ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

hor

ମେଷ: ଦୀର୍ଘ ଦିନରୁ ଲାଗି ରହିଥିବା ଅଶାନ୍ତିର ସମାଧାନ ବାହାର କରିନେବେ। ଲୋକଙ୍କର ବିଚାର ଓ ଆପଣଙ୍କ ସଂପର୍କରେ କହିଥିବା କଥାକୁ ନେଇ ମନେ ମନେ ଅଶାନ୍ତ ହୋଇପାରନ୍ତି।

ବୃଷ: ଆପଣଙ୍କ ବାଣୀରେ କଠୋରତା ଆସିପାରେ। ଆୟର ନୂଆ ଉତ୍ସ ପାଇବେ। ଅନ୍ୟମାନଙ୍କ ପ୍ରତି ସେହ୍ନ ଓ ଭକ୍ତିଭାବ ଭାବ ବଜାୟ ରଖନ୍ତୁ। ବଡ଼ଙ୍କ ଠାରୁ ପରାମର୍ଶ ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ମିଥୁନ: କୌଣସି ମହତ୍ବପୂର୍ଣ୍ଣ ଚର୍ଚ୍ଚାରେ ସାମିଲ ହେବାର ମଉକା ପାଇବେ। ଆପଣଙ୍କ ସହଭାଗୀତା ବହୁତ ଭଲ ରହିବ। ଦାମ୍ପତ୍ୟ ଜୀବନରେ ସନ୍ତୋଷ ବୃଦ୍ଧି ହେବ। ବନ୍ଧୁ ଆପଣଙ୍କ ଠାରୁ ପରାମର୍ଶ ନେଇ ପାରନ୍ତି।

କର୍କଟ: ଘର ନିର୍ମାଣ କାର୍ଯ୍ୟ ଜଲଦି ପୂରା ହେବ। ଅଫିସରେ ବ୍ୟବହାର ଭଲ ବଜାୟ ରଖନ୍ତୁ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତାନ୍ତର ଦୂର ହେବ। ରାଜନୀତି ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। ‌

ସିଂହ: ଆପଣଙ୍କର ସବୁ ଅଶାନ୍ତି ଅନ୍ତ ହେବ। ସଫଳତାର ନୂଆ କିରଣ ଦେଖାଦେବ। ଆର୍ଥିକ କ୍ଷେତ୍ରରେ ବିକାଶ ଯୋଗ ଅଛି। ଗାଡ଼ି କିଣିବା ପାଇଁ ସମୟ ସାଥ ଦେବ। ସ୍ବାସ୍ଥ୍ୟ ଚୈତନ୍ୟ ରହିବ।

କନ୍ୟା: ଆପଣଙ୍କ ଉପରେ ଭଗବାନଙ୍କ କୃପା ରହିବ। ବେପାର ବଢ଼ାଇବା ପାଇଁ କରିଥିବା ଯୋଜନାରୁ ଲାଭ ପାଇବେ। ଚାକିରିରେ ଉନ୍ନତି ହେବ। ସମୟ ପରୋପକାରରେ ଲଗାଇ ପାରନ୍ତି।

ତୁଳା: ପାରିବାରିକ ଲୋକଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ଯୋଗୁଁ ଆପଣ ଆରାମ ପାଇବେ। କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ। ବେପାର କରୁଥିବା ଲୋକଙ୍କ ଲାଗି ଦିନଟି ସାମାନ୍ୟ ରହିବ।

‌ବିଛା: ସାମାଜିକ ଓ ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ନିଜର କାମଧନ୍ଦା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିଦେବେ। ଅପରାହ୍ନରେ ପରିବାର ଲୋକଙ୍କ ସହିତ ସମୟ ବିତାଇବେ।

ଧନୁ: ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ। ନିଜର ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ। ଜିନିଷ କିଣିବା ପୂର୍ବରୁ ତାଲିକା ବନାଇ କିଣନ୍ତୁ। ସନ୍ତାନର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି।

ମକର: କୌଣସି କାରଣକୁ ନେଇ ଅଶାନ୍ତିରେ ଥିଲେ ପିଲାଙ୍କ ସହିତ କିଛି ସମୟ ବିତାନ୍ତୁ ଆପଣଙ୍କ ମନ ଠିକ୍ ହୋଇଯିବ। ଘର ଓ ଦୋକାନ କିଣିବା ଲାଗି ଦିନଟି ଶୁଭ। ବେପାରରେ ଲାଭ ହେବ।

କୁମ୍ଭ: ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ନିର୍ବାହଣ କରିବେ। ପାରିବାରିକ ସମ୍ବନ୍ଧରେ ମଜଭୁତ ଆସିବ। କାରବାରରେ ବିକ୍ରୀ ବଢ଼ିବ, ଭଲ ଆୟ ହେବ। ପ୍ରେମିକ ପ୍ରେମିକା ନିଜର ଭୁଲ ବୁଝି ସମ୍ବନ୍ଧକୁ ମଉକା ଦେବେ।

ମୀନ: ପରିବାରର ସମସ୍ତଙ୍କୁ ଖୁସି ରଖିବା ଚେଷ୍ଟାରେ ଲାଗି ରହିବେ। ବନ୍ଧୁ ସହିତ ସମ୍ବନ୍ଧ ଭଲ ରହିବ। ଆପଣଙ୍କ ଭିତରେ ତ୍ୟାଗ ଓ ସହଯୋଗର ଭାବନା ରହିବ। ଜୀବନରେ ନକାରାତ୍ମକତା ଦୂର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe