ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ସାମାଜିକ ସଂଗଠନ କ୍ଷେତ୍ରରେ ଥିବା ଲୋକଙ୍କର ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଜୀବନସାଥୀ ସହ ସମ୍ବନ୍ଧ ଭଲ ହେବ। ଛାତ୍ରଙ୍କୁ ଉତ୍ତମ ପରିଣାମ ହାସଲ ହେବ।   

ବୃଷ:-ଆପଣଙ୍କ ପାଖକୁ ଏଭଳି କାମ ଆସିବ ଯାହା ଦ୍ବାରା ଧନଲାଭ ହେବ। ଜୀବନସାଥୀ ଆପଣଙ୍କର କୌଣସି ଇଚ୍ଛା ପୂରା କରିବେ। ଘର ମରାମତି ପାଇଁ ଦିନଟି ଶୁଭ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସମସ୍ୟା ଅନ୍ତ ହେବ। 

ମିଥୁନ:-ବ୍ୟବସାୟରେ ସାହସର ସହ କାମ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାରରେ ଦାୟିତ୍ବ ବଢ଼ିବ। ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଲୋକମାନଙ୍କ ସହ ତାଳମେଳ ବନାଇ ରଖନ୍ତୁ। 

କର୍କଟ:-କାହାରିକୁ କୌଣସି କଥା ବୁଝାଇବାରେ ଭୁଲ ହୋଇପାରେ। ଧ୍ୟାନକେନ୍ଦ୍ରିତ କରି ନିଜର କାମ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ। ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ।‌ 

ସିଂହ:-ଆପଣଙ୍କ ଧ୍ୟାନ ଆଧ୍ୟତ୍ମିକ ଦିଗକୁ ରହିବ। ବ୍ୟବସାୟରେ ଉନ୍ନତି ହେବ। ସୁସମ୍ବାଦ ପାଇବେ। ଅଫିସରେ ନୂଆ କାମର ଦାୟିତ୍ବ ମିଳିପାରେ। ପ୍ରେମ ସମ୍ବନ୍ଧରେ ମଧୁରତା ବଜାୟ ରହିବ। 

କନ୍ୟା:-ଚାକିରି ବ୍ୟବସାୟରେ ସଫଳତା ପାଇବେ। ଧନଲାଭର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ଦୂରତ୍ବ ସମାପ୍ତ ହେବ। ମହିଳାମାନେ ଜିନିଷ କିଣିବା ଲାଗି ସହରକୁ ଯାଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। 

ତୁଳା:-ସକାରାତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ। ବାଲ୍ୟବନ୍ଧୁ ସହ ସାକ୍ଷାତ ହେବ। ବାହାରକୁ ବୁଲି ଯିବା ପାଇଁ ଯୋଜନା କରିବେ। 

ବିଛା:-କାମ ପ୍ରତି ଆପଣ ସକ୍ରିୟ ରହିବେ। ଆର୍ଥିକ ପକ୍ଷ ମଜଭୁତ ହେବ। ଅନାବଶ୍ୟକ ଭ୍ରମଣ ବର୍ଜନ କରନ୍ତୁ। ଜୀବନସାଥୀ ସହ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କୁ ଲେଖାପଢ଼ାରେ ସିନିୟରଙ୍କର ସାହାଯ୍ୟ ମିଳିବ। 

ଧନୁ:-ବାପା ମାଆଙ୍କର ସହଯୋଗ ପାଇବେ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ସମାଜିକ କାର୍ଯ୍ୟରେ ସମୟ ଦେବେ। ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ। କିଛି ନୂଆ ଶିଖିବାର ମଉକା ପାଇବେ। 

ମକର:-କ୍ୟାରିୟର ଲାଗି ଦିନଟି ବହୁତ ଭଲ। ଆପଣଙ୍କ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। 

କୁମ୍ଭ:-ଜୀବନରେ ନୂଆ ମୁକାମ ହାସଲ କରିବେ। ବ୍ୟବସାୟରେ ବକେୟ‌ା ଅର୍ଥ ପାଇବେ। ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। ଘରେ ସୁଖ ସମୃଦ୍ଧି ବଜାୟ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। 

ମୀନ:-ଭାବିଥିବା ସବୁ କିଛି ଆପଣଙ୍କ ମନ ମୁତାବକ ହୋଇନପାରେ। କୌଣସି ନିକଟ ସଂପର୍କିୟ ଆପଣଙ୍କର ଲକ୍ଷ୍ୟଭ୍ରଷ୍ଟ କରିବେ। ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ଆସିବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ରହିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe