ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ପରିବାରରେ ସୁଖ ବୃଦ୍ଧି ହେବ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଅଚାନକ ଧନଲାଭ ହେବ। ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବା ପାଇଁ ଭଲ ଖାଦ୍ୟ ଭୋଜନ କରନ୍ତୁ।

ବୃଷ: ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ। ବ୍ୟବସାୟୀ କୌଣସି ଜରୁରୀ ମିଟିଙ୍ଗରେ ଯୋଗ ଦେଇ ପାରନ୍ତି। ରାଜନୀତି ଓ ସାମାଜିକ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

ମିଥୁନ: ଦିନଟି କ୍ୟାରିୟରରେ ନୂଆ ପରିବର୍ତ୍ତନ ଆଣିଦେବ। ବ୍ୟବସାୟ ଯଥେଷ୍ଟ ଧନଲାଭ ହେବ। ପରିବାରରେ ନୂଆ ସଦସ୍ୟ ଯୋଡ଼ିବା ଯୋଗୁଁ ସବୁ ଲୋକ ଖୁସି ହେବେ। ଲେଖକ ନୂଆ କାହାଣୀ ଲେଖିବେ।

କର୍କଟ: ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବାକୁ ଥିଲେ ଘରର ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ। କୋରିୟର ବ୍ୟବସାୟ କରୁଥିବା ଲୋକଙ୍କୁ ଭଲ ଲାଭ ହେବ। ସ୍ବାସ୍ଥ୍ୟରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ।

ସିଂହ: ଅଫିସରେ କୌଣସି କାମକୁ ନେଇ ବିଚାର ବିମର୍ଶ କରିବାକୁ ପଡ଼ିପାରେ। ଆପଣଙ୍କ ଧ୍ୟାନ କାମକୁ ପୂରା କରିବାରରେ ଲାଗି ରହିବ। ବ୍ୟବସାୟୀଙ୍କୁ ଲାଭ ମିଳିବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

କନ୍ୟା: ପରିବାର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। କୌଣସି ବିଶେଷ କାମରେ ଆପଣଙ୍କୁ ସଫଳତା ମିଳିବ। ବନ୍ଧୁ ସହିତ ଘରେ ସିନେମା ଦେଖିବାର ଯୋଜନା କରିପାରନ୍ତି।

ତୁଳା: ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ। କୌଣସି ଦାୟିତ୍ବକୁ ଆପଣ ଅଣଦେଖା କରନ୍ତୁ ନାହିଁ। ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।  

ବିଛା: କୌଣସି କଥାକୁ ନେଇ ସଂଶୟରେ ରହିବେ। କୌଣସି ନୂଆ କାମ ଶିଖିବେ। ପରିବାର ଲୋକଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି। ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ।

ଧନୁ: ଆପଣଙ୍କ ଭଲ ବ୍ୟବହାର ସମାଜରେ ଭଲ ଦୃଷ୍ଟାନ୍ତ ବନାଇବାରେ ସାହାଯ୍ୟ କରିବ। କାମକୁ କରିବା ନୂଆ ପଦ୍ଧତି ଆପଣଙ୍କୁ ଲାଭ ଦେବ। ଠିକାଦାରଙ୍କୁ ଧନଲାଭ ହେବ। ସାଥୀ ଆପଣଙ୍କ ଭାବନାକୁ ବୁଝିବେ। ‌

ମକର: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଅବସର ପାଇବେ। ଭାଇ ଭଉଣୀର ପୂରା ସହଯୋଗ ପାଇବେ। କାହାରିକୁ ଧାର ଦେଇ ଥିବା ଅର୍ଥ ଫେରସ୍ତ ପାଇବେ। କୌଣସି ସହପାଠୀ ମନର କଥା ଆପଣଙ୍କୁ କହିବେ। ‌

କୁମ୍ଭ: ଅଫିସରେ ଫୋନ ବ୍ୟବହାର କମ୍ କରିବେ। କାହାରିକୁ ଧାର ଦେବା ପୂର୍ବରୁ ବିଚାର ବିମର୍ଶ କରନ୍ତୁ। ନୂଆ କାର୍ଯକରିବା ପାଇଁ ବିଚାର କରି ପାରନ୍ତି। ଜୀବନସାଥୀ ସହିତ ଧର୍ମକାର୍ଯ୍ୟରେ ମନ ଲଗାଇବେ। ‌

ମୀନ: ଆପଣଙ୍କୁ ନୂଆ ଉତ୍ସରୁ ଧନ ମିଳିବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିପାରେ। ବେପାରର ଭାଗୀଦାରରୁ ଆପଣଙ୍କୁ ଲାଭ ହୋଇପାରେ। ଘରକୁ କୁଣିଆ ଆସିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe