ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-ଆତ୍ମବିଶ୍ବାସ ବଢ଼ିବ। ବନ୍ଧୁ ସାହାଯ୍ୟ କରିବେ। ଅନେକ ସାଧନରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ। 

ବୃଷ:-ଚାକିରି ବଦଳାଇବା ପାଇଁ ପ୍ରୟାସ କରିବେ। ଏଥିରେ ସଫଳତା ମଳିବାର ସମ୍ଭାବନା। ବେପାରରେ ଉନ୍ନତି ହେବା ଯୋଗୁଁ ମନ ପ୍ରସନ୍ନ ରହିବ। ଜୀବନସାଥୀ ସହଯୋଗରେ ଘରର ଦାୟିତ୍ବ ପୂରା କରିବେ। 

ମିଥୁନ:-ନିଜ ପ୍ରୟାସରେ ଭଲ ଧନ ଅର୍ଜନ କରିବାରେ ସଫଳ ହେବେ। ସନ୍ତାନ କୌଣସି ବଡ଼ ଶିକ୍ଷା ସଂସ୍ଥାରେ ନାମ ଲେଖାର ଖବର ପାଇବେ। ବନ୍ଧୁ ସହିତ ସମୟ ଅତିବାହିତ କରିବେ।  ‌

କର୍କଟ:-କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ହେବ। ନିଜ ପ୍ରୟାସରେ କାର୍ଯ୍ୟରେ ସଫଳତା ପାଇବେ। ଅଚାନକ ଧନଲାଭର ଉତ୍ସ ପାଇବେ। ଅଫିସର କାମର କାରଣ ବ୍ୟସ୍ତ ରହିବେ। 

ସିଂହ:-ଦିନଟି ମଙ୍ଗଳମୟ ରହିବ। କାର୍ଯ୍ୟକ୍ଷେତ୍ରରେ ବିରୋଧୀ କିଛି ସମସ୍ୟା ଛିଡ଼ା କରାଇବେ। ଆପଣଙ୍କ ଏକାଗ୍ରତା ଆପଣଙ୍କୁ ସଫଳତା ଆଣିଦେବ। ସ୍ବଭାବରେ ଟିକେ ବିନମ୍ରତା ଆଣନ୍ତୁ।

କନ୍ୟା:-ଦୀର୍ଘ ଦିନରୁ ଅଟକିଥିବା କାମ ପୂରା ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। ବନ୍ଧୁମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ। କିଛି ଲୋକ ଭାଗୀଦାରିରେ ବେପାର କରିବେ। 

ତୁଳା:-ବେପାରରେ ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଶତ୍ରୁପକ୍ଷ ଆପଣଙ୍କୁ ଅଶାନ୍ତି କରିବା ପାଇଁ ବିଫଳ ପ୍ରୟାସ କରିବେ। ଶିକ୍ଷକଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ।

ବିଛା:-ନିଜ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ସାମାଜିକ ଉତ୍ସବରେ ଅଂଶ ଗ୍ରହଣ କରିପାରନ୍ତି। ସମାଜରେ ମାନ ସମ୍ମାନ ପ୍ରାପ୍ତି ହେବ। ପାରିବାରିକ ଜୀବନରେ ଖୁସି ଆସିବ। 

ଧନୁ:-କାର୍ଯ୍ୟକ୍ଷେତ୍ରରେ ନିଜର ଯୋଗ୍ୟତା ଦେଖାଇବାରେ ମଉକା ପାଇବେ। ଅଫିସରେ କାମ ବଢ଼ିପାରେ। ବିବାଦ ଠାରୁ ଦୂରରେ ରହନ୍ତୁ। ସନ୍ତାନକୁ ନେଇ ଚିନ୍ତା ଦୂର ହେବ। ଜମି କିଣିବାରେ ସଫଳ ହେବେ। 

ମକର:-ଦିନଚର୍ଯ୍ୟ‌ା ପରିବର୍ତ୍ତନ କରିବେ। ନିର୍ଣ୍ଣୟ ନେବାର କ୍ଷମତା ମଜଭୁତ ହେବ। ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସମୟ ବାହାର କରିବେ। ବ୍ୟବସାୟୀ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ।

କୁମ୍ଭ:-ଚାକିରିରେ ପଦୋନ୍ନତିର ପ୍ରତୀକ୍ଷା ସମାପ୍ତ ହେବ। ଘରେ ସୁଖ ସୁବିଧା ବୃଦ୍ଧି ହେବ। ଖୁସି ଖବର ପାଇବେ। ଆର୍ଥିକ ଲାଭର ସ୍ଥିତି ସୃଷ୍ଟି ହେବ। ଘନିଷ୍ଠ ବନ୍ଧୁଙ୍କ ସହ ମିଶିବା ପାଇଁ ତାଙ୍କ ଘରକୁ ଯିବେ। 

ମୀନ:-କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବେଶରେ କାମ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ଜୀବନସାଥୀ ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଅନଲାଇନିରେ କାମ ଆରମ୍ଭ କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe