ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-ଆପଣଙ୍କ ଉପରେ ଭଗବାନଙ୍କର କୃପା ଦୃଷ୍ଟି ବଜାୟ ରହିବ। ପରୋପକାର କାର୍ଯ୍ୟରେ ସମୟ ବିତାଇବେ। କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ‌

ବୃଷ:-ଆପଣ କୌଣସି ପ୍ରକାର ଯାତ୍ରାରେ ଯାଇପାରନ୍ତି। କୌଣସି ବଡ଼ ଡ଼ିଲ୍ ଫାଇନାଲ ହେବ। ଯାହା ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଯିବ। ଆପଣଙ୍କ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ‌

ମିଥୁନ:-କୌଣସି କଥାକୁ ନେଇ ଆପଣଙ୍କ ମନ ବହୁତ ପ୍ରସନ୍ନ ରହିବ। ବ୍ୟର୍ଥ ଖର୍ଚ୍ଚ ପାଇଁ ବ୍ୟାଙ୍କ ବାଲାନ୍ସ କମ୍ ହେବ। ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଇସ୍ପାତ ବ୍ୟବସାୟୀଙ୍କର ବିକ୍ରୀ ବଢ଼ିବ।

କର୍କଟ:-ଜୀବନସାଥୀ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ। କୌଣସି ପରିଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ରହିବ। ଘରେ ଧର୍ମକାର୍ଯ୍ୟ କରିପାରନ୍ତି। 

ସିଂହ:-ଆପଣଙ୍କୁ ସମାଜରେ ମାନ ସମ୍ମାନ ମିଳିବ। ଆପଣଙ୍କ ମନ ଧାର୍ମିକ କାର୍ଯ୍ୟକ୍ରମରେ ଲାଗି ରହିବ। ଚାକିରିରେ ଆପଣଙ୍କୁ କିଛି ଭଲ ସୁଯୋଗ ମିଳିବ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ। 

କନ୍ୟା:-ଅଫିସରେ ଆପଣଙ୍କର କଠିନ ପରିଶ୍ରମ ଦେଖି କତୃପକ୍ଷ ଦରମା ବୃଦ୍ଧି କରିପାରନ୍ତି। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ। ଚାକିରି ପାଇଁ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ସନ୍ତୋଷଜନକ ଫଳ ପାଇବେ। 

ତୁଳା:-ଜମି ବ୍ୟବସାୟୀଙ୍କୁ ଅଧିକ ଲାଭ ହେବ। ମହିଳାମାନେ ନିଜ କାମରେ ବ୍ୟସ୍ତ ରହିବେ। ବ୍ୟର୍ଥ କଥାରେ ତର୍କ କରନ୍ତୁ ନାହିଁ। ସମାଜରେ ଆପଣଙ୍କର ଭଲ କାମ ପାଇଁ ଲୋକ ପ୍ରିୟତା ବଢ଼ିବ। 

ବିଛା:-ଅଧୁରା କାମ ସଂପୂର୍ଣ୍ଣ କରିସାରି ନୂଆ କାମ ଶୁଭାରମ୍ଭ କରିବେ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ପରିବାରରେ ଖୁସିର ବାତାବରଣ ରହିବ। ଆପଣଙ୍କ ଘରକୁ କୌଣସି ବନ୍ଧୁ ଆସିପାରନ୍ତି। 

ଧନୁ:-ଦିନଟି ଜୀବନରେ ନୂଆ ଦିଶା ନେଇ ଆସିବ। ଧ୍ୟାନ ଲଗାଇ କାମ କରନ୍ତୁ ଶୀଘ୍ର ସଫଳତା ପାଇବେ। ବ୍ୟବସାୟରେ ବର୍ତ୍ତମାନ ବ୍ୟବସ୍ଥା ଉଚିତ ବନାଇ ରଖିବେ। କାହାରି ସିହିତ ମିଶିବା ପାଇଁ ଦିନଟି ଭଲ। 

ମକର:-ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯାଇପାରନ୍ତି। ଅଧିକ ସଫଳତା ପାଇଁ ଆପଣ ପ୍ରୟାସ ଜାରି ରଖିବେ। ନବ ବିବାହିତ ଦମ୍ପତ୍ତି ବାହାରକୁ ବୁଲି ଯିବେ। 

କୁମ୍ଭ:-ଆପଣଙ୍କ କାମରେ ଧ୍ୟାନ କେନ୍ଦ୍ରିତ କରନ୍ତୁ କାମ ସଫଳ ହେବ। ଜମି ବ୍ୟବସାୟୀଙ୍କୁ ଲାଭ ହେବ। କ୍ରୀଡ଼ାକ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବା ଯୋଗ ରହିଛି। ଆପଣଙ୍କ ପିଲାଙ୍କୁ ଉପହାର ଦେବେ। 

ମୀନ:-ସମାଜରେ ଆପଣଙ୍କ କାମର ପ୍ରଶଂସା ହେବ। ଆପଣଙ୍କ ମନ ସ୍ବଚ୍ଛ ରହିବ। ଘ‌ରେ କୌଣସି ଧର୍ମାନୁଷ୍ଠାନ ହୋଇପାରେ। ସୁସମ୍ବାଦ ପାଇବେ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe