ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଆପଣଙ୍କ ଲାଗି ଭଲ ଦିନଟିଏ। ଆପଣଙ୍କୁ ପ୍ରଚୁର ସମ୍ମାନ ପ୍ରାପ୍ତି ହେବ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିପାରନ୍ତି। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। 

ବୃଷ: କାହାରି ଉପରେ ଭରସା କରିବାରେ ନିବୃତ୍ତ ରୁହନ୍ତୁ। ଆପଣଙ୍କ ସମସ୍ୟାର ସମାଧାନ ବାହାରିବ। ଜୀବନସାଥୀ ସହିତ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ରଙ୍କୁ ଖୁସି ଖବର ମିଳିବ। 

ମିଥୁନ: ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ।ବେକାରଙ୍କୁ ରୋଜଗାର ମିଳିବାର ସମ୍ଭାବନା। ପ୍ରେମରେ ସଫଳତା ପାଇବେ। 

କର୍କଟ: ଆପଣଙ୍କର ସକାରାତ୍ମକ ଭାବନା ପାଇଁ ଆପଣଙ୍କୁ ଲାଭ ମିଳିବ। ପୁରୁଣା ବନ୍ଧୁ ସହିତ ମିଶିବା ପାଇଁ ମନରେ ଆଗ୍ରହ ବଢ଼ିବ।ଚାକିରିରେ ପଦୋନ୍ନତିର ସମ୍ଭାବନା। ପାରିବାରିକ ଜୀବନ ଶାନ୍ତିମୟ ହେବ। 

ସିଂହ: ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଆପଣଙ୍କ ଯୋଗାଯୋଗ ଲିଷ୍ଟରେ କିଛି ନୂଆ ଲୋକ ଯୋଡ଼ିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। 

କନ୍ୟା: ପରିବାର ସହିତ ଅଧିକ ସମୟ ବିତିବ। ବେପାରରେ ବୃଦ୍ଧି ହେବ। ନୂଆ କାମ କରିବା ପାଇଁ ଯୋଜନା କରିପାରନ୍ତି। ଅଫିସରେ ଆପଣଙ୍କ ପ୍ରଦର୍ଶନର କତୃପକ୍ଷ ଖୁସି ହେବେ। ପ୍ରେମ ଜୀବନ ଭଲ ରହିବ। 

ତୁଳା: ଆପଣଙ୍କୁ କିଛି ଏଭଳି ହାସଲ ହେବ ଯାହା ଦୀର୍ଘଦିନ ଅପେକ୍ଷାରେ ଥିଲେ। ପ୍ରସାଧନ ଦୋକାନୀଙ୍କ ଲାଗି ଦିନଟି ଭଲ ରହିବ। ଅଫିସରେ ସହକର୍ମୀଙ୍କ ସହଯୋଗରେ ଆରାମ ଅନୁଭବ କରିବେ। 

ବିଛା: ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ହୋଇପାରେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। 

ଧନୁ: କିଛି ନୂଆ କାମ କରିବା ପାଇଁ ବିଚାର କରିବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥା ଭଲଭାବେ ରଖିପାରିବେ। ଆୟରେ ବୃଦ୍ଧି ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। 

ମକର: ଜ୍ଞାନ ଓ ଭଲ ବିଚାରରେ ବୃଦ୍ଧି ହେବ। କୌଣସି ନୂଆ ଦାୟିତ୍ବ ଆପଣଙ୍କ ପାଖକୁ ଆସିପାରେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାର ସହିତ ଆନନ୍ଦପୂର୍ବକ ସମୟ ଅତିବାହିତ କରିବେ। 

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମିକ ପ୍ରେମିକା ବାହାରକୁ ବୁଲି ଯିବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। 

ମୀନ: କାମ ପାଇଁ ଚେଷ୍ଟାରେ ସଫଳ ହେବେ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ। ଆପଣଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଛାତ୍ରଙ୍କୁ ପଢ଼ିବା କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe