ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ କହିବେ। ବେପାରରେ ଯଥେଷ୍ଟ ଲାଭ ପାଇବେ। କୌଣସି ଜରୁରୀ ଅଧିବେଶନରେ ଯୋଗ ଦେବେ। ଭଉଣୀଙ୍କୁ କିଛି ଉପହାର ଦେଇପାରନ୍ତି।

ବୃଷ:-ଅଧିକ ସମୟ ଧାର୍ମିକ ଓ ଆଧ୍ୟାତ୍ମିକ ଗିତିବିଧିରେ ବ୍ୟସ୍ତ ରହିବେ। ନିଜର କାମକୁ ନେଇ ଯେତିକି ତନ୍ମୟତା ଓ ପରିଶ୍ରମ କରିବେ ସେହି ଅନୁରୂପ ପରିଣାମ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ।

ମିଥୁନ:-ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ। ସମାଜ କାମରେ ଯୋଗ ଦିଅନ୍ତୁ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। ରାଜନୀତିକ ଲୋକଙ୍କ ସହିତ ଲାଭଦାୟକ ସାକ୍ଷାତ ହେବ। ପ୍ରେମ ଜୀବନ ଭଲ ରହିବ।

କର୍କଟ:-କୌଣସି କଥାକୁ ନେଇ ଦ୍ବନ୍ଦରେ ରହିବେ। ପରିବାର ସହିତ ଚଳଚିତ୍ର ଦେଖିବାର ‌ଯୋଜନା କରିପାରନ୍ତ। ନୂଆ କୌଶଳ ଶିଖିବାର ବିଚାର କରି ପାରନ୍ତି। ଜୀବନସାଥୀ ଠାରୁ ଉପହାର ପାଇବେ। 

ସିଂହ:-ଅଫିସରେ କାମର ବୋଝ ବଢ଼ିପାରେ। ଆର୍ଥିକ ମାମଲାରେ କୌଣସି ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେବେ ଯାହା ଆପଣଙ୍କ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବ। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।  

କନ୍ୟା:-ଆପଣଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ ଚୁଟୁକିରେ ବାହାରି ଯିବ। ନିଜର ସଂପର୍କିୟ ଠାରୁ ବହୁମୂଲ୍ୟ ଉପହାର ପାଇବା ଯୋଗୁଁ ମନ ପ୍ରସନ୍ନ ରହିବ। ସରକାରୀ କାମରେ ଲାଭର ସମ୍ଭାବନା।

ତୁଳା:-ଆପଣଙ୍କ କାମରେ ରାଜନୀତିକ ସମ୍ବନ୍ଧରୁ ଲାଭ ହେବ। ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବାର ଅବସର ପାଇବେ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବା ଯୋଗ ଅଛି।

ବିଛା:-ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଜୀବନରେ ଭଲ ପରିବର୍ତ୍ତନ ପାଇଁ କିଛି ଭଲ ପରିବର୍ତ୍ତନ କରିବାକୁ ଚାହିଁବେ। ପରିବାରରେ ଧାର୍ମିକ କାର୍ଯ୍ୟର ଯୋଜନା ପ୍ରସ୍ତୁତ ହୋଇପାରେ। 

ଧନୁ:-ବଡ଼ ନିର୍ଣ୍ଣୟ ନେବା ପାଇଁ ଭଲ ଦନଟିଏ। କୌଣସି ନୂଆ ବ୍ୟବସାୟ ସଉଦା ପାଇଁ ସୁଯୋଗ ପାଇବେ। ପ୍ରତ୍ୟେକ ଛୋଟିଆ କଥା ଉପରେ ଅଧିକ ନଭାବିଲେ ଜୀବନ ସହଜ ହେବ। 

ମକର:-ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ମହିଳା ଜରୁରୀ ଅଧିବେଶ‌ନରେ ଯୋଗ ଦେବେ। ଧାର ପରିଶୋଧ କରିଦେବା ଯୋଗୁଁ ଚିନ୍ତା ସମାପ୍ତ ହେବ। ରାଜନୀତିକ ଲୋକଙ୍କ ଲାଗି ଦିନଟି ଅନୁକୂଳ ରହିବ। 

କୁମ୍ଭ:-ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରିଜୀବୀ ଅଧିକାରୀଙ୍କର ସାହାଯ୍ୟ ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଉତ୍ତମ। ପାରିବାରିକ ଜୀବନରେ ସୁଖୀ ରହିବେ। 

ମୀନ:-ଆପଣଙ୍କ ମନ ଘରୋଇ କାମଧନ୍ଦାରେ ଲାଗିବ। ବେପାରରେ ଲାଭ ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। କତୃପକ୍ଷ ଆପଣଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାକୁ କହିବେ। ବାଣୀ ଉପରେ ସଂଯମ ରଖନ୍ତୁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe