ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଆପଣଙ୍କ ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ଭାବେ ମୁକାବିଲା କରିବେ। ଜୀବନସାଥୀ ସହିତ ସିନେମା ଦେଖିବାର ଯୋଜନା କରିବେ। ବ୍ୟବସାୟ କାମରେ ଭାଇ ସହଯୋଗ କରିବେ।

ବୃଷ: କ୍ୟାରିୟରରେ ଆପଣ କାହାରି ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ। ପ୍ରଶାସନିକ ସେବା ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ନୂଆ ଅବସର ପାଇବେ।

ମିଥୁନ: ଭାଗ୍ୟ ଆପଣଙ୍କ ସାଥୀରେ ରହିବ। ଅନ୍ୟମାନଙ୍କ କାମରେ ନିଜର ମତ ଦିଅନ୍ତୁ ନାହିଁ। ଜମି ବିକ୍ରୟ କରିବାକୁ ଚାହୁଁଥିଲେ ଯଥେଷ୍ଟ ଲାଭ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି।

କର୍କଟ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣ କାହାରିକୁ ମନର କଥା କହିପାରନ୍ତି। ରାଜନୀତିକ ଓ ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ବାପା ମାଆ ପିଲାଙ୍କ ସହିତ ସମୟ ବିତାଇବେ।

ସିଂହ: ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗିବ। ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ରାଜନୀତିରେ ସଫଳତା ପାଇବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

କନ୍ୟା: ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ସାମାଜିକ କାର୍ଯ୍ୟ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ। ଅଫିସ କାମରେ ଲାଗି ରହିଥିବା ବାଧା ସମାପ୍ତ ହେବ। ଡ଼ାକ୍ତରୀ ଛାତ୍ର ସିନିୟରଙ୍କ ସାହାଯ୍ୟ ପାଇବେ।

ତୁଳା: ଜୀବନସାଥୀ ଆପଣଙ୍କୁ ଦେଇଥିବା ବଚନ ପୂରା କରିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ବାପା ନିଜର ପିଲା ପାଇଁ ଦରକାରୀ ଜିନିଷ କିଣିବେ।

ବିଛା: ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହୋଇପାରେ। କାମରେ ଘର ଲୋକଙ୍କର ପୂରା ସହଯୋଗ ପାଇବେ। କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆସିପାରନ୍ତି।

ଧନୁ: ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ। ସମାଜ ହିତରେ କରିଥିବା କାମ ପାଇଁ ସମ୍ମାନିତ ହେବେ। ସଡ଼କରେ ଚାଲୁଥିବା ସମୟରେ ସତର୍କ ରହନ୍ତୁ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ ରହିବ।

ମକର: ଘରକୁ କୌଣସି ବନ୍ଧୁ ଆସିବେ। ବିଲଡ଼ର୍ସଙ୍କୁ ଧନଲାଭ ହେବ। ଶିକ୍ଷକଙ୍କର ପଦୋନ୍ନତି ଯୋଗ ଅଛି। ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପିୟଜନଙ୍କ ଠାରୁ ଉପହାର ମିଳିପାରେ।

କୁମ୍ଭ: ବାପାଙ୍କୁ ଆପଣଙ୍କର କୌଣସି କାମ ପାଇଁ ଗର୍ବ ହେବ। ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି। ଶତ୍ରୁ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ। ରାଜନୀତିରେ ସଫଳତା ପାଇବେ।

ମୀନ: ଆଗକୁ ବଢ଼ିବା ଲାଗି ଦିନଟି ବହୁତ ଭଲ। ପରିବାରେ ସୁଖ ଶାନ୍ତିର ପରିବେଶ ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe