ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-ଚାକିରିଜୀବୀଙ୍କ ଲାଗି ଦିନଟି ଲାଭକାରୀ ରହିବ। ଆପଣଙ୍କ ଭଲ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ବେପାରରେ ଉନ୍ନତ ହେବ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବାର ମଉକା ପାଇବେ। 

ବୃଷ:-ଭଗ୍ୟର ସହଯୋଗ ପାଇବା ପାଇଁ ଟିକେ ବିଳମ୍ବ ହୋଇପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ସମାରୋହକୁ ଯାଇପାରନ୍ତି। ଚାକିରି କରିବା ପାଇଁ ନୂଆ ଅବସର ପାଇବେ। ପ୍ରେମ ସମ୍ବନ୍ଧ ମଧୁର ହେବ। 

ମିଥୁନ:-ପରିଶ୍ରମ, ଧୈର୍ଯ୍ୟ ଓ ବୁଦ୍ଧିବଳରେ କାମକୁ କରିନେବେ। ଚୁକ୍ତିବଦ୍ଧ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି। ଆପଣଙ୍କ ଠାରୁ ବଡ଼ ଓ ଅନୁଭବୀଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ ଭଲ ହେବ। 

କର୍କଟ:- ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ। ସ୍ବାସ୍ଥ୍ୟ ସଂପୂର୍ଣ୍ଣରୂ‌ପେ ଆପଣଙ୍କୁ ସାଥ୍ ଦେବ। ସନ୍ଧ୍ୟାରେ ଜୀବନସାଥୀ ସହିତ ବାହାରକୁ ବୁଲିଯିବା ଏବଂ ଭୋଜନ କରିବାରେ ଆପଣଙ୍କୁ ଶାନ୍ତି ମିଳିବ। 

ସିଂହ:-ପୁରୁଣା କଥାକୁ ନେଇ ଅଧିକ ଭାବନ୍ତୁ ନାହିଁ। ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସାମାଜିକ ସ୍ତରରେ ବହୁତ ସକ୍ରିୟ ରହିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ବୁଝିବେ। 

କନ୍ୟା:-ଶାନ୍ତିରେ କାମକୁ ସମାପ୍ତ କରିବାରେ ଚେଷ୍ଟା କରିବେ। ଅନ୍ୟମାନଙ୍କ ଭାବନାକୁ ବୁଝିବାରେ ସଫଳ ହେବେ। ଆପଣଙ୍କ ସନ୍ତାନର ଉନ୍ନତି ଯୋଗୁଁ ଖୁସି ହେବେ। ଭାଷାରେ ମଧୁରତା ରଖନ୍ତୁ ଆପଣଙ୍କ ଲାଗି ଭଲ ହେବ। 

ତୁଳା:-ଆର୍ଥିକରୂପେ ବନ୍ଧୁ ଠାରୁ ସାହାଯ୍ୟ ପାଇବେ। ଜୀବନରେ ଆଗକୁ ବଢ଼ିବେ। ଉଚିତ ଭୋଜନ ଉପରେ ଧ୍ୟାନ ଦିଅନ୍ତୁ। କ୍ୟାରିୟରରେ ଆପଣଙ୍କ ଗୁରୁଙ୍କର ସହଯୋଗ ପାଇବେ। 

ବିଛା:-ଜୀବନସାଥୀଙ୍କ ଭଲ ପରାମର୍ଶରେ ଉପାର୍ଜନ ଲାଗି ନୂଆ ମାର୍ଗ ପାଇବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁ ସହିତ କୌଣସି କଥା ଉପରେ ବିଚାର ବିମର୍ଶ କରିବେ। 

ଧନୁ:-ଘର ପରିବାରରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ ହେବ। ମେଡ଼ିକାଲ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କଳା ଛାତ୍ରଛାତ୍ରୀ ପରିଶ୍ରମର ସୁଫଳ ପାଇବେ।

ମକର:-ଅଫିସରେ ସମସ୍ତଙ୍କ ସହିତ ଭଲ ସଂପର୍କ ରହିବ। ସାମାଜିକ ଗତିବିଧିରେ ଯୋଗଦାନ ‌ଦେବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। ଗାଡ଼ି କିଣିବା ପାଇଁ ବାପାଙ୍କ  ସହିତ କଥା ହେବେ। 

କୁମ୍ଭ:-ସଠିକ୍ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଆଣିବାର ସଫଳ ହେବେ। ସାମାଜିକ ସ୍ତରରେ ଲୋକଙ୍କ ସାହାଯ୍ୟ ମିଳିବା ହେତୁ ଆଗକୁ ବଢ଼ିବେ। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ‌ଯୋଜନା କରିବେ। 

ମୀନ:-ବେପାରରେ କ୍ଷେତ୍ରରେ ଟିକେ ବାଧା ପରେ ଲାଭ ପାଇବେ। କ୍ୟାରିୟରରେ ବଡ଼ ସଫଳତା ହାସଲ କରିବେ। ସାମାଜିକ ପରିସର ଓ ସମ୍ମାନରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe