ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

hor

ମେଷ: ଅଫିସରେ ପରିଶ୍ରମ ଓ ମନୋଯୋଗରେ କାମ କରି ସଫଳ ହେବେ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ପ୍ରେମୀ ଯୁଗଳ ନିଜର ନାରାଜ ଥିବା ସାଥୀଙ୍କୁ ମନାଇବାରେ ସଫଳ ହେବେ। ‌

ବୃଷ: ଅଫିସରେ କାମ ସଂପୂର୍ଣ୍ଣ କରିବାରେ ସହକର୍ମୀଙ୍କର ସାହାଯ୍ୟ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଜୀବନସାଥୀ ସହ ବାହାରକୁ ବୁଲି ଯିବେ। କାରବାରରେ ଧନଲାଭ ହେବ। ‌

ମିଥୁନ: ଉନ୍ନତରେ ଲାଗି ରହିଥିବା ବାଧା ଦୂର ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଦୂରସ୍ଥାନକୁ ଯାଇପାରନ୍ତି। ସମାଜରେ ଲୋକେ ଆପଣଙ୍କ ବ୍ୟକ୍ତିତ୍ବରେ ଖୁସି ହେବେ। 

କର୍କଟ: ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଜୀବନସାଥୀ ସହ ସିନେମା ଦେଖିବେ। 

ସିଂହ: ଅଫିସରେ କତୃପକ୍ଷ ଆପଣଙ୍କ ଅଧୁରା କାମ ଦେଖି ଅସନ୍ତୁଷ୍ଟ ହୋଇପାରନ୍ତି। ରାଜନୀତିକ ଲୋକଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। 

କନ୍ୟା: କୌଣସି ଶୁଭ ଖବର ମିଳିବା ଯୋଗୁଁ ଘରେ ଖୁସିର ମାହୋଲ ରହିବ। ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ମତ ନିଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। 

ତୁଳା: କାମ ସଂପୂର୍ଣ୍ଣ କରିବା ଲାଗି ବନ୍ଧୁର ସାହାଯ୍ୟ ପାଇବେ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ପ୍ରିୟବନ୍ଧୁ ସଂହ ସାକ୍ଷାତ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ। 

ବିଛା: ଯେଉଁ କାମ କରିବା ପାଇଁ ଚିନ୍ତା କରିଛନ୍ତି ଅଧିକ ପରିଶ୍ରମ ଓ ଏକାଗ୍ରତା ସହ ସଂପୂର୍ଣ୍ଣ କରିଦେବେ। ବେପାରରେ ବକେୟା ଅର୍ଥ ପାଇବେ। ସୁନା ଗହଣା କିଣିବା ଲାଗି ଭାବିବେ। 

ଧନୁ: ନୂଆ କାମ ଆରମ୍ଭ କରନ୍ତୁ ଯଥେଷ୍ଟ ଲାଭ ହେବ। ନିକଟ ସଂପର୍କିୟ ଆପଣଙ୍କୁ ଭଲ ପରାମର୍ଶ ଦେବେ। ନବ ବିବାହିତ ନିଜର ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ। 

ମକର: ଲୋକମାନଙ୍କ ସହ ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। ନିଜ କାମରେ ମନୋଯୋଗ ଦିଅନ୍ତୁ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ପଦୋନ୍ନତିର ସୂଚନା ପାଇବେ। 

କୁମ୍ଭ: ଅନଲାଇନିରେ ଉପାର୍ଜନ ଲାଗି ସୁଯୋଗ ପାଇବେ। ରାଜନୀତିରେ ସଫଳତା ପାଇବେ। ଅଫିସରେ ଆପଣଙ୍କର ଭଲ ପ୍ରଦର୍ଶନ ଦେଖି କତୃପକ୍ଷ ପ୍ରଶଂସା କରିବେ। ପ୍ରେମ ସମ୍ବନ୍ଧ ମଧୁର ହେବ।‌‌ 

ମୀନ: ବ୍ୟବସାୟରେ ସାହସର ସହ କାମ କରନ୍ତୁ, ସଫଳ ହେବେ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe