ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ସାମାଜିକ ଉତ୍ସବରେ ସହଭାଗୀତା କରିବେ। ଗୃହିଣୀମାନଙ୍କ ମନ ଧର୍ମକାର୍ଯ୍ୟରେ ଲାଗି ରହିବ। ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ଅଫିସରେ ଆପଣ ସତର୍କ ରହନ୍ତୁ।

ବୃଷ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ବେପାରରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟରେ ସହଯୋଗ ଦିଅନ୍ତୁ ସମ୍ମାନ ବଢ଼ିବ। ଅଫିସରେ ଆପଣଙ୍କର ପ୍ରଦର୍ଶନ ପ୍ରଶଂସନୀୟ ହେବ।

ମିଥୁନ: କାରବାରରେ ଏକ ଲୟ ତିଆରି କରି କାମ କରନ୍ତୁ ଲାଭ ହେବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।

କର୍କଟ: ଆପଣଙ୍କ ଜୀବନ ଜୀବିକା ପାଇଁ ଭଲ ଦିନଟିଏ। ପରିବାର ଲୋକଙ୍କ ମଧ୍ୟରେ ମଧୁର ବାତାବରଣ ରହିବ। ଅଫିସର କୌଣସି କାମରେ ଦୂରସ୍ଥାନକୁ ଯିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ସିଂହ: କ୍ୟାରିୟରରେ ସଫଳତା ପାଇବେ। ଘରକୁ କୌଣସି ବନ୍ଧୁର ଆଗମନ ହେବ। ଛାତ୍ର ନିଜ କ୍ୟାରିୟରରେ ସଫଳତାର ଖୁବ୍ ନିକଟବର୍ତ୍ତୀ ହୋଇପାରିବେ। ଯାନ ସାବଧାନତାର ସହ ଚଳାନ୍ତୁ।

କନ୍ୟା: ମନରେ କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଆମଦାନିର ନୂଆ ଉତ୍ସ ପାଇବେ। ସମାଜର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ରହିବେ। ବୈବାହିକ ଜୀବନ ସୁଖକର ହେବ।

ତୁଳା: ଭାଗ୍ୟ ବଦଳାଇବା ପାଇଁ ସୁଯୋଗ ପାଇବେ। କୌଣସି ବଡ଼ ଉଦ୍ୟୋଗ ସହ ଡ଼ିଲ୍ ପକ୍କା ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ସଂଚାର କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ।

ବିଛା: ଦୀର୍ଘ ଦିନରୁ ଲାଗି ରହିଥିବା ଘରୋଇ ସମସ୍ୟାର ସମାଧାନ ବାହାରିବ। ଶିକ୍ଷା ସମ୍ବନ୍ଧରେ ଦିନଟି ଭଲ ରହିବ। ବ୍ୟବସାୟୀଙ୍କ ମନରେ ଘୂରିବୁଲୁଥିବା ଯୋଜନା ସଫଳ ହେବ।

ଧନୁ: ଚିଡ଼ିଚିଡ଼ାପଣ ଦୂର କରିବାକୁ ଚେଷ୍ଟା କରନ୍ତୁ। ବିବାହିତଙ୍କୁ ପରିବାର ସ୍ଥିତି ସମ୍ବନ୍ଧରେ ଭାବିବାକୁ ପଡ଼ିବ। ଚାକିରିଜୀବୀଙ୍କ ଲାଗି ଭଲ ଦିନଟିଏ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋ‌ଯୋଗ ଦିଅନ୍ତୁ।

ମକର: ଜୀବନସାଥୀ ଠାରୁ ଖୁସି ଖବର ଶୁଣିବେ। କାରବାରରେ ଲାଗି ରହିଥିବା ସମସ୍ୟା ବାପାଙ୍କ ମାଧ୍ୟମରେ ଦୂର କରିବେ। ଜମିରେ ନିବେଶ ଲାଗି ଦିନଟି ଭଲ। ଘରକୁ କୌଣସି ବନ୍ଧୁ ଆସିବେ।

କୁମ୍ଭ: କୌଣସି ଜ୍ଞାନ କଥା ଶୁଣିବାକୁ ପାଇବେ। ନୂଆ କାମରେ ଆଗ୍ରହ ବଢ଼ିବ। ବିରୋଧୀ ପକ୍ଷ ଭ୍ରମିତ କରିବାକୁ ଚେଷ୍ଟା କରିବେ। ପ୍ରେମୀଯୁଗଳ ନିଜ ସାଥୀର ଭାବନାକୁ ବୁଝିବେ।

ମୀନ: ନବ ବିବାହିତ ନିଜର ସାଥୀଙ୍କୁ କୌଣସି ଉପହାର ଦେବେ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭଲ ଉଦ୍ୟୋଗରେ ଚାକିରିର ଡ଼ାକରା ଆସିବ। ଛାତ୍ରମାନେ ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe