ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଆପଣଙ୍କ ମନ ଆଧ୍ୟାତ୍ମିକ ଆଡ଼କୁ ଢ଼ଳି ରହିବ। ବଡ଼ଙ୍କର ଆଶୀର୍ବାଦ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ।

ବୃଷ: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଯୋଜନା କରିବେ। ଆପଣଙ୍କର ସାକ୍ଷାତ କୌଣସି ବାଲ୍ୟବନ୍ଧୁ ସହିତ ହେବ। ଆମୋଦ ପ୍ରମୋଦରେ ଅଧିକ ମନ ଲାଗିବ। ମନରେ କୌଣସି କାହାଣୀ ଲେଖିବାର ବିଚାର ଆସିବ।‌

ମିଥୁନ: କୌଣସି ସଂପତ୍ତିର ସଉଦା ତରବରିଆରେ କରନ୍ତୁ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ଲୋକ ବଡ଼ ନେତାଙ୍କ ସହିତ ମିଶିବାର ଅବସର ପାଇବେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ‌

କର୍କଟ: ଦିନଟି ନିଶ୍ଚିତରୂପେ ଫଳଦାୟୀ ହେବ। ଶିକ୍ଷାରେ ଲାଗି ରହିଥିବା ବାଧା ଦୂର ହେବ। ଧାର୍ମିକ କାର୍ଯ୍ୟ ପ୍ରତି ଆସ୍ଥାରେ ଆଗକୁ ବଢ଼ିବେ। ଆପଣଙ୍କର ସାକ୍ଷାତ କିଛି ନୂଆ ଲୋକଙ୍କ ସହିତ ହେବ। ‌

ସିଂହ: ଏକରୁ ଅଧିକ ଉତ୍ସରୁ ଧନ ପାଇବେ। ଶାସକ ଓ ପ୍ରଶାସକ ମାମଲାରେ ଆପଣ ସାବଧାନ ଅବଲମ୍ବନ କରନ୍ତୁ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ। ‌

କନ୍ୟା: ଦିନଟି ପରିବାର ପାଇଁ ଖୁସି ନେଇ ଆସିବ। ମହିଳାମାନଙ୍କ ଲାଗି ଦିନଟି ବହୁତ ଭଲ ରହିବ। ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ପ୍ରତିଯୋଗୀତା ଛାତ୍ରଛାତ୍ରୀ ପ୍ରସ୍ତୁତି ଜାରି ରଖନ୍ତୁ। ‌

ତୁଳା: ଦିନଟି ବ୍ୟସ୍ତତାରେ କଟିବ। କତୃପକ୍ଷ ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ପ୍ରଦାନ କରିବେ। ଖୋଳାଳୀମାନେ ଅଧିକ ସମୟ ଅଭ୍ୟାସ କରିବେ। କୌଣସି ବନ୍ଧୁ ଆପଣଙ୍କ ଘରକୁ ନିମନ୍ତ୍ରଣ ଦେବା ପାଇଁ ଆସିବେ। 

ବିଛା: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ସମାଜରେ ଆପଣଙ୍କ କାମ ପାଇଁ ପ୍ରଶଂସା ହୋଇପାରେ। ଅଫିସରେ ଉଚ୍ଚାଧିକାରୀଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ।

ଧନୁ: କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। କୌଣସି ପରିଜନଙ୍କ ଠାରୁ ଖୁସି ଖବର ପାଇବେ। ନିଜର ଶକ୍ତିକୁ ଭଲ କାମରେ ଲଗାନ୍ତୁ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। 

ମକର: ଆପଣ କୌଣସି କାମକୁ ନେଇ ଉତ୍ସାହିତ ରହିବେ। କିଛି ବିଚାର ବଳିଷ୍ଠ ଓ ସୃଜାନାତ୍ମକ ହେବ। ପରିବାରରେ ସବୁ ଲୋକ କୌଣସି ସମାରୋହରେ ସାମିଲ ହେବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦିଅନ୍ତୁ।

କୁମ୍ଭ: କାନୁନ ମାମଲାରେ ଅସ୍ଥିର ହୁଅନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଭବିଷ୍ୟତରେ ଆସିବାକୁ ଥିବା ଅଶାନ୍ତିରୁ ରକ୍ଷା ପାଇବେ। ନିଜର କାମକୁ ସାମାନ୍ୟ ଗତିରେ ପୂରା କରିବେ। ପ୍ରେମ ସମ୍ବନ୍ଧ ମଧୁର ହେବ। 

ମୀନ: କାହାରିକୁ ଦେଇ ଥିବା ଧାର ଫେରସ୍ତ ପାଇବେ। ପରିଜନଙ୍କ ସହିତ କୌଣସି ଧାର୍ମିକ ଯାତ୍ରାରେ ଯିବେ। ମହତ୍ବପୂର୍ଣ୍ଣ ନିର୍ଣ୍ଣୟ ଭାବିଚିନ୍ତି ନିଅନ୍ତୁ। ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe