ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-କାରବାରରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। କୌଣସି କଥାକୁ ନେଇ ସଂଶୟରେ ଥିଲେ ବନ୍ଧୁଙ୍କୁ ଜଣାନ୍ତୁ ସବୁ ଠିକ୍ ହୋଇଯିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସମସ୍ୟା ଅନ୍ତ ହେବ। ପ୍ରେମ ଜୀବନ ଭଲ ରହିବ। 

ବୃଷ:-ନୂଆ କାର୍ଯ୍ୟ ପାଇଁ ଆଗ୍ରହ ବଢ଼ିବ। ଅର୍ଥ ସମ୍ବନ୍ଧୀୟ ବିଷୟରେ ଆପଣଙ୍କୁ ସଫଳତା ମିଳିବ। କୌଣସି ବିଶେଷ ଜାଗାରେ ଆପଣଙ୍କର ପ୍ରଶଂସା ହେବ। ପରିବାରରେ ଖୁସିର ଆଗମନ ହେବ। 

ମିଥୁନ:-ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପ୍ରଭାବିତ କରିପାରେ। ବ୍ୟବସାୟରେ ଉନ୍ନତି ହେବ। ବନ୍ଧୁ ଆପଣଙ୍କୁ ଆର୍ଥିକ ସାହାଯ୍ୟ ମାଗି ପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ‌ 

କର୍କଟ:-କାରବାର ଦ୍ରୁତଗତିରେ ବୃଦ୍ଧି ହେବ। କମିସନି କାମ କରୁଥିବା ଲୋକଙ୍କୁ ସାବଧାନ ରହିବାକୁ ହେବ। ଅବିବାହିତଙ୍କ ଲାଗି ବିବାହର ଭଲ ପ୍ରସ୍ତାବ ଆସିବ। ଛାତ୍ରଙ୍କ ଲାଗି ସଫଳତାର ନୂଆ ଦ୍ବାର ଖୋଲିବ। 

ସିଂହ:-ନୂଆ ବିଚାର ଆସିବ। ଜୀବନକୁ ସୁନ୍ଦର କରିବା ଲାଗି ଚେଷ୍ଟା କରିବେ। ଏକାଗ୍ରତାରେ କରୁଥିବା କାମର ସଫଳ ହେବେ। ଚାକିରିଜୀବୀଙ୍କୁ ଆର୍ଥିକ ଲାଭ ହେବାର ସମ୍ଭାବନା। ‌ 

କନ୍ୟା:-ଆପଣଙ୍କର ସକାରାତ୍ମକ ଚିନ୍ତା ଆପଣଙ୍କୁ ଲାଭ ଦେବ। ବ୍ୟବସାୟୀଙ୍କୁ ନୂଆ ଉତ୍ସ ମିଳିବ। ଅଫିସରେ ଆପଣଙ୍କର ପ୍ରଦର୍ଶନ ପ୍ରଶଂସନୀୟ ହେବ। କୋର୍ଟ କଚେରି ମାମଲାରେ ଆରାମ ପାଇବେ।

 ତୁଳା:-କୌଣସି କଥା ବୁଝିବାରେ ଭୁଲ ହୋଇପାରେ। ଅର୍ଥ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଜୀବନସାଥୀ ସହଯୋଗରେ କୌଣସି କାମର ସଫଳତା ପାଇବେ। ଦୁଇ ଚକିଆ ଯାନ ସାବଧାନତାର ସହ ଚଳାନ୍ତୁ। ‌

ବିଛା:-ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଜୀବନସାଥୀ ସହ ସମ୍ବନ୍ଧ ମଜଭୁତ ହେବ। 

ଧନୁ:-ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ। ଯେଉଁମାନେ ଜମି କିଣିବା ପାଇଁ ଭାବୁଛନ୍ତି ସେମାନଙ୍କୁ ଲାଭର ସଉଦା ମିଳିବ। ଆପଣଙ୍କ ବିରୋଧୀ ଆପଣଙ୍କ ଠାରୁ ଦୂରତ୍ବ ବଜାୟ ରହିବେ। 

ମକର:-ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ସୁସମ୍ବାଦ ପାଇବେ। ବେକାରଙ୍କୁ ଭଲ ରୋଜଗାରର ସୁଯୋଗ ମିଳିବ। ଚାକିରିଜୀବୀ ଚାକିରି ବଦଳାଇବା ପାଇଁ ଭାବିବେ। ଦାମ୍ପତ୍ୟ ଜୀବନରେ ନୂତନତ୍ବ  ଆସିବ। 

କୁମ୍ଭ:-ସରକାରୀ କାମରେ କୌଣସି ବଡ଼ ଲୋକଙ୍କ ସାହାଯ୍ୟ ପାଇବେ। କୃଷି କ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ସଂଚାର ହେବ। ଡ଼ାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ। 

ମୀନ:-ଆପଣଙ୍କ ମନ ପ୍ରସନ୍ନ ରହିବ। କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢ଼ାଳି କାମ କରିବେ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଘରୋଇ ସାମଗ୍ରୀ କିଣିବା ପାଇଁ ସହରକୁ ଯିବେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe