ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ଆପଣଙ୍କର କିଛି ନୂଆ ବନ୍ଧୁ ହୋଇପାରନ୍ତି। ଆପଣଙ୍କ କାମରେ ଅଧିକାରୀ ବର୍ଗ ଖୁସି ରହିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। 

ବୃଷ: ନୂଆ କାମରେ ଭାଗ୍ୟର ସଂପୂର୍ଣ୍ଣରୂପେ ସହାୟତା ପାଇବେ। ଅଧିକାରୀମାନଙ୍କର ପ୍ରଶଂସା ଆପଣଙ୍କୁ ଉତ୍ସାହ ଦେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। 

ମିଥୁନ: କୌଣସି ନା କୌଣସି ସମସ୍ୟାର ସାମନା କରିବେ। କିଛି ଲୋକ ଆପଣଙ୍କୁ ସାହାଯ୍ୟ କରିବେ। କାରବାରରେ ଅଚାନକ ଧନଲାଭ ହେବ। ଜୀବନସାଥୀ ସହ ସମ୍ବନ୍ଧ ମଜଭୁତ ହେବ। 

କର୍କଟ: ଆପଣ ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ଘରୋଇ ସମସ୍ୟାର ସମାଧାନ ବାହାରିବ। ଘରୋଇ ଉଦ୍ୟୋଗରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। 

ସିଂହ: ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। କାମ ପ୍ରତି ଆପଣଙ୍କର ଏକାଗ୍ରତା ବଜାୟ ରହିବ। ଡ଼ାକ୍ତରଙ୍କର ଖ୍ୟାତି ସୁଦୂର ପ୍ରସାରୀ ହେବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ସହିତ ସମୟ ଅତିବାହିତ କରିବେ। 

କନ୍ୟା: ପୁଞି ବଜାରରେ ନିବେଶ ଲାଗି ଦିନଟି ଭଲ। କୌଣସି ଜରୁରୀ ବିଷୟରେ ପରିବାର ଲୋକଙ୍କ ସହିତ କଥା ହେବେ। ଚାକିରିଜୀବୀଙ୍କୁ ଭଲ ସୁଯୋଗ ମିଳିବ। ଅଳଙ୍କାର ବବସାୟୀଙ୍କୁ ଧନଲାଭ ହେବ। 

ତୁଳା: ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ କରିବେ। କୋର୍ଟ କଚେରି ମାମଲା ଠାରୁ ଦୂରରେ ରହନ୍ତୁ। ଅବିବାହିତଙ୍କର ବିବାହ ଲାଗି ଭଲ ପ୍ରସ୍ତାବ ଆସିବ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। 

ବିଛା: ଚକିରିଜୀବୀଙ୍କୁ ଉନ୍ନତିର ଅବସର ମିଳିବ। କାରବାରରେ ଲାଗି ରହିଥିବା ସମସ୍ୟାର ନିବାରଣ ହେବ। ଲେଖକଙ୍କ ଲାଗି ଭଲ ଦିନଟିଏ। ଛାତ୍ରଙ୍କୁ ଶିକ୍ଷକଙ୍କ ପୂରା ସହଯୋଗ ମିଳିବ। 

ଧନୁ: ସବୁ ସମସ୍ୟାର ସମାଧାନ ହେବ। ଜୀବନର ଆଗକୁ ବଢ଼ିବା ପାଇଁ ରାସ୍ତା ଖୋଲିବ। ଧର୍ମକାର୍ଯ୍ୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ହେବ। 

ମକର: ଆପଣଙ୍କର ପାଖ ଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିଦେବେ। ବିବାହିତଙ୍କ ଲାଗି ସ୍ଥିତି ଭଲ ରହିବ। ବ୍ୟବସାୟୀଙ୍କୁ ଲାଭ ହେବ। ଆପଣଙ୍କୁ ପଢ଼ିବା କ୍ଷେତ୍ରରେ ଲାଭ ମିଳିବା ଯୋଗ ରହିଛି। 

କୁମ୍ଭ: କାମର ବୋଝ ବଢ଼ିପାରେ। କାମରେ କିଛି ଲୋକ ସାହାଯ୍ୟ କରିବାକୁ ମନା କରିପାରନ୍ତି। ଘରର ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। 

ମୀନ: ମନର କୌଣସି ବଶେ‌ଷ ଆଶା ଆପଣଙ୍କ ଜୀବନସାଥୀ ପୂରା କରିବେ। ବ୍ୟବସାୟ କାମରେ ଅନ୍ୟରାଜ୍ୟକୁ ଯାଇପାରନ୍ତି। ନୂଆ ଲୋକଙ୍କ ସହିତ ମିଶନ୍ତୁ ଜୀବନରେ ପରିବର୍ତ୍ତନ ଆସିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe