ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: କାର୍ଯ୍ୟକ୍ଷେତ୍ରରେ ନିଜ ଅନୁଭବର ଭଲ ସଫଳତା ହାସଲ କରିବେ। ସଙ୍ଗୀତ ଛାତ୍ରଛାତ୍ରୀଙ୍କୁ ନୂଆ ଅବସର ମିଳିବ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ‌

ବୃଷ: ପୂରା ଦିନ ଶକ୍ତିବାନ ରହିବେ। ବେପାର ସଂପର୍କିତ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ଯାହା ଦ୍ବାରା ଆପଣଙ୍କର ଆୟର ଉତ୍ସ ଖୋଲିବ। ଜୀବନସାଥୀ ସହିତ କୌଣସି ମନ ପସନ୍ଦ ଜାଗାକୁ ବୁଲି ଯିବେ। ‌

ମିଥୁନ: ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ। ଆପଣଙ୍କୁ କୌଣସି ନୂଆ ପ୍ରୋଜେକ୍ଟ ମିଳିବା ଯୋଗ ଅଛି। ଆପଣଙ୍କର ବିନମ୍ରତାପୂର୍ଣ୍ଣ ବ୍ୟବହାରରେ ଘରର ବାତାବରଣ ସକାରାତ୍ମକ ରହିବ। ‌

କର୍କଟ: କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ପାଇବେ। ଧାର୍ମିକ କାର୍ଯ୍ୟରେ ମନ ଖୁବ୍ ଲାଗିବ। ଚାକିରିରେ ଯଥେଷ୍ଟ ସଫଳତା ପାଇବେ। ବେପାରୀଙ୍କୁ ଧନଲାଭ ହେବାର ଯୋଗ ଅଛି। ‌

ସିଂହ: ପାରିବାରିକ ବାତାବରଣ ସୁଖଦ ରହିବ। ବେପାର ସଂପର୍କିତ ଗୋପନ କଥା କାହାରିକୁ ଜଣାନ୍ତୁନାହିଁ। ଆପଣଙ୍କ ପ୍ରେମପୂର୍ଣ୍ଣ ବ୍ୟବହାରରେ ଦାମ୍ପତ୍ୟ ଜୀବନର ସମସ୍ୟା ସମାପ୍ତ ହେବ। ‌

କନ୍ୟା: ଆପଣଙ୍କର ସବୁ କାମ ସଫଳତାପୂର୍ବକ ସଂପନ୍ନ ହେବ। ସହକର୍ମୀଙ୍କ ମଧ୍ୟରେ ଆପଣଙ୍କର ପ୍ରଭାବ ବଢ଼ିବ। ନିଜର କ୍ରୋଧ ଓ ବିରକ୍ତି ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରେ କୌଣସି ଶୁଭ କାର୍ଯ୍ୟ ସଂପନ୍ନ ହେବ।‌

ତୁଳା: ଆପଣଙ୍କର ଆସ୍ଥା ଧର୍ମକାର୍ଯ୍ୟରେ ବଢ଼ିବ। ବେପାରୀଙ୍କୁ ଯଥେଷ୍ଟ ଲାଭ ମିଳିବାର ଯୋଗ ଅଛି। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବା ଯୋଗୁଁ ମନୋବଳ ଉଚ୍ଚା ରହିବ। ‌

ବିଛା: କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଆପଣ ପ୍ରସ୍ତୁତ କରିଥିବା ଯୋଜନା ଫଳପ୍ରଦ ସାବ୍ୟସ୍ତ ହେବ। ଭଲ ଧନ ଅର୍ଜନ କରିବାରେ ସଫଳ ହେବେ। ‌

ଧନୁ: କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ। ତୀର୍ଥ ଯାତ୍ରାରେ ଯାଇପାରନ୍ତି। ଜୀବନସାଥୀ ସହିତ ତାଳମେଳ ବଜାୟ ରଖନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପ୍ରେମ ଜୀବନ ଭଲ ରହିବ। ‌

ମକର: ଚାକିରି କ୍ଷେତ୍ରରେ ସ୍ଥିତି ପୂର୍ବ ଅପେକ୍ଷା ବହୁତ ଭଲ ହେବ। ଆମଦାନି ପାଇଁ ଭଲ ଅବସର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ‌

କୁମ୍ଭ: ମାନସିକ ରୂପେ ସୁସ୍ଥ ରହିବେ। ବ୍ୟବସାୟରେ ବିସ୍ତାର ସହିତ ଆୟର ଉତ୍ସ ବିକଶିତ ହେବ। ପରିବାରରେ ଆପୋସୀ ସହଯୋଗର ଭାବନା ରହିବ। ମ୍ୟାନଜେମେଣ୍ଟ ଛାତ୍ରଛାତ୍ରୀଙ୍କୁ ନୂଆ ଖବର ମିଳିବ।

ମୀନ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହିତ ଭଲ ବ୍ୟବହାର ଆପଣଙ୍କ ସଫଳତାରେ ସହାୟକ ହେବ। ଲିଖନ କ୍ଷେତ୍ରରେ ଥିବା ‌ଲୋକ ଶୁଭ ଖବର ପାଇବେ। ଜୀବନସାଥୀର ଭାବନା ଉପରେ ଧ୍ୟାନ ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe