ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-ପୂର୍ବରୁ କରିଥିବା ନିବେଶରୁ ଭଲ ଲାଭ ପାଇବେ। ନୂଆ ଗାଡ଼ି କିଣିବାର ସପନ ପୂରା ହେବ। ପରିବାର ଲୋକ ଆପଣଙ୍କ କଥାର ପୂରା ମାନ ରଖିବେ। ସ୍ବାସ୍ଥ୍ୟ ସମ୍ବନ୍ଧ‌ରେ ସଚେତନ ରୁହନ୍ତୁ। 

ବୃଷ:-ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଖେଳ ଜଗତ ସହ ଯୋଡ଼ି ରହିଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାର ଲୋକ ଆପଣଙ୍କ କାମରେ ସହଯୋଗ କରିବେ। 

ମିଥୁନ:-ଦିନଟି ବ୍ୟସ୍ତତା ଭରା ରହିବ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବା ପାଇଁ ଭାବିବେ। କୌଣସି ଜରୁରୀ କାମରେ ଯିବାକୁ ଥିବା ଯାତ୍ରା ସୁଖଦ ରହିବ। ଛାତ୍ରଛାତ୍ରୀ ସଫଳତା ପାଇବେ। 

କର୍କଟ:-ଅଫିସରେ ସହଯୋଗୀ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ। ନୂଆ ଯୋଜନା ଉପରେ କାମ ଆରମ୍ଭ କରିପାରନ୍ତି। ଆର୍ଥିକ ସମସ୍ୟା ଦୂର ହେବ। ବ୍ୟବସାୟ ଆଗକୁ ବଢ଼ାଇବା ସଂପର୍କରେ ଭାବିବେ।

ସିଂହ:-ଅଟକିଥିବା କାମ ସଂପୂର୍ଣ୍ଣ ହେବା ଯୋଗୁଁ ମାନସିକ ଶାନ୍ତି ପାଇବେ। ଆପଣ ନିଜ ଅହଂକାର ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ଭାଇ ଭଉଣୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। 

କନ୍ୟା:-ଅଚାନକ ଧନଲାଭ ହେବା ଯୋଗୁଁ ଜରୁରତ ସାମଗ୍ରୀ କିଣିବେ। ଦାମ୍ପତ୍ୟ ଜୀବନରେ ଆହୁରି ମଧୁରତା ଆସିବ। ଛାତ୍ରଛାତ୍ରୀ ପ୍ରତିଯୋଗୀତା ପରୀକ୍ଷାରେ ସଫଳତା ପାଇବେ। 

ତୁଳା:-କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଦର୍ଶନରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀ ଖୁସି ରହିବେ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ପରିବାରରେ ସମସ୍ତେ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। 

ବିଛା:-ଆର୍ଥିକ ସ୍ଥିତି ମଜଭୁତ ବଜାୟ ରହିବ। ଶତ୍ରୁପକ୍ଷ ଆପଣଙ୍କ ଯୋଜନାରେ ପ୍ରଭାବିତ ହେବେ। ଜୀବନରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ଛାତ୍ରଛାତ୍ରୀ ପରିଶ୍ରମର ଭଲ ପରିଣାମ ପାଇବେ। 

ଧନୁ:-ଆପଣଙ୍କ ବିନମ୍ର ସ୍ବଭାବର ପ୍ରଶଂସା ହେବ। ଅଯଥା କଥାଠୁ ଦୁରରେ ରୁହନ୍ତୁ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଆପଣଙ୍କ ମନ ପସନ୍ଦ କାମ ପୂରା କରିବାରେ ସଫଳ ହେବେ। 

ମକର:-କୌଣସି ବ୍ୟକ୍ତିଙ୍କ ଉପରେ ପ୍ରତିଶୋଧର ଭାବନା ରଖନ୍ତୁ ନାହିଁ। ଅଫିସରେ ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କୁ ମନର କଥା କହିବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। 

କୁମ୍ଭ:-ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ରାଜନୀତିରେ ସଫଳତା ପାଇବେ। ଅବିବାହିତଙ୍କର ଲାଗି ରହିଥିବା ବିବାହ କଥା ଆଗକୁ ବଢ଼ିବ। ଛାତ୍ରଛାତ୍ରୀ ନିଜର ଲେଖାପଢ଼ାରେ ପୂରା ଧ୍ୟାନକେନ୍ଦ୍ରୀତ କରନ୍ତୁ। 

ମୀନ:-ଅର୍ଥର ଉପଯୋଗ ଠିକ୍ ଉପାୟରେ କରିବେ। ଆପଣଙ୍କ ପଦବି ଓ ଆୟ ବଢ଼ାଇବା ପାଇଁ ଅବସର ପାଇବେ। କଠିନ କାମକୁ ପୂରା ନିଶ୍ଚୟ ମନରେ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe