ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: କାର୍ଯ୍ୟକ୍ଷେତ୍ରରେ ବିଶେଷ ସଫଳତା ପାଇବେ। ଜୀବନସାଥୀ ସହିତ ଖୁସିର କ୍ଷଣ ଅତିବାହିତ କରିବେ। ବ୍ୟବସାୟରେ ପୁଞି ଲଗାଇବା ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ।

ବୃଷ: କ୍ୟାରିୟର ପାଇଁ ମହତ୍ବପୂର୍ଣ୍ଣ ନିର୍ଣ୍ଣୟ ନେବେ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶତ୍ରୁ ପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ।

ମିଥୁନ: ଘରେ କୌଣସି ଶୁଭକାର୍ଯ୍ୟ ସଂପନ୍ନ ହୋଇପାରେ। କାମକୁ ନେଇ ଚାପ ଅନୁଭବ କରିବେ। ଆପଣଙ୍କ ମନକୁ ଶାନ୍ତ ରଖନ୍ତୁ। ପ୍ରତିଯୋଗୀ ପରୀକ୍ଷାରେ ସଫଳତା ପାଇଁ ଅଧିକ ପରିଶ୍ରମ କରନ୍ତୁ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ନିଜ ଯୋଗ୍ୟତାର ଭଲ ପ୍ରଦର୍ଶନ କରିବେ। ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ। ରାଜନୀତି ବିଷୟରେ ଆପଣଙ୍କ ବିଚାର ପ୍ରକଟ କରିବେ। ପାରିବାରିକ ଜୀବନ ସୁଖମୟ ରହିବ।

ସିଂହ: ଆପଣ ଯାହା ବି କାମ ହାତକୁ ନେବେ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରି ଦେଖାଇବେ। ଜୀବନସାଥୀ ଆପଣଙ୍କୁ ଖୁସି ହେବାର ସୁଯୋଗ ଦେବେ। ନୂଆ ଜମି କିଣିବାକୁ ମନସ୍ଥ କରିବେ।

କନ୍ୟା: ଆର୍ଥିକ ସ୍ଥିତି ଯଥେଷ୍ଟ ସୁଦୃଢ଼ ହେବ। ଓକିଲଙ୍କ ଲାଗି ଦିନଟି ଭଲ ରହିବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ପରୀକ୍ଷା ଲାଗି ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ସମୟ ଶୁଭ।

ତୁଳା:  ମକର: ଆପଣଙ୍କର ସୁଖ ସୁବିଧା ବଢ଼ିବ। ଚାକିରିରେ ବେତନ ବୃଦ୍ଧି ହେବ। ପରିବାର ସହିତ ସଦଭାବନାପୂର୍ବକ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ।

ବିଛା: ରୋଜଗାର ପାଇଁ ସୁଯୋଗ ପାଇବେ। ବରିଷ୍ଠ ସହିତ ବାଦବିବାଦ କରନ୍ତୁ ନାହିଁ। ବନ୍ଧୁ ଓ ପରିବାର ପାଇଁ ଖର୍ଚ୍ଚ କରିପାରନ୍ତି। ଭଲ ସାମାଜିକ କର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ।

ଧନୁ: ଭାଗୀଦାରିରେ କୌଣସି କାରବାର ଆରମ୍ଭ କରିପାରନ୍ତି। ଜୀବନସାଥୀ ସହିତ ବୈବାହିକ ଉତ୍ସବରେ ସାମିଲ ହେବେ। କୗଣସି ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ।

ମକର: ସ୍ବାସ୍ଥ୍ୟ ସମସ୍ୟାର ସୁଧାର ହେବ। ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗିବ। ପରିବାର ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ବେଠିକ୍ ଓ ସଠିକର ପାର୍ଥକ୍ୟ ବୁଝି ଉଚତି ନିର୍ଣ୍ଣୟ ନିଅନ୍ତୁ।

କୁମ୍ଭ: ଆପଣଙ୍କ ବିଚାରରେ ମହତ୍ବପୂର୍ଣ୍ଣ ପରିବର୍ତ୍ତନ ଆସିବ। ବେପାରରେ ଯଥେଷ୍ଟ ଲାଭ ହେବ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।

ମୀନ: ଆାପଣଙ୍କ ବିଶ୍ବାସ ବଳରେ ବହୁତ କିଛି କରିପାରିବେ। ରାସ୍ତାରେ ଯିବା ସମୟରେ କୌଣସି ଲାଭକାରୀ ସାକ୍ଷାତ ହେବେ। ମନରେ କିଛି ନୂଆ କରିବାର ଇଚ୍ଛା ଜାଗିବ। ପାରିବାରିକ ପରିବେଶ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ରହିବ।

horoscope 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe