍କୁ କରିବାକୁ କହିବେ।

କନ୍ୟା: ରାଜନୀତିକ ଲୋକ କୌଣସି ସମାରୋହରେ ଯୋଗ ଦେବାକୁ ଯିବେ। ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଯୋଜନାବଦ୍ଧ ଉପାୟ ଗ୍ରହଣ କଲେ ବେପାରରେ ଲାଭ ହେବ।

ତୁଳା: ଦିନଟି ଆରମ୍ଭ ଶାନ୍ତ ମନରେ କରିବେ। କୌଣସି କଂପାନିରେ ଚାକିରିରେ ସୁଯୋଗ ଆସିବ। ସମାଜରେ ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ରହିବେ। ଜୀବନସାଥୀ ପାଇଁ ମନ ପସନ୍ଦର ଲୁଗା କିଣିବେ।

ବିଛା: ଶିକ୍ଷକଙ୍କ ଲାଗି ଦିନଟି ଭଲ ରହିବ। ଅଫିସରେ କତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ପାରିବାରିକ ସୁଖ ବୃଦ୍ଧି ହେବ। ଛାତ୍ରଛାତ୍ରୀ କଂପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବେ।

ଧନୁ: ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶରେ ବେପାରରେ ଆପଣଙ୍କୁ ଲାଭ ହେବ। ପିଲାଙ୍କ ସହିତ ବାହାରକୁ ବୁଲି ଯିବେ। ଆପଣ କୌଣସି ପସନ୍ଦର କାମ କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ମକର: ଅନାବଶ୍ୟକ କଥା ଉପରେ ଧ୍ୟାନ ଦେଲେ ଆପଣଙ୍କର ସମୟ ନଷ୍ଟ ହେବ। ସଙ୍ଗୀତଜୀବୀଙ୍କ ଲାଗି ଭଲ ଦିନଟିଏ। ସାମାଜିକ ସଂପର୍କ ମିଭୁତ ହେବ। ସାହିତ୍ୟ କ୍ଷେତରେ ଆପଣଙ୍କର ରୁଚି ବଢ଼ିବ।

କୁମ୍ଭ: ଆପଣ ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। କୌଣସି ସମାରୋହରେ ସାମିଲ ହେବେ। ଘରର ପରିବେଶରେ ଶାନ୍ତି ବଜାୟ ରହିବ। କ୍ୟାରିୟରରେ ବଡ଼ ସଫଳତା ହାସଲ ହେବ।

ମୀନ: ସୌନ୍ଦର୍ଯ୍ୟୀକରଣ ବେପାରୀଙ୍କୁ ଚୁକ୍ତିବଦ୍ଧ କାମ ମିଳିପାରେ। କୌଣସି ଗରିବଙ୍କୁ ସାହାଯ୍ୟ କରିବାରେ ମଉକା ପାଇବେ। ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe